କାଲି ଠାରୁ ଏହି 5 ଜିଲ୍ଲାରେ ଲାଗିରହିବ ବର୍ଷା ! ଗୁରୁଚାପ ବଳୟ ପ୍ରଭାବ ଫଳରେ

ଆଜି ଓଡିଶାର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ନୂଆ ରିପୋର୍ଟ ଜାରି ହୋଇଛି । ଯାହାକି ଶୀତ ଓ ବର୍ଷାକୁ ନେଇ ଅଟେ । ରିପୋର୍ଟ ଅନୁସାରେ ୧୮ ତାରିଖରେ ଓଡିଶାରେ ଅଧିକ ଥଣ୍ଡା ଅନୁଭବ ହେବ । ଏହା ଛଡା ଆସନ୍ତା କାଲି ଠାରୁ ଓଡିଶାରେ କେତେକ ଜିଲ୍ଲାରେ ଅଳ୍ପ ବର୍ଷା ମଧ୍ୟ ହେବ । କହିବାକୁ ଗଲେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବଢିବା କାରଣରୁ ଅଳ୍ପ ଶୀତ ଲାଗୁଛି । ରାଜ୍ୟର ପ୍ରାୟତଃ ସବୁ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ବର୍ତ୍ତମାନ ସ୍ଵାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ବଢି ଯାଇଛି ।

ଅନ୍ୟ ପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡି ମଧ୍ୟ ଦେଖିବାକୁ ମିଳୁଛି । ଏମିତିରେ ଆସନ୍ତା କାଲି କେଉଁ ସବୁ ଜିଲ୍ଲାରେ ବର୍ଷା ହେବ ଓ ଆସନ୍ତା ସମୟରେ ଓଡିଶାର ପାଣିପାଗ ବିଭାଗ କେମିତି ରହିବ ସେହି ବିଷୟରେ ଚାଳନ୍ତୁ ଜାଣିବା ।

ଓଡିଶାର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ଠାରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ନଜର ଆସିବ ନାହିଁ । କିନ୍ତୁ ୧୬ ତାରିଖରୁ ଓଡିଶାର ଉତ୍ତର ପଶ୍ଚିମ ଜିଲ୍ଲା ଗୁଡିକରେ ଅଳ୍ପ ବର୍ଷା ହେବାର ସମ୍ଭାବନା ଅଛି ଓ ଅନ୍ୟ ସବୁ ଅଞ୍ଚଲରେ ପାଗ ସ୍ଵଭାବିକ ରହିବ । ଏହା ସହିତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବୁଦ୍ଧି ହେବାର ସମ୍ଭାବନା ଅଛି । କିନ୍ତୁ ୧୮ ତାରିଖରୁ ପୁଣି ଥରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା କମ ହେବ ଓ ୧୯ ତାରିଖ ପର୍ଯ୍ୟନ୍ତ ରାତିରେ ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ଖସି ପାରେ ।

ଏମିତିରେ ରାଜ୍ୟରେ ଶୀତର ପ୍ରଭାବ ୧୮ ତାରିଖରୁ ହିଁ ଆରମ୍ଭ ହୋଇଯିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି । କହିବାକୁ ଗଲେ ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଅଞ୍ଚଲ ଗୁଡିକର ପାଗ ଶୁଖିଲା ଥିଲା । କଟକ, ଜଗତସିଂହପୁର, ଅନୁଗୁଳ, କେନ୍ଦୁଝର, କୋରାପୁଟ, ମାଲକାନଗିରୀ ଓ ନୟାଗଡ ଇତ୍ୟାଦି ଜିଲ୍ଲାରେ ଅଳ୍ପ କୁହୁଡି ମଧ୍ୟ ଦେଖାଯାଇଥିଲା । ଏହା ସହିତ ରାଜ୍ୟର ପ୍ରାୟତଃ ସବୁ ଜିଲ୍ଲାର ତାପମାତ୍ରା ସ୍ଵଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହିଛି ।

ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୧୨ ଡିଗ୍ରୀ ରେକର୍ଡ ହୋଇଥିଲା । ଆସନ୍ତା ୨ ଦିନ ରାଜ୍ୟର କିଛି ଜିଲ୍ଲାର ପାଗ ଶୁଖିଲା ରହିବ । ୧୬ ତାରିଖରୁ ଓଡିଶାର ଉତ୍ତର ପଶ୍ଚିମ ଜିଲ୍ଲା ଗୁଡିକ ଯେମିତି କି ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଢ, କେନ୍ଦୁଝର ଇତ୍ୟାଦି ଜିଲ୍ଲାରେ ଅଳ୍ପ ବର୍ଷା ହୋଇପାରେ । ଅନ୍ୟ ସବୁ ଜିଲ୍ଲାରେ ପାଗ ଶୁଖିଲା ରହିବ ।

ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।