ବିବାହରେ ବୟସର ଗୁରୁତ୍ଵ କେତେ ? ଝିଅ ବଡ ଓ ପୁଅ ସାନ ହୋଇଥିଲେ କଣ ବିବାହ କରିବା ଉଚିତ ? ଜାଣନ୍ତୁ ଏନେଇ ଗଗନ ଗୁରୁଜୀ ମହୋଦୟଙ୍କ ମତାମତ

ବିବାହ ଏକ ସାମାଜିକ, ପାରିବାରିକ ଓ ପବିତ୍ର ବନ୍ଧନ ଅଟେ । କାହା ଘରେ ଝିଅ କିମ୍ବା ପୁଅ ବିବାହ ଯୋଗ୍ୟ ବୟସରେ ପହଞ୍ଚିଲେ ସେମାନଙ୍କ ପାଇଁ ଉପଯୁକ୍ତ ପାତ୍ର ଖୋଜା ଯାଇଥାଏ । ସେହି ସମୟରେ ଅନେକ ଦିଗ ପ୍ରତି ଧ୍ୟାନ ଦିଆଯାଏ । ଉଭୟଙ୍କ ବୟସ, ଶିକ୍ଷାଗତା ଯୋଗ୍ୟତା, ଚାକିରି କିମ୍ବା ବ୍ୟବସାୟ, ରୋଜଗାର ଆଦିକୁ ଧ୍ୟାନରେ ରଖାଯାଏ । ଖାସ କରି ଝିଅ ପୁଅଠାରୁ ସାନ ହୋଇଥିଲେ ଯାଇ ଲୋକେ ବିବାହ ପାଇଁ ରାଜି ହୋଇଥାନ୍ତି ।

ତେବେ ଅନେକ ସମୟରେ ଝିଅର ବୟସ ପୁଅ ବୟସ ଠାରୁ ଯଥେଷ୍ଟ ବଡ ରହୁଛି ଏବଂ ସେହି ବିବାହ ସଫଳ ମଧ୍ୟ ହେଉଛି । ବିଶେଷ କରି ସେଲିବ୍ରିଟିଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଯାଉଛି । ହେଲେ ଏହା ଆମ ସାମାଜିକ ଚଳଣି, ନିୟମ ତଥା ପ୍ରଥାକୁ ଭଙ୍ଗ କରୁଛି । ତେବେ ବିବାହରେ କାହିଁକି ବୟସର ତାରତମ୍ୟ ଉପରେ ବିଶେଷ ଧ୍ୟାନ ଦିଆଯାଏ ଏନେଇ ଆସନ୍ତୁ ଜାଣିବା ଗଗନ ଗୁରୁଜୀ ମହୋଦୟଙ୍କ ଠାରୁ ।

ହିନ୍ଦୁଧର୍ମରେ ଥିବା ଅନେକ ଧର୍ମଶାସ୍ତ୍ର ଅନୁଯାୟୀ ପୁଅର ବୟସ ଝିଅ ଠାରୁ ବଡ ହେବା ଉଚିତ ବୋଲି ଉଲ୍ଲେଖ ରହିଛି । ଏହା ସେତେବେଳର ସାମାଜିକ ବିଧି ବ୍ୟବସ୍ଥା ଆଡିକୁ ଦୃଷ୍ଟିରେ ରଖି ଏପରି ଲେଖାଯାଇଛି । ସେତେବେଳେ ଆମ ସମାଜ ପୁରୁଷ ପ୍ରଧାନ ଥିଲା ଏବଂ ମହିଳାଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାର ସୁଯୋଗ ମିଳୁ ନଥିଲା ।

ତେଣୁ ଲୋକମାନେ ଭାବୁଥିବେ ପୁଅ ବଡ ରହିଲେ ତା’ର ପରିପକ୍ଵତା ଅଧିକ ରହିବ ଏବଂ ପୁଅ ଝିଅକୁ ଚଳେଇ ନେବ । କିନ୍ତୁ ଆଜିର ସମାଜରେ ନାରୀଙ୍କ ସ୍ଥାନ ପୁରୁଷଙ୍କ ସହ ସମାନ ରହିଛି ଓ ବର୍ତ୍ତମାନ ସମାଜର ଦୃଷ୍ଟିକୋଣ ଅନୁଯାୟୀ ଅନେକ କ୍ଷେତ୍ରରେ ଝିଅ ବଡ ଥିଲେ ମଧ୍ୟ ପୁଅ ସହ ବିବାହ ସମ୍ଭବ ହୋଇପାରୁଛି ।

ତେବେ ଯେଉଁଠି ଝିଅ ସାନ ଓ ପୁଅ ବଡ ଏମିତି ସବୁ ବିବାହ ସଫଳ ହେଉନାହିଁ କି ଯେଉଁଠି ଝିଅ ବଡ ଓ ପୁଅ ସାନ ସେଇଠି ମଧ୍ୟ ସବୁ ବିବାହ ସଫଳ ହେଉନାହିଁ । ଏକଥା ସତ ଯେ ବିବାହରେ ବୟସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ । ବୟସ ଅନୁସାରେ ଉଭୟ ପୁଅ ଓ ଝିଅଙ୍କ ଠାରେ ଉଭୟ ଶାରୀରିକ ଓ ମାନସିକ ପରିପକ୍ଵତା ରହିବା ଦରକାର ।

ପୁଅ କି ଝିଅ ବୟସରେ ବଡ ହେଇଗଲେ ଯେ ତା’ର ପରିପକ୍ଵତା ଆସିଯିବ ଏକଥା ଠିକ ନୁହେଁ । ବିବାହ ପାଇଁ ପୁଅ ଓ ଝିଅଙ୍କ ମଧ୍ୟରେ ଯିଏ ବଡ ହେଉ ବା ସାନ ହେଉ କିନ୍ତୁ ବୟସର ବ୍ଯବଧାନ ଅଧିକ ନ ରହିବା ଉଚିତ । ଶାସ୍ତ୍ର ଅନୁଯାୟୀ କେବଳ ପୁଅ ବଡ ହେବା ଉଚିତ ।

କିନ୍ତୁ ଆଜିର ଆଧୁନିକ ଯୁଗ ପରିବର୍ତ୍ତନର ସମୟ । ତେଣୁ ଝିଅ ବଡ ହୋଇ ପୁଅ ସାନ ହେଲେ ବିବାହ ହୋଇପାରିବ । କେବଳ ସେମାନଙ୍କ ବୟସରେ ଅତ୍ୟଧିକ ବ୍ଯବଧାନ ନ ରହିବା ଭଲ । ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।