ବିବାହ ବେଳର ଏହି ମଜାଦାର ଦୃଶ୍ୟ ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ, ଦେଖନ୍ତୁ video

ବରକନ୍ଯାଙ୍କ ପାଇଁ ବିବାହ ତାଙ୍କ ଜୀବନର ସବୁଠୁ ଖାସ୍ ଦିନ ହୋଇଥାଏ । କୁଣିଆ ବନ୍ଧୁବାନ୍ଧବ ମାନଙ୍କ ମଜାମସ୍ତି ଏହି ଦିନକୁ ଆହୁରି ମଜାଦାର କରିଥାଏ । ଏହିପରି ବିବାହ ସମୟ କିଛି ମଜାଳିଆ ଦୃଶ୍ୟ ଆଜି ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ । ବିଦାୟୀ ବେଳେ କନ୍ୟା ଯାହାବି ହେଉ କାନ୍ଦି ଥାଏ । ଆଉ ଏଠି ବିଦାୟୀ ବେଳେ ବି କିଛି ଏମିତି ହେଲା । କନ୍ୟା ବାରମ୍ବାର ପଛକୁ ଫେରି ମାଆ ପାଖକୁ ଦୌଡି ଯାଇ ତାଙ୍କୁ କୁଣ୍ଢାଇ କାନ୍ଦିବାକୁ ଲାଗୁଛି ।

ଏପଟେ ବିବାହ ବିଧି ବେଳେ କନ୍ୟାର ଦୁପଟ୍ଟା ଓ ବରର ଧୋତିକୁ ଏକ ସାଥିରେ ଗଣ୍ଠି ପକାଯାଇଛି । ତେଣୁ କନ୍ୟା ସହ ବରକୁ ମଧ୍ୟ ତାଙ୍କ ପଛେ ପଛେ ଯିବାକୁ ପଡୁଛି । ଏମିତିରେ କନ୍ୟା ଯେତେବେଳେ ଆଉ ଥରେ ମାଆ ପାଖକୁ ଦୌଡି ପଳାଇଛି ସାଙ୍ଗେ ସାଙ୍ଗେ ବରର ଧୋତି ଖସି ପଡିଲା । ଆଉ ତାଙ୍କ ନୀଳ ଚଡ୍ଡି ଦେଖି ସେଠାରେ ଉପସ୍ଥିତ ବନ୍ଧୁବାନ୍ଧବ ହସ ରୋକି ପାରୁନାହାନ୍ତି । ଏହି ଭିଡିଓ ଯିଏବି ଦେଖୁଛି ସେ ଖୁବ ହସୁଛି ।

ଆଉ ଜଣେ ବର ଯାହାକୁ ଶେରୱାନୀ ବି ଠିକ ସେ ପିନ୍ଧି ଆସୁନି । ବିବାହ ଦିନ ହିଁ ଭାବିସ୍ଵାମୀର ମୂର୍ଖତା ଦେଖି କନ୍ୟା ବ୍ୟସ୍ତ ହୋଇଯାଉଛି । ବିବାହ ଦିନ ହିଁ ତାଙ୍କୁ ବରର ଡ୍ରେସ ଠିକ କରିବାକୁ ପଡୁଛି । ଆଉ ବର ବି ଏକଦମ ମୂର୍ତ୍ତି ଭଳି ଠିଆ ହୋଇ ରହୁଛି । ଏମିତି ଭୋଲା ବର ଆପଣ ବହୁତ କମ୍ ଦେଖିଥିବେ ।

ବିଦେଶରେ ଏହି ବିବାହରେ କନ୍ୟା ଜୀବନସାରା ସାଥ୍ ନିଭେଇବାର ଶପଥ ପାଠ କରୁଥିଲେ । ଏତିକି ବେଳେ ତାଙ୍କ ପଛରେ ଠିଆ ହୋଇଥିବା ଅଫିସିଆଣ୍ଟ ମହିଳାଙ୍କ ଦେହ ଅଚାନକ ଅସୁସ୍ଥ ହୋଇପଡୁଛି । ଆଉ ସେ ଅଚାନକ ପଛକୁ ବୁଲି ବାନ୍ତି କରି ଦେଉଛନ୍ତି । କିନ୍ତୁ କନ୍ୟାକୁ ଦେଖୁଛନ୍ତି ତ, ସେ ଯାହାବି ହୋଇଯାଉ ପଛେ ଆଗ ନିଜ ଶପଥ ପାଠ ପୁରା କରିବାକୁ ଲାଗି ପଡିଛନ୍ତି । ଯାହା ତାଙ୍କ ୱେଡିଙ୍ଗ ଭିଡିଓକୁ ଚିର ସ୍ମରଣୀୟ କରିଦେଇଛି ।

ସେମିତି ଆଉ ଏକ ବିବାହ ବେଳେ କନ୍ୟା ବର ସାଙ୍ଗେ ସର୍ତ୍ତ ରଖିଲା କି ଯଦି ତାଙ୍କୁ ଷ୍ଟୂଡିଓରେ ଗୀତ ଗାଇବାକୁ ସୁଯୋଗ ଦିଆଯିବ ତେବେ ଯାଇ ତାଙ୍କ ଡୋଲି ଉଠିବ । ଆଉ କନ୍ୟାର କଥା ରଖିବା ପାଇଁ ବର ବି ଏକ ଷ୍ଟୂଡିଓ ବ୍ୟବସ୍ଥା କରିଦେଲେ । କନ୍ୟାଜଣକ ଏମିତି ଗୀତ ଗାଇଲେ ଯେ ଶୁଣିବା ଲୋକଙ୍କ ସହ ବର ମଧ୍ୟ ଆବାକାବା ହୋଇଗଲେ ।

କନ୍ୟା କହିଲା କି, ସେ ତାଙ୍କ ଏକ୍ସ-ବୟଫ୍ରେଣ୍ଡକୁ ଭଲପାଆନ୍ତି, କିନ୍ତୁ ତାଙ୍କ ଏକ୍ସ-ବୟଫ୍ରେଣ୍ଡ ଆଉ କାହାକୁ ଭଲ ପାଏ । ତାକୁ ଜଳେଇବା ପାଇଁ ସେ ବିବାହ କଲେ କିନ୍ତୁ ତାଙ୍କ ବିବାହକୁ ସେ ଆସିଲାନି । ତଥାପି ତାଙ୍କ ବର କାହିଁକି ଖୁସି ଦେଖା ଯାଉଛନ୍ତି କେଜାଣି ।

ପିଲାମାନେ ସବୁଠି ଦୁଷ୍ଟାମି କରିଥାନ୍ତି । ଷ୍ଟେଜରେ କନ୍ୟା ପାଖେ ଠିଆ ହୋଇଥିବା ଏହି ପିଲାଟି କିଛି ଏମିତି କରି ଦେଇଥିଲା କି କନ୍ୟାକୁ ଲାଜ ଲାଗିଥିଲା । କନ୍ୟାଟି ଗରମ ଯୋଗୁଁ ଏକ ରୁମାଲରେ ଧୀରେ ଧୀରେ ଝାଳ ପୋଛୁଥିଲା, ଯେମିତି ମେକଅପ ଖରାପ ନ ହୋଇଯାଏ । ଏତିକି ବେଳେ ତା’ ହାତରୁ ରୁମାଲ ଖସିପଡି ପାଖରେ ଛିଡା ହୋଇଥିବା ପିଲାଟିର ଜୋତା ଉପରେ ପଡିଥିଲା ।

ପିଲାଟି ହାତରେ ରୁମାଲ ଦେବା ବଦଳରେ ସବୁ ଲୋକଙ୍କ ଆଗରେ ଗୋଡରେ ହିଁ କନ୍ୟାଙ୍କୁ ରୁମାଲ ଦେଇଥିଲା । ଗୋବର ଲଗା ଜୋତାରେ ରୁମାଲ ଦେଖି ସବୁ ହସି ଦେଇଥିଲେ ଆଉ କନ୍ୟାକୁ ବୋଧେ ଟିକେ ଖରାପ ଲାଗିଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।