Vastu Tips- ଭଗବାନ କୃଷ୍ଣ କହିଛନ୍ତି ଘରର ଏହି 5 ଜିନିଷ ଅନ୍ୟକୁ ଦେଲେ ଘରେ ବୃଦ୍ଧି ପାଇଥାଏ ଦରିଦ୍ରତା

ଧାର୍ମିକ ଦୃଷ୍ଟି କୋଣରୁ ଗରିବ ଲୋକଙ୍କୁ ସାହାଯ୍ୟ କରିବା ଉଚିତ । କିନ୍ତୁ ଶ୍ରୀ କୃଷ୍ଣଙ୍କ ମତ ଅନୁସାରେ ଏମିତି କିଛି ଜିନିଷ ଅଛି ଯାହାକୁ ଆପଣ ଘରୁ ଦେବା ଉଚିତ ନୁହେଁ । କାରଣ ଏହା ଦ୍ୱାରା ଆପଣ ନିଜର ସୁଖ ଶାନ୍ତି ଅନ୍ୟକୁ ଦେଇ ଦେଉଛନ୍ତି ଓ ଏହା ଦ୍ୱାରା ମାତା ଲକ୍ଷ୍ମୀ ବି ଘରୁ ଦୁରେଇ ଯାଆନ୍ତି । ଆପଣ ଜାଣନ୍ତି କି ମାତା ଲକ୍ଷ୍ମୀଙ୍କ କୃପା ଥିଲେ ଆପଣଙ୍କ ଘର ଧନ, ବୈଭବ ଓ ସୁଖ ସମୃଦ୍ଧିରେ ପରି ପୂର୍ଣ ହୋଇଯାଏ । ଯଦି ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ରାଗି ଯାଆନ୍ତି ତେବେ ଆପଣ କାଙ୍ଗାଳ ହୋଇଯାନ୍ତି । ଏଥିପାଇଁ ଆସନ୍ତୁ ଜାଣିବା କେଉଁ ଜିନିଷ ଗୁଡିକ ଘରୁ ଦେବା ଉଚିତ ନୁହେଁ ।

ସ୍ତ୍ରୀର ଗହଣା

ଗହଣାରେ ଦେବୀ ମା ଲକ୍ଷ୍ମୀ ଅଟନ୍ତି । ସେଥିପାଇଁ କିଣିବା ପୂର୍ବରୁ ମାତା ଲକ୍ଷ୍ମୀଙ୍କ ପୂଜା କରି ଏହାକୁ ପିନ୍ଧିଥାଉ । ଆପଣଙ୍କର ସ୍ତ୍ରୀଙ୍କର ଗହଣା ଆପଣଙ୍କ ସମୃଦ୍ଧିର ପ୍ରତୀକ ହୋଇଥାଏ । ଏହାକୁ ଅନ୍ୟ କାହାକୁ ଦେବା ଦ୍ୱାରା ଘରର ସୁଖ ଶାନ୍ତିରେ ହାନି ହୋଇଥାଏ । ସେଥିପାଇଁ ସ୍ତ୍ରୀ ର ଗହଣା ଅନ୍ୟ କାହାକୁ ଦିଅନ୍ତୁ ନାହିଁ ।

ଝାଡୁ

ଝାଡୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ଅଟେ । ଏହା ସହିତ ଝାଡୁ ସ୍ୱଚ୍ଛତା ଓ ସମୃଦ୍ଧିର ବି ପ୍ରତୀକ ହୋଇଥାଏ ଓ ଘରର ନକରାତ୍ମକ ପ୍ରଭାବକୁ ବି ଦୂର କରିଥାଏ । ଝାଡୁ ଦ୍ୱାରା ଘର ଅଳିଆ ସଫା କରାଯାe ଓ ଘରକୁ ସ୍ଵଛ କରା ଯାଏ । ଏହା ଦ୍ୱାରା ଘରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ । seଥିପାଇଁ ଝାଡୁକୁ କାହାକୁ ଦେବା ଉଚିତ ନୁହେଁ ନଚେତ ଘରର ସୁଖ ଶାନ୍ତି ଝାଡୁ ସହ ଚାଲିଯାଏ ।

ଧଳା ଜିନିଷ

ସନ୍ଧ୍ୟା ସମୟରେ କ୍ଷୀର, ଦହି, ଚାଉଳ, ନଡ଼ିଆ, ଅଟାକୁ କାହାକୁ ଦିଅନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ ଧଳା ଜିନିଷ କାହାକୁ ଦିଆଯାଏ ନାହିଁ । ଧଳା ଜିନିଷ ଦ୍ୱାରା ନଜର ଲାଗି ଯାଏ । ସେଥିପାଇଁ ଏହି ଧଳା ଜିନିଷ ସନ୍ଧ୍ୟା ସମୟରେ କାହାକୁ ଦିଅନ୍ତୁ ନାହିଁ । ଆବଶ୍ୟକ ପଡ଼ିଲେ ବାହାରୁ କିଣି ଦେଇ ପାରିବେ । କିନ୍ତୁ ନିଜ ଘରୁ ଦିଅନ୍ତୁ ନାହିଁ ।

ଟଙ୍କା

ମାତା ଲକ୍ଷ୍ମୀ ଧନର ଦେବୀ ହୋଇଥାନ୍ତି । ଧନ ଘରର ଏକ ଅତି ଆବଶ୍ୟକ ଜିନିଷ ଯାହା ଦ୍ୱାରା କି ଘର ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ । ସେଥିପାଇଁ ଘରେ ସଞ୍ଚୟ କରି ରଖିଥିବା ଧନକୁ କାହାକୁ ଦିଅନ୍ତୁ ନାହିଁ କି କୌଣସି ପର୍ବ ପର୍ବାଣି କିମ୍ବା ଏକାଦଶୀ ଦିନ ବି ଟଙ୍କା କାହାକୁ ଦିଅନ୍ତୁ ନାହିଁ । ଏହା ଦ୍ୱାରା ଘରେ ଧନର ଅଭାବ ଦେଖାଯାଏ ଓ ସମ୍ପର୍କୀୟଙ୍କ ସହ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ।

ରୋଷେଇ ଘର

ମାତା ଲକ୍ଷ୍ମୀ ଧନର ଦେବୀ, ସମ୍ପନ୍ନତା, ବୈଭବ କରିବା ଵାଲା, ସୌଭାଗ୍ୟ ଦେବା ଵାଲା ଓ ମମତା ସହ ଅର୍ଣ୍ଣପୂର୍ଣା ମଧ୍ୟ ଅଟନ୍ତି । ସେଥିପାଇଁ ଅନ୍ନ ଗ୍ରହଣ କରିବା ପୂର୍ବରୁ ମାରା ଲକ୍ଷ୍ମୀଙ୍କ ଆରଧାନା କରିଥାନ୍ତି । ସେଥିପାଇଁ ରୋଷେଇ ଘରକୁ ସଫା ସୁତରା ରଖିବା ଉଚିତ ଏବଂ ଘରର ବେଳନା ବାଡ଼ି ତଥା ପିଢ଼ା ତାୱା କାହାକୁ ଦିଅନ୍ତୁ ନାହିଁ । ଆପଣ ଜାଣିଥିବେ ଶାସ୍ତ୍ର ଅନୁସାରେ ପ୍ରଥମ ରୁଟି ମାତା ଲକ୍ଷ୍ମୀଙ୍କ ନାମରେ ତିଆରି କରାଯାଏ । ତେଣୁ କେବେ ହେଲେ ବି ଏହି ସବୁ ଜିନିଷ କାହାକୁ ଦିଅନ୍ତୁ ନାହିଁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।