“ଭିଟାମିନ ଡି” ର ଅଭାବକୁ ଅନାଦେଖା କରନ୍ତୁ ନାହିଁ, ଯାହାର କାରଣରୁ ହୋଇପାରେ ଏହି ସବୁ ଘାତକ ରୋଗ

ଭିଟାମିନ Dର ଅଭାବ ହେବା ଦ୍ଵାରା ଶରୀରରେ ବିଭିନ୍ନ ପ୍ରକାରର ରୋଗ ହୋଇପାରେ । ଡାକ୍ତରଙ୍କ ଅନୁସାରେ ପ୍ରାୟତଃ ଲୋକମାନଙ୍କ ଭିତରେ ଭିଟାମିନ Dର ଅଭାବ ରହିଥାଏ ଓ ଏହା ଦ୍ଵାରା ଶରୀରରେ ଡାଇବେଟିସ ଓ ହୃଦୟଜନିତ ରୋଗ ହେବାର ଡର ବହୁତ ଥାଏ । ଏହା ଛଡା ଗୋଟିଏ ସର୍ବେ ରେ ଜଣା ପଡିଛି କି ଯେଉଁ ଲୋକମାନଙ୍କ ମଧ୍ୟରେ ଭିଟାମିନ Dର ଅଭାବ ରହିଥାଏ ସେମାନଙ୍କୁ ବ୍ରେଷ୍ଟ କ୍ୟାନ୍ସର ବି ହୋଇପାରେ । ସେଥିପାଇଁ ଆପଣ କେବେ ବି ନିଜ ଶରୀରରେ ଭିଟାମିନ D ଡେଫିସିଏନ୍ସି ହେବାକୁ ଦିଅନ୍ତୁ ନାହିଁ ।

ସବୁଦିନ ଏତେ ପରିମାଣରେ ଭିଟାମିନ D ଆବଶ୍ୟକ ହୋଇଥାଏ ଶରୀରର ପାଇଁ –

ଡାକ୍ତରମାନଙ୍କ ଅନୁସାରେ ସମସ୍ତ ବ୍ୟକ୍ତିମାନଙ୍କୁ ସବୁଦିନ ଅତି କମ ରେ ୧୦ ରୁ ୨୦ ମାଇକ୍ରୋଗ୍ରାମ ଭିଟାମିନ D ଦରକାର ହୋଇଥାଏ । ସେଥିପାଇଁ ଆପଣ ସବୁଦିନ ଚେଷ୍ଟା କରନ୍ତୁ କି ଆପଣ ନିଜ ଶରୀରକୁ ଏହି ମାତ୍ରାରେ ହିଁ ଭିଟାମିନ D ଯୋଗାଇବେ । କିଛି ଫଳ ଓ ପନିପରିବାରେ ଭିଟାମିନ D ମିଳିଥାଏ । ଏହା ସହିତ କିଛି ସମୟ ପର୍ଯ୍ୟନ୍ତ ଖରାରେ ବସିବା ଦ୍ଵାରା ବି ନିଜ ଶରୀରକୁ ପର୍ଯ୍ୟାପ୍ତ ମାତ୍ରାରେ ଭିଟାମିନ D ମିଳିଥାଏ ।

ଭିଟାମିନ D ଅଭାବ ର ଲକ୍ଷଣ –

ଭିଟାମିନ Dର ଅଭାବ କାରଣରୁ ପ୍ରାୟତଃ ଶରୀର ଜଲ୍ଦି ଥକି ଯାଏ । ମାଂସପେଶୀ, ହାଡରେ ବ୍ୟଥା ହୋଇଥାଏ ଓ କମଜୋର ଲାଗିଥାଏ । ବେଳେବେଳେ ଭିଟାମିନ D ହୀନତା କାରଣରୁ ବ୍ୟକ୍ତିମାନେ ପତଳା ହେବାକୁ ଲାଗନ୍ତି । ଏହା ଛଡା ହାଲ୍କା ପରିଶ୍ରମରେ ଅଣନିଶ୍ଵାସୀ ହୋଇଯାନ୍ତି ।

ଭିଟାମିନ D ହୀନତା ହେବାର ମୁଖ୍ୟ କାରଣ –

ଯେଉଁ ଲୋକମାନେ ସୂର୍ଯ୍ୟ କିରଣ ସାମ୍ନାରେ ଆସନ୍ତି ନାହିଁ ଏବଂ ପୁରା ଦିନ ଘରେ ହିଁ ରୁହନ୍ତି, ସେହି ଲୋକମାନଙ୍କର ଶରୀରରେ ଭିଟାମିନ D କମ ହୋଇଥାଏ । ଏହା ଛଡା ଭିଟାମିନ D ଯୁକ୍ତ ଖାଦ୍ୟ ନ ଖାଇବା ଦ୍ଵାରା ବି ଶରୀରକୁ ପ୍ରର୍ଜ୍ୟାପ୍ତ ମାତ୍ରାରେ ଭିଟାମିନ D ମିଳି ନଥାଏ ।

ଭିଟାମିନ D ହୀନତାକୁ କେମିତି କରିବେ ପୁରା –

ସୂର୍ଯ୍ୟ କିରଣରେ ବସନ୍ତୁ

ଯେଉଁ ଲୋକମାନଙ୍କୁ ଭିଟାମିନ D ହୀନତା ଅଛି ସେମାନେ ସବୁଦିନ ୧୦ ମିନିଟ ସୂର୍ଯ୍ୟ କିରଣରେ ବସନ୍ତୁ । କିନ୍ତୁ ଏହି କଥାର ଧ୍ୟାନ ରଖିବେ କି ଗରମ ଦିନରେ ଅଧିକ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣରେ ବସିବେ ନାହିଁ । କାରଣ ସୂର୍ଯ୍ୟଙ୍କ ଠାରୁ ବାହାରୁଥିବା ଅଲ୍ଟ୍ରାଭାୟୋଲେଟ ତ୍ୱଚ୍ଚାକୁ କଳା କରି ଦିଏ । ଆପଣ ଦ୍ଵିପହର ପରେ ହିଁ ଖରାକୁ ଯାଆନ୍ତୁ ।

ଭିଟାମିନ D ଯୁକ୍ତ ଆହାର ଖାଆନ୍ତୁ

ମାଛ, ଅଣ୍ଡା, କ୍ଷୀର, ଦହି, ମସରୁମ, ପନିପରିବା, କମଳା ଇତ୍ୟାଦି ଜିନିଷକୁ ଖାଇବା ଦ୍ଵାରା ଶରୀରକୁ ପର୍ଯ୍ୟାପ୍ତ ମାତ୍ରାରେ ଭିଟାମିନ D ମିଳିଥାଏ । ସେଥିପାଇଁ ଆପଣ ଏହି ସମସ୍ତ ଜିନିଷକୁ ନିଜ ଡାଏଟରେ ସାମିଲ କରି ଦିଅନ୍ତୁ ।