Weather Update: ଅକ୍ଟୋବରରେ ଆସୁଛି ମହାବାତ୍ୟା “ସିତରଙ୍ଗ” ! ପୁଣି ଓଡିଶା ଦେଖିବ ଆଉ ଏକ ମହାବାତ୍ୟା ! ବଡ ସୂଚନା ଦେଲା ପାଣିପାଗ ବିଭାଗ

ଚଳିତ ମାସ ଅକ୍ଟୋବରରେ ଓଡିଶା ଦେଖିପାରେ ଆଉ ଏକ ମହାବାତ୍ୟା । ଆସନ୍ତା ଅକ୍ଟୋବର ୨୫ ତାରିଖ ସୁଦ୍ଧା ବଙ୍ଗୋପସାଗରର ମହାବାତ୍ୟା ବା ସୁପର ସାଇକ୍ଳୋନ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି । ଆମେରିକା ପାଣିପାଗ ପୂର୍ବାନୁମାନ ସଂସ୍ଥା ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ତଥା GFS ପୂର୍ବାନୁମାନ କରିଛି ଯେ, ଅକ୍ଟୋବର ୧୮ ତାରିଖରୁ ୨୫ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ସୁପର ସାଇକ୍ଳୋନ ସୃଷ୍ଟି ହେବାର ସମ୍ଭାବନା ରହିଛି ।

GFS ଦେଇଥିବା ସୂଚନା ମୁତାବକ ଆସନ୍ତା ଅକ୍ଟୋବର ୧୭ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଯାହାଦ୍ୱାରା ୧୮ ତାରିଖ ସୁଦ୍ଧା ସାଇକ୍ଳୋନିକ ଝଡ ସୃଷ୍ଟି କରିବାର ସମ୍ଭାବନା ଥିବା ନେଇ ଜଳବାୟୁ ଏବଂ ପାଣିପାଗ ଗବେଷକ ମୋସ୍ତାଫା କବାଲ ପଲାସ କହିଛନ୍ତି । ଆସୁଥିବା ଏଘି ବାତ୍ୟାର ନାମ ରଖାଯାଇଛି “ସିତରଙ୍ଗ” । ଏହି ବାତ୍ୟାଟି ମହାବାତ୍ୟାର ରୂପ ନେଇ ପାରେ ବୋଲି କହିଛନ୍ତି ଗବେଷକ ପଲାସ ।

ବାଂଲାଦେଶର ସୁନ୍ଦରବନ ଉପକୂଳ ଏବଂ ପଶ୍ଚିମବଙ୍ଗରେ ଏହି ସାଇକ୍ଳୋନିକ ଝଡ ଲ୍ୟାଣ୍ଡଫଲ୍ କରିବା ନେଇ ପୂର୍ବନୁମାନ କରାଯାଇଛି । ଏହି ସମ୍ଭାବ୍ୟ ଶକ୍ତିଶାଳୀ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳରୁ ନେଇ ବାଂଲାଦେଶ ଏବଂ ପଶ୍ଚିମବଙ୍ଗର ସୁନ୍ଦରବନ ଉପକୂଳରେ ସ୍ଥଳଭାଗ ଛୁଇଁପାରେ ବୋଲି ପୂର୍ବ ଆକଳନ କରାଯାଉଛି । ସୃଷ୍ଟି ହେବାକୁ ଥିବ ଏହି ଲଘୁଚାପ ଯଦି ମହାବାତ୍ୟାର ରୂପ ନିଏ ତେବେ ଘଣ୍ଟା ପ୍ରତି ୨୦୦ ରୁ ୨୫୦ କିମି ବେଗରେ ପବନ ବହିପାରେ ବୋଲି ମଧ୍ୟ ଆକଳନ କରାଯାଇଛି ।

ଆଉ ସବୁଠୁ ବଡ କଥା ହେଉଛି ଏହି ମହାବାତ୍ୟା ସମୟରେ ସମୁଦ୍ରରେ ୧୫ ରୁ ୨୦ ଫୁଟ୍ ଉଚ୍ଚ ଲହରୀ ଆସିବାର ମଧ୍ୟ ସମ୍ଭାବନା ରହିଛି । ଅକ୍ଟୋବର ମାସରେ ଓଡିଶା ଏହାର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରାୟ ପ୍ରତିବର୍ଷ ବାତ୍ୟା ଆସୁଥିବାର ଦେଖାଯାଇଛି । ପୂର୍ବରୁ ଅନେକ ଥର ଆମ ରାଜ୍ୟ ଓ ଏହାର ନିକଟବର୍ତ୍ତୀ ରାଜ୍ୟ ମାନଙ୍କରେ ବାତ୍ୟା ଅନେକ କ୍ଷୟକ୍ଷତି ଘଟାଇଥିବାର ମଧ୍ୟ ରେକର୍ଡ ରହିଛି । ମୌସୁମୀ ଆଗମନ ଓ ପ୍ରତ୍ୟାବର୍ତ୍ତନ ସମୟରେ ରାଜ୍ୟର ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ଦେଖିବାକୁ ମିଳୁଛି ।

ବର୍ତ୍ତମାନ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ପାଇଁ ଅନୁକୂଳ ପରିବେଶ ମଧ୍ୟ ରହିଥିବା ଦେଖିବାକୁ ମିଳୁଛି । ତେଣୁ ଯଦି ଏପରି ହୁଏ ତେବେ ଓଡିଶା ପୁଣି ଥରେ ଅକ୍ଟୋବରରେ ଆଉ ଏକ ମହାବାତ୍ୟାର ସାମ୍ନା କରିପାରେ । ତେବେ ବର୍ତ୍ତମାନ ଯାଏଁ ଭାରତୀୟ ପାଣିପାଗ ବିଭାଗ ଏନେଇ କୌଣସି ସୂଚନା ଦେଇନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।