ବିବାହ କରିବ Budhaditya ? ଗଣମାଧ୍ୟମ ସାକ୍ଷାତକାରରେ କଲେ ବଡ ଘୋଷଣା, ଦେଖନ୍ତୁ video

ଓଲିଉଡ ଇଣ୍ଡଷ୍ଟ୍ରିର ସୁପରିଚିତ ଲୋକପ୍ରିୟ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଓଡିଆ ଫିଲ୍ମ ଜଗତକୁ ଅନେକ ସୁପରହିଟ ଚଳଚ୍ଚିତ୍ର ଭେଟି ଦେଇଛନ୍ତି । ତାଙ୍କୁ ଓଡିଶାର ଅଭିଷେକ ବଚ୍ଚନ ବୋଲି ମଧ୍ୟ କୁହାଯାଏ । ସେ ଅନେକ ଓଡିଆ ଆଲବମ, ଫିଲ୍ମ ଓ ରିୟାଲିଟି ଶୋ’ ମାନଙ୍କରେ କାମ କରି ଦର୍ଶକଙ୍କ ମନ ଜିଣି ପାରିଛନ୍ତି । ତେବେ ଦୀର୍ଘ ଦିନର ବ୍ଯବଧାନ ପରେ ଏବେ ବୁଦ୍ଧାଦିତ୍ୟଙ୍କୁ ପୁଣି ଥରେ ବଡ ପରଦାରେ ଦେଖିବାକୁ ମିଳିବ ।

ଆସନ୍ତା ଏପ୍ରିଲ 7 ତାରିଖରେ ରିଲିଜ ହେବାକୁ ଯାଉଥିବା ଫିଲ୍ମ “ଡେଲିଭେରି ବୟ” ରେ ନଜର ଆସିବେ ବୁଦ୍ଧାଦିତ୍ୟ । ଏହି ଫିଲ୍ମରେ ଉଦୀୟମାନ ଅଭିନେତା ଶୈଳେନ୍ଦ୍ର, ଅଭିନେତ୍ୟୃ ସୂର୍ଯ୍ୟମୟୀ  ଓ ସନ୍ତୁ ନିଜେଙ୍କ ଭଳି କମେଡିଆନ ମଧ୍ୟ ନଜର ଆସିବେ । ଫିଲ୍ମଟି ଡେଲିଭେରି ବୟ ମାନଙ୍କ କାହାଣୀଙ୍କୁ ନେଇ ଆଧାରିତ । ଏହା ଅରିଜିନାଲ କାହାଣୀକୁ ନେଇ ଆଧାରିତ ଓ ପ୍ରତ୍ଯେକ ଡେଲିଭେରି ବୟଙ୍କ ଜୀବନ କାହାଣୀ ସହ ମେଳ ଖାଇବ ବୋଲି ବୁଦ୍ଧାଦିତ୍ୟ ଏକ ଗଣମାଧ୍ୟମ ସାକ୍ଷାତକାରରେ କହିଛନ୍ତି ।

ତେବେ ଏହି ଫିଲ୍ମର କିଛି ଫଟୋ ଏବଂ ଭିଡିଓ ଭାଇରାଲ ହେବା ପରେ ବୁଦ୍ଧାଦିତ୍ୟ ଏବଂ ଅଭିନେତ୍ରୀ ସୂର୍ଯ୍ୟମୟୀ ବିବାହ କରିବେ ବୋଲି ଲୋକେ ଚର୍ଚ୍ଚା କରୁଥିଲେ । ହେଲେ ବୁଦ୍ଧାଦିତ୍ୟ ଏନେଇ ନିଜ ମତ ସ୍ପଷ୍ଟ କରିଛନ୍ତି । ଫିଲ୍ମ ଡେଲିଭେରି ବୟ ରେ ସୂର୍ଯ୍ୟମୟୀ ତାଙ୍କ ବିପକ୍ଷରେ ହିରୋଇନ ଅଛନ୍ତି ଓ ସେହି ଚଳଚ୍ଚିତ୍ରରେ ତାଙ୍କର କାହାଣୀ ଏମିତି କିଛି ରହିଛି ଯାହା ଦର୍ଶକଙ୍କ ମନକୁ ସ୍ପର୍ଶ କରିବ ।

ବୁଦ୍ଧାଦିତ୍ୟ ଆହୁରି ମଧ୍ୟ କହିଛନ୍ତି, ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବୋଧ ହୁଏ ପ୍ରଥମ ଥର ପାଇଁ କେବଳ ଫିଲ୍ମ ରିଲିଜ ତାରିଖ ଘୋଷଣା କରିବା ପାଇଁ ଏତେ ବଡ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ବଡ ବଡ କଳାକାର ମାନେ ଯୋଗ ଦେଇଥିଲେ । ଫିଲ୍ମକୁ ନେଇ ପୁରା ଟିମ୍ ବେଶ ଉତ୍ସାହିତ ଥିବାବେଳେ ଆସନ୍ତା ଏପ୍ରିଲ 7 ତାରିଖରେ ଏହା ଥିଏଟରରେ ରିଲିଜ ହେବାକୁ ଯାଉଛି । ଓଡିଶା ସମେତ ଚେନ୍ନାଇ, ପୁନେ, ଦିଲ୍ଲୀ ଓ ବେଙ୍ଗାଲୁରୁ ଭଳି କେତେକ ସ୍ଥାନରେ ମଧ୍ୟ ଫିଲ୍ମଟି ରିଲିଜ ହେବାକୁ ଯାଉଛି ।

ତେବେ ସବୁଠୁ ଖାସ କଥା ହେଲା ଏହି ଫିଲ୍ମଟି ହଲ୍ ରେ ଯେତେବେଳେ ଚାଲିବ ସମସ୍ତ ଡେଲିଭେରି ବୟ ମାନଙ୍କୁ ଏହି ଫିଲ୍ମ ଦେଖିବାକୁ 50 ପ୍ରତିଶତ ଯାଏଁ ରିବେଟ ମିଳିବ । ଯାହାକି ବୁଦ୍ଧାଦିତ୍ୟ ନିଜେ ସ୍ପଷ୍ଟ କରିଛନ୍ତି । ଏହାସହ ତାଙ୍କ ବିବାହ ଗୁମର ମଧ୍ୟ ସଂପୂର୍ଣ୍ଣ ସତ ନୁହେଁ ବୋଲି ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।