ଶରୀରରେ କମ ହେବାକୁ ଦିଅନ୍ତୁ ନାହିଁ ଭିଟାମିନ D କୁ, ନ ହେଲେ ହୋଇଯିବ ଏହି ୫ ଟି ରୋଗ, ଜାଣନ୍ତୁ କେମିତି କରିବେ ଏହାକୁ ଦୂର

ଆଜିକାଲି ଲୋକମାନେ ନିଜ କାମ ଉପରେ ଏତେ ଧ୍ୟାନ ଦେଉଛନ୍ତି କି ସେ ନିଜ ଶରୀରର ଉପରେ ଧ୍ୟାନ ଦେବାକୁ ଭୁଲି ଯାଉଛନ୍ତି । ଶରୀରରେ ଆସୁଥିବା କମଜୋର, ଥକିବା ଏବଂ ଇତ୍ୟାଦି ସମସ୍ୟା ଶରୀରର ଖରାପ ସ୍ୱାସ୍ଥ୍ୟ ଆଡକୁ ସଂକେତ କରିଥାଏ । ଆଜିକାଲି ଲୋକମାନଙ୍କ ମଧ୍ୟରେ ଭିଟାମିନ Dର ମାତ୍ରା କାମ ଦେଖା ଯାଇଥାଏ ।

ଶରୀରରକୁ ପ୍ରାପ୍ତ ଖରା ଏବଂ ଭିଟାମିନ D ଯୁକ୍ତ ଖାଦ୍ୟ ନ ମିଳିବାରୁ ଏହା ଦେଖା ଯାଇଥାଏ ଏବଂ ଭିଟାମିନ D କମ ହେବା ଦ୍ଵାରା ଆପଣଙ୍କୁ ବିଭିନ୍ନ ଗମ୍ଭୀର ରୋଗ ବି ହୋଇପାରେ । ସେଥିପାଇଁ ଆପଣ ନିଜର ଶରୀରରେ ଭିଟାମିନ Dର ମାତ୍ରାକୁ କମ ହେବାକୁ ଦିଅନ୍ତୁ ନାହିଁ, କାରଣ ଏହାର କମ ହେବା ଦ୍ଵାରା ଶରୀରରରେ ନିମ୍ନ ଲିଖିତ ରୋଗ ଗୁଡିକ ହୋଇଥାଏ ।

ହାଡକୁ କରିଥାଏ କମଜୋର

ଭିଟାମିନ Dର ମାତ୍ରା କମ ହେବା ଦ୍ଵାରା ଶରୀରରେ ସବୁଠୁ ଖରାପ ପ୍ରଭାବ ଶରୀରର ହାଡ ଉପରେ ପଡିଥାଏ । ଏହା ଦ୍ଵାରା ହାଡ କମଜୋର ହେବାକୁ ଲାଗିଥାଏ । ଏବଂ ହାଡ ମଧ୍ୟରେ ବ୍ୟଥା ହେବାକୁ ଲାଗିଥାଏ ।

ମାଂସପେଶୀରେ ବ୍ୟଥା ହେବା

ଯଦି ଗୋଡ ଏବଂ ହାତର ମାଂସପେଶୀରେ ବ୍ୟଥା ହେଉଛି, ତେବେ ଏହା ଭିଟାମିନ Dର ମାତ୍ରା କମ ହେବାର ସଂକେତ ଦେଇଥାଏ । ମାଂସପେଶୀ ଛଡା ଭିଟାମିନ D କମ ହେବ ଦ୍ଵାରା ଦାନ୍ତ ଉପରେ ବି ଏହାର ପ୍ରଭାବ ପଡିଥାଏ ।

ଉଚ୍ଚ ରକ୍ତଚାପ

ଯଦି ଶରୀରରେ ଭିଟାମିନ D କମ ହୋଇଥାଏ ତେବେ ଶରୀରରେ ରକ୍ତଚାପର ସମସ୍ୟା ବଢିବାରେ ଲାଗିଥାଏ ।

ଚିନ୍ତା ଏବଂ ଉଦାସ

ଭିଟାମିନ Dର ମାତ୍ରା ହୀନତା ସବୁଠୁ ଅଧିକ ମହିଳା ମାନଙ୍କ ମଧ୍ୟରେ ଦେଖାଯାଏ । ଏବଂ ଭିଟାମିନ Dର ମାତ୍ରା କମ କୌଣସି ମହିଳାରେ ମଧ୍ୟରେ ହୋଇଥାଏ ତେବେ ଏହାର ପ୍ରଭାବ ତାହାର ମୁଣ୍ଡ ଉପରେ ପଡିଥାଏ ଏବଂ ସେ ଉଦାସ ରହିଥାଏ । ଏବଂ ସେମାନେ ସବୁବେଳେ ଚିନ୍ତା କରିବାକୁ ଲାଗନ୍ତି ।

ସହଜରେ ଥକି ଯିବା

ଯେଉଁ ଲୋକମାନେ ଅତି ସହଜରେ ଥକି ଯାଉଛନ୍ତି ତେବେ ତାଙ୍କ ଶରୀରରେ ଭିଟାମିନ Dର ମାତ୍ରା କମ ହୋଇ ଯାଇଛି । ଏହା ସହିତ କୌଣସି କାମରେ ଅଳସୁଆ ଦେଖାଇବା ଭିଟାମିନ Dର କମ ହେବା ଯୋଗୁ ହୋଇଥାଏ ।

କେମିତି ଦୂର କରିବେ ଭିଟାମିନ Dର ମାତ୍ରାକୁ କମ କରିବାର

ଭିଟାମିନ Dର ମାତ୍ରାକୁ ନିଜ ଶରୀରରରେ ପୁରା କରିବା ପାଇଁ ଭିଟାମିନ D ଯୁକ୍ତ ଖାଦ୍ୟ ଅଧିକ ଖାଇବା ଉଚିତ । ମାଛ, ଚିକେନ, ଏବଂ ଅଣ୍ଡାର ସେବନ ଅଧିକ କରିବା ଉଚିତ । ଯଦି ଆପଣ ଶାକାହାରୀ ଅଟନ୍ତି ତେବେ ପାଲକ ଶାଗ, କ୍ଷୀର, ଦହି ଭଳି ଖାଦ୍ୟର ସେବନ କରିବା ଉଚିତ । ଏହା ସହିତ ସବୁ ଦିନ ଖରାରେ ୧୦ ମିନିଟ ବସନ୍ତୁ । କାରଣ ଖରାରେ ବସିଲେ ଶରୀରକୁ ଭିଟାମିନ ଡ଼ି ମିଳିଥାଏ ।

ଆଶାକରୁଛୁ ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଅନ୍ୟମାନକ ସହିତ ଶେୟାର କରନ୍ତୁ ଓ ପେଜକୁ ଲାଇକ କରନ୍ତୁ ଆଗକୁ ଆମ ସହିତ ରହିବା ପାଇଁ ।