ଦିଦି ଖାଲି ମୋବାଇଲ ଖେଞ୍ଚୁଛନ୍ତି ଆଉ ହାଲିଆ ହୋଇ ଶୋଇ ପଡ଼ୁଛନ୍ତି, ଭାଇରାଲ ହେଉଛି ସ୍କୁଲ ଦିଦିଙ୍କ କାରନାମା, ଛାତ୍ର-ଛାତ୍ରୀ ଓ ଅଭିଭାବକ ଦେଲେ କଡା ଜବାବ, ଦେଖନ୍ତୁ ଦୃଶ୍ୟ…

ଦିଦି ପାଠ କମ୍ ପଢାଉଛନ୍ତି ଆଉ ମୋବାଇଲ ଅଧିକ ଖେଞ୍ଚୁଛନ୍ତି । ମୋବାଇଲ ଖେଞ୍ଚି ଖେଞ୍ଚି ଥକି ପଡିଲେ ଟେବୁଲରେ ମୁଣ୍ଡ ଦେଇ ଶୋଇ ଯାଉଛନ୍ତି ଦିଦି । ପିଲାଙ୍କୁ ପଢେଇବା ପାଇଁ ମାସକୁ ମାସ ଧନ ପାଉଛନ୍ତି ହେଲେ ପାଠ ପଢେଇବାରେ ଦିଦିଙ୍କ ମନ ଲାଗୁନି । ଜଣେ ସ୍କୁଲ ଦିଦିଙ୍କ ବିରୋଧରେ ଏଭଳି କିଛି ଅଭିଯୋଗ ଆଣିଛନ୍ତି ଛାତ୍ର-ଛାତ୍ରୀ ଓ ଅଭିଭାବକ ମାନେ । ଛାତ୍ରୀ ଛାତ୍ରୀମାନେ ହେଉଛନ୍ତି ଦେଶର ଆଗାମୀ ଭବିଷ୍ୟତ ।

ହେଲେ ସରକାରୀ ସ୍କୁଲରେ ପାଠ ପଢାଇଲେ ପିଲାଙ୍କ ଭବିଷ୍ୟତ ଠିକ ଭାବେ ଗଢି ହେବ କି ନାହିଁ ସେନେଇ ଚିନ୍ତାରେ ପଡିଲେଣି ଅଭିଭାବକ । ସରକାରୀ ସ୍କୁଲର ଅବହେଳା ଯୋଗୁଁ ଅନେକ ଲୋକ ନିଜ ପିଲାଙ୍କୁ ପ୍ରାଇଭେଟ ସ୍କୁଲ ମାନଙ୍କରେ ପଢାଇବାକୁ ଅଧିକ ପସନ୍ଦ କରୁଛନ୍ତି । ସରକାରୀ ସ୍କୁଲ କହିଲେ ସମସ୍ତେ ମୁହଁ ମୋଡି ଦେଉଛନ୍ତି । ସେଥିପାଇଁ ତ ସରକାରୀ ସ୍କୁଲରେ ବିଦ୍ୟାର୍ଥୀଙ୍କ ସଂଖ୍ୟା କମିବାରେ ଲାଗିଛି ।

କେଇଟା ସରକାରୀ ସ୍କୁଲରୁ ଏଭଳି କିଛି ଚିତ୍ର ସାମ୍ନାକୁ ଆସୁଛି ଯାହା ଯୋଗୁଁ ସବୁ ସ୍କୁଲରେ କଳଙ୍କ ଲାଗିବା କାମ କରୁଛି । ଏଭଳି ଦୃଶ୍ୟ ଦେଖିଲେ ଲାଗୁକ୍ଘି ପିଲାଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଉଛି । ପାଠ ପଢେଇବେ କଣ ଚେୟାରରେ ବସି ମୁଣ୍ଡରେ ହାତ ଦେଇ ଶୋଇ ପଡ଼ୁଛନ୍ତି ଦିଦି । ଏଭଳି କିଛି ଫଟୋ ଏବଂ ଭିଡିଓ ଭାଇରାଲ ହେବାପରେ ସରକାରୀ ସ୍କୁଲ ଦିଦି କବିତା ଜେନାଙ୍କ କାରନାମା ସାମ୍ନାକୁ ଆସିଛି ।

ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି ଢେଙ୍କାନାଳ କାମାକ୍ଷାନଗର ବ୍ଲକ ଜଗନ୍ନାଥପୁର ହରିଜନ ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ଏହି ଘଟଣା । ଏନେଇ ଅଭିଭାବାକ ଓ ଛାତ୍ର ଛାତ୍ର ସମସ୍ତେ ଅଭିଯୋଗ ଆଣିଛନ୍ତି । ଦିଦି କେବଳ ସଂଖ୍ୟା ଲେଖିବାକୁ ଦେଇ ନିଜେ ମୋବାଇଲ ଖେଞ୍ଚୁଛନ୍ତି ନହଲେ ଶୋଇ ପଡ଼ୁଛନ୍ତି ବୋଲି କହିଛନ୍ତି ପିଲାମାନେ । ନିକଟରେ ସେହି ବିଦ୍ୟାଳୟର ଶିକ୍ଷକତା କରୁଥିବା ସର୍ବେଶ୍ଵର ସାମଲଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଇଛି ।

ତେଣୁ କବିତା ଜେନାଙ୍କୁ ବଦଳି କରିବା ସହ ସର୍ବେଶ୍ଵର ସାମଲଙ୍କୁ ପୁଣି ଥରେ ସ୍କୁଲକୁ ଫେରାଇ ଆଣିବା ପାଇଁ ଦାବି କରିଛନ୍ତି ଅଭିଭାବକ । ନିଜ ପିଲାଙ୍କ ଭବିଷ୍ୟତକୁ ନେଇ ଗାଁ ଲୋକେ ଚିନ୍ତା ପ୍ରକଟ କରିବା ସହ ପ୍ରତିବାଦ କରି ସ୍କୁଲ ଗେଟରେ ତାଲା ପକାଇ ଦେଇଛନ୍ତି ।

ଦାବି ପୂରଣ ନହେଲେ ବିଦ୍ୟାଳୟକୁ କାହାରିକୁ ଛାଡିବେନି ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ତେବେ ଶିକ୍ଷା ବିଭାଗ ଏନେଇ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା  ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।