ଡାଇବେଟିସ ରୋଗ ଥିଲେ କେମିତି ନିୟନ୍ତ୍ରଣ କରିବେ ଖାଦ୍ଯପେୟ ଓ ଜୀବନଶୈଳୀ ? ଏହା କେତେ ଜରୁରୀ ? Dietician Niharika Dash

ଡାଇବେଟିସ ଅନେକ ମା-ରା-ତ୍ମ-କ ରୋଗର କାରଣ ହୋଇଥାଏ । ତେଣୁ ଏହାକୁ କେବେ ମଧ୍ୟ ହେଲା କରିବା ଉଚିତ ନୁହେଁ । ଆରମ୍ଭରୁ ଡାଇବେଟିସକୁ ନିୟନ୍ତ୍ରଣରେ ରଖିଲେ ଆପଣ ସୁସ୍ଥ ଜୀବନଯାପନ କରିପାରିବେ । ଡାଇବେଟିସ ତିନି ପ୍ରକାରର ହୋଇଥାଏ, ଯଥା: ଟାଇପ-1 ବଂଶାନୁଗତ ଅର୍ଥାତ ପିଲାଟି ଦିନରୁ ହୋଇଥାଏ, ଟାଇପ-2 ଯାହା ଜୀବନଶୈଳୀ ଯୋଗୁଁ ହୋଇଥାଏ ଓ 30-40 ବର୍ଷ ବେଳୁ ହୋଇଥାଏ ଏବଂ ତୃତୀୟରେ ଗର୍ଭାବସ୍ଥା ସମୟରେ ହେଉଥିବା ଡାଇବେଟିସ । ଉପଯୁକ୍ତ ଖାଦ୍ଯପେୟ ଓ ଜୀବନଶୈଳୀ ଦ୍ଵାରା ଏହାକୁ ନିୟନ୍ତ୍ରଣ କରିହେବ ।

ଅନେକଙ୍କର ଡାଇବେଟିସରେ ସୁଗାର ସ୍ତର ବହୁତ କମିଯାଏ, ଯାହାକୁ ହାଇପୋ ଗ୍ଲାଇସେମିଆ କୁହାଯାଏ । ଡାଇବେଟିସ ରୋଗୀ ଅନେକ ସମୟ ଖାଲିପେଟରେ ରହିବା ଦ୍ଵାରା ଦେହ ହାତ ଥରିବା, ମୁଣ୍ଡ ବୁଲେଇବା, ଝିଲଝିଲ ଦେଖାଯିବା, ଝାଳ ବୋହିବା ଆଦି ଅନୁଭବ ହୋଇଥାଏ । ସେଥିପାଇଁ ଡାଇବେଟିସ ରୋଗୀ ଅଧିକ ସମୟ ପାଇଁ ବାହାରକୁ ଯାଉଥିଲେ ପକେଟରେ ନିଶ୍ଚିତ ଭାବେ ଗୋଟିଏ ହାଇ ସୁଗାରଯୁକ୍ତ ଚକୋଲେଟ ରଖନ୍ତୁ । ଉପରୋକ୍ତ ଲକ୍ଷଣ ସବୁ ଦେଖା ଦେଉଥିଲେ ତୁରନ୍ତ ଆପଣ ସେହି ଚକୋଲେଟକୁ ଖାଇ ଦିଅନ୍ତୁ ।

ଡାଇବେଟିସ ସଂପୂର୍ଣ୍ଣ ଭାବେ ଅନିୟମିତ ଜୀବନଶୈଳୀ ଯୋଗୁଁ ହେଉଥିବା ରୋଗ । ଅତ୍ୟଧିକ ଓଜନ ବା ମୋଟାପଣ ଥିଲେ, ବଂଶାନୁଗତ, ଅତ୍ୟଧିକ ଷ୍ଟ୍ରେସ ନେଲେ ଏବଂ ପିସିଓଡ଼ି ଆଦି ରୋଗ ଥିଲେ ଡାଇବେଟିସ ହେବାର ଅନେକ ଆଶଙ୍କା ରହିଥାଏ । ଡାଇବେଟିସକୁ କଣ୍ଟ୍ରୋଲ କରିବାର ବଡ ମୂଳମନ୍ତ୍ର ହେଉଛି ଏକଦମ ଭୋକିଲା ରୁହନ୍ତୁ ନାହିଁ କି ଏକାସାଙ୍ଗେ ଅତ୍ୟଧିକ ଖାଦ୍ଯ ଖାଆନ୍ତୁ ନାହିଁ ।

2-3 ଘଣ୍ଟା ବ୍ଯବଧାନରେ ଅଳ୍ପ ଅଳ୍ପ ଖାଦ୍ଯ ଖାଆନ୍ତୁ । ଅଧିକ ମିଠା ଶ୍ଵେତସାର ତଥା ହାଇ କାର୍ବୋହାଇଡ୍ରେଡ ଯୁକ୍ତ ଖାଦ୍ଯ ଖାଆନ୍ତୁ ନାହିଁ । ସୁଜି, ମଇଦା, ବେସନ, ଚୂଡା, ଚିନି, ହ୍ଵାଇଟ ବ୍ରେଡ, ଧଳା ଭାତ ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ । ସେହିପରି ମାଟିତଳ ଜିନିଷ ଆଳୁ, ସାରୁ, ମାଟି ଆଳୁ, କନ୍ଦମୂଳ ଠାରୁ ମଧ୍ୟ ଦୂରେଇ ରହିବେ । ଫଳମୂଳ ଭିତରେ ସେଓ, ପିଜୁଳି, କମଳା, ଅମୃତଭଣ୍ଡା, ମୌସାମ୍ବି, ନାସପାତି ଆଦି ଫଳ ଆପଣ ଖାଇପାରିବେ ।

ଆମ୍ବ ଋତୁରେ ଅତ୍ୟଧିକ ଆମ୍ବ ଖାଆନ୍ତୁ ନାହିଁ । ଡାଇବେଟିସ ରୋଗୀ ସକାଳୁ ଗୋଟିଏ ଚାମୁଚ ମେଥିକୁ ଭାଜିକି ନେଇପାରିବେ, ଯାହା ଆପଣଙ୍କ ଡାଇବେଟିସ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିବ । ଲଞ୍ଚରେ ଭାତ ଖାଆନ୍ତୁ ନାହିଁ ରୁଟି ଖାଆନ୍ତୁ । ଯଦି ଭାତ ଖାଇବାକୁ ଇଚ୍ଛା ହେଉଛି ତେବେ ରେଡ୍ ରାଇସ ଖାଆନ୍ତୁ

। ଏହାଛଡା କ୍ଵିନୋଆ, ଓଟ୍ସ କିମ୍ବା ଦଲିଆ ମଧ୍ୟ ନେଇପାରିବେ । ଏହାସହ ଘରେ ଯାହାବି ତରକାରୀ ହେଉଛି ତାହା ନେଇପାରିବେ । ସନ୍ଧ୍ୟାରେ କିଛି ଫଳ କିମ୍ବା ସ୍ପ୍ରାଉଟ୍ସ ଯଥା ଗଜାମୁଗ, ଗଜାବୁଟ ଆଦି ନିଅନ୍ତୁ । ରାତିରେ ସେହିପରି ରୁଟି, ଡାଲି, ତରକାରୀ ଯାହା ହୋଇଛି ତାକୁ ଖାଆନ୍ତୁ ।

ଅତ୍ୟଧିକ ମିଠା ଜିନିଷ, କୋଲ୍ଡ ବା ସଫ୍ଟ ଡ୍ରିଙ୍କସ୍, ଲୁଣୀ ଜିନିଷ ଆଦି ଖାଆନ୍ତୁନି । ଆଉ ସବୁଠୁ ବଡ କଥା ହେଲା ଠିକ ଭାବେ ନିଦ୍ରା ଯାଆନ୍ତୁ ଏବଂ ପ୍ରତିଦିନ କିଛି ସମୟ ବ୍ୟାୟାମ, ଯୋଗ ଆଦି କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।