Weather Update: ଭୟଙ୍କର ରୂପ ନେଉଛି ବାତ୍ୟା “Freddy” ! ସମୁଦ୍ର ଭିତରେ ସବୁ ରେକର୍ଡ ଭାଙ୍ଗିବାକୁ ଯାଉଛି ଏହି ବାତ୍ୟା !

ସମୟ ବିତିବା ସହ ଅଧିକରୁ ଅଧିକ ଉଗ୍ର ରୂପ ନେବାରେ ଲାଗିଛି ବାତ୍ୟା “ଫ୍ରେଡି” । ଟ୍ରପିକାଲ ସାଇକ୍ଳୋନ ରୂପ ନେଇ ଫ୍ରେଡି ଭୟଙ୍କର ହେଉଛି । ଏହା ଉପକୂଳରେ ପହଞ୍ଚିବା ପୂର୍ବରୁ ଆହୁରି ଭୟଙ୍କର ରୂପ ଧାରଣ କରିବ ବୋଲି ଆକଳନ କରାଯାଉଛି । ବାତ୍ୟା ଫ୍ରେଡି ଅଧିକରୁ ଅଧିକ ଘନୀଭୂତ ହୋଇ ବର୍ତ୍ତମାନ ମୋଜାମ୍ବିକ ଉପକୂଳ ଆଡେ ମୁହାଁଇବାରେ ଲାଗିଛି ଓ ଆଜି ରାତି ସୁଦ୍ଧା ଉପକୂଳରେ ମାଡ ନେବା ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ଆକଳନ ଅନୁସାରେ ବାତ୍ୟା ଫ୍ରେଡି ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି 165 କିମି ରୁ 185 କିମି ମଧ୍ୟରେ ରହିବ । ମୋଜାମ୍ବିକର ଜାମ୍ବେଜରେ ବାତ୍ୟା ଫ୍ରେଡି ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ରହିଛି । ତେବେ ଫ୍ରେଡି ବର୍ତ୍ତମାନ ମୋଜାମ୍ବିକରୁ 150 କିମି ଦକ୍ଷିଣ-ପୂର୍ବରେ ରହିଛି ଏବଂ ଘଣ୍ଟାପ୍ରତି 10ରୁ 12 କିମି ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି ।

ଲ୍ୟାଣ୍ଡଫଲ ସମୟରେ ଏହା କ୍ୟାଟାଗୋରୀ-3 ସାମୁଦ୍ରିକ ଝଡ ଭାବେ ଜାମ୍ବେଜ ଉପକୂଳରେ ମାଡ ହେବ । ଏଥିରୁ ଆପଣ ଅନୁମାନ କରି ପାରୁଥିବେ ବାତ୍ୟାଟି ବର୍ତ୍ତମାନ କେତେ ଭୟଙ୍କର ରୂପ ନେବାରେ ଲାଗିଛି । ବାତ୍ୟା ଫ୍ରେଡି ଲ୍ୟାଣ୍ଡଫଲ ପରେ ବିପଦ ଆହୁରି ବଢିବା ସହ ବନ୍ୟା ଏବଂ ଭୂସ୍ଖଳନ ପରିସ୍ଥିତି ସୃଷ୍ଟି ହେବା ନେଇ ଆକଳନ କରାଯାଉଛି ।

ଏହି ବାତ୍ୟା ପ୍ରଭାବରେ ବ୍ୟାପକ ଜନଜୀବନ ପ୍ରଭାବିତ ହୋଇପାରନ୍ତି ବୋଲି ସୂଚନା ରହିଛି । ତେଣୁ ବର୍ତ୍ତମାନ ସୁଦ୍ଧା ବାତ୍ୟା ଫ୍ରେଡି ମାଡଗାସ୍କାର ଏବଂ ମୋଜାମ୍ବିକରେ 27ଟି ଜୀବନ ନେଇ ସାରିଲାଣି ଓ ବାତ୍ୟା ଦ୍ଵାରା ପାଖାପାଖି 4 ଲକ୍ଷ ପ୍ରଭାବିତ ହୋଇଥିବା ଜଣାପଡିଛି । ବାତ୍ୟା ଫ୍ରେଡି ଏବେ ଯାଏଁ 28 ହଜାରରୁ ଅଧିକ ଘର ଭାଙ୍ଗି ସାରିଛି । ବାତ୍ୟା ଫ୍ରେଡି ଭାରତ ମହାସାଗରରେ ପ୍ରାୟ ଏକ ମାସ କାଳରୁ ଉର୍ଦ୍ଧ୍ଵ ସମୟ ଧରି ସମସ୍ତ ରେକର୍ଡ ଭଙ୍ଗ କରିଛି ।

ପୂର୍ବରୁ ବ୍ୟାପକ କ୍ଷୟକ୍ଷତି ଘଟାଇ ସାରିଥିବା ଫ୍ରେଡି ଏବେ ଦ୍ଵିତୀୟ ଥର ପାଇଁ ପୁଣି ଥରେ ମୋଜାମ୍ବିକରେ ଲ୍ୟାଣ୍ଡଫଲ କରିବାକୁ ଯାଉଛି । ତେବେ ବାତ୍ୟା ଯୋଗୁଁ ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି, ଯେଉଁଥି ପାଇଁ ବାତ୍ୟା ପରେ ପ୍ରବଳ ବନ୍ୟା ସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।