କୁକୁର ଯଦି ପାଦ ଶୁଙ୍ଘେ କେଉଁ ସଂକେତ ମିଳିଥାଏ ? ଏହାସହ ଜାଣନ୍ତୁ ଆହୁରି 20+ ଶାସ୍ତ୍ରଲିଖିତ ଅନୁଚିନ୍ତାମାନ

ସୁଖଶାନ୍ତି ପୂର୍ଣ୍ଣ ଜୀବନ ପାଇଁ ଚାଲନ୍ତୁ ଜାଣିବା କେତେକ ଶାସ୍ତ୍ରଲିଖିତ ନିୟମମାନ । ପ୍ରତ୍ଯେକ ଦିନ ଅଟାରେ ଚିନି ମିଶାଇ ପିମ୍ପୁଡିଙ୍କୁ ଖାଇବାକୁ ଦେବା ଦ୍ଵାରା ଧାର କରଜରୁ ମୁକ୍ତି ମିଳିଥାଏ ଓ ସୌଭାଗ୍ୟ ପ୍ରାପ୍ତି ହେବାସହ ସଙ୍କଟରୁ ମୁକ୍ତି ମିଳିଥାଏ । ଯଦି କୌଣସି ଦିନ ବିଲେଇ ପାରକୁ ଚାଟି ଦିଏ ତେବେ ଏହା ଅଶୁଭ ସଂକେତ ହେବାସହ ସ୍ୱାସ୍ଥ୍ୟ ସମସ୍ଯା ଦେଖାଦେବାର ସମ୍ଭାବନା ରହିଥାଏ । ଶୋଇଥିବା ବେଳେ ଯଦି ବିଲେଇ କାହା ମୁଣ୍ଡକୁ ଚାହିଁ ରୁହେ ତେବେ ଅଶୁଭ ହୋଇଥାଏ ଓ ଆଇନ ଜନିତ ସମସ୍ଯା ଦେଖା ଦେଇଥାଏ ।

ବିଲେଇ ଜନ୍ମ କଲାବେଳେ ପଡୁଥିବା ଫୁଲକୁ ଲାଲ କପଡାରେ ଗୁଡାଇ ହାତରେ ବାନ୍ଧିବା ଦ୍ଵାରା କାଳସର୍ପ ଦୋଷ ଦୂର ହୋଇଥାଏ ଏବଂ ନଜର ଦୋଷ ଓ ପ୍ରେତବାଧା ଦୂର ହୋଇଥାଏ । ସକାଳୁ ଉଠିବା ପରେ କେବେବି କୌଣସି ପଶୁ ଜନ୍ତୁଙ୍କ ନାଁ ଧରିବା ଉଚିତ ନୁହେଁ, ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ । ସକାଳୁ ଉଠିବା ପରେ ପ୍ରଥମେ ଆଇନା ଦେଖିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ଓ ଦିନସାରା ନକରାତ୍ମକ ଶକ୍ତିର ପ୍ରଭାବ ରହିଥାଏ ।

ଯଦି କୌଣସି ପକ୍ଷୀ ଆସି ଘରେ ବସା ବାନ୍ଧେ ତେବେ ଶୁଭ ହୋଇଥାଏ ଓ ମାତା ଲକ୍ଷ୍ମୀଙ୍କ ଆଗମନର ସଂକେତ ଦେଇଥାଏ । ଦୀପାବଳି ଦିନ ଯଦି ତୁଳସୀ ଗଛରେ ଝିଟିପିଟି ଚଢିଥିବାର ଦେଖନ୍ତି ତେବେ ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ ଏବଂ ଅପାର ଧନ ସମ୍ପଦ ପ୍ରାପ୍ତି ହେବାର ସଂକେତ ଦେଇଥାଏ ।

ସକାଳୁ ଉଠିବା ପରେ ଯଦି ଶଙ୍ଖ ଧ୍ୱନି ଶୁଣିବାକୁ ମିଳେ ତେବେ ବହୁତ ଶୁଭପ୍ରଦ ହୋଇଥାଏ ଏବଂ ଲକ୍ଷ୍ମୀଙ୍କ ଆଗମନର ସଂକେତ ଦେଇଥାଏ । ରାସ୍ତାରେ ଯାଉଥିବା ବେଳେ ଯଦି ଆଖୁ ଦେଖନ୍ତି ତେବେ ଶୁଭପ୍ରଦ ହୋଇଥାଏ ଓ ଧନ ପ୍ରାପ୍ତି ହେବାର ସଂକେତ ଦେଇଥାଏ । ଘରବାହରେ ଯଦି ଲଗାତାର କିଛିଦିନ ଧରି ଧଳା ପେଚା ଦେଖାଦିଏ ତେବେ ଏହା ଶୁଭପ୍ରଦ ହୋଇଥାଏ ଓ ଘରକୁ ଲକ୍ଷ୍ମୀଙ୍କ ଆଗମନ ହେବାର ସଂକେତ ଦେଇଥାଏ ।

ରାସ୍ତାରେ ଯାଉଥିବା ବେଳେ ଯଦି କୌଣସି କୁକୁର ରୁଟି କିମ୍ବା କିଛି ଖାଦ୍ଯ ମୁହଁରେ ଧରି ଯାଉଥିବାର ଦେଖନ୍ତି ତେବେ ଶୁଭ ହୋଇଥାଏ ଏବଂ ଧନଲାଭ ହେବାର ସଂକେତ ଦେଇଥାଏ । ଲଗାତାର ଘରୁ ବାହାରିବା ସମୟରେ ଯଦି କୌଣସି ଝାଡୁ ଲଗାଇବା ଲୋକ ଦେଖନ୍ତି ତେବେ ଶୁଭ ହୋଇଥାଏ ଓ କିଛିଦିନ ମଧ୍ୟରେ ଧନବାନ ହେବାର ସଂକେତ ଦେଇଥାଏ ।

କଳା ମୂଷା ରାତିରେ ଘରେ ପଶିବା କିମ୍ବା ଉତ୍ପାତ କରିବା ଦ୍ଵାରା ଅସୁବିଧା ହୋଇଥାଏ ଏବଂ ରୋଗଗ୍ରସ୍ତ ହେବାର କିମ୍ବା ଶତ୍ରୁତା ବୃଦ୍ଧି ହେବାର ସଂକେତ ହୋଇଥାଏ । ଘରୁ ବାହାରକୁ ଯିବା ବେଳେ ଯଦି ମୂଷା ଆଗରେ ଚାଲିଯାଏ ତେବେ ଅଶୁଭ ହୋଇଥାଏ ଓ କାର୍ଯ୍ୟରେ ବାଧାବିଘ୍ନ ଆସିବାର ସଂକେତ ହୋଇଥାଏ ।

ଯଦି କୌଣସି କୁକୁର ଆସି ଆପଣଙ୍କ ପାଦ ଶୁଙ୍ଘେ ତେବେ ଏହା ଶୁଭପ୍ରଦ ହୋଇଥାଏ ଓ ଅର୍ଥଲାଭ ପ୍ରାପ୍ତ ହେବାର ସଂକେତ ଦେଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।