ଭୀଷ୍ମ ପିତାମହ କହିଛନ୍ତି ଯଦି ଏହି ୫ ଜଣ ବ୍ୟକ୍ତିଙ୍କ ସହ ମିତ୍ରତା କରୁଛନ୍ତି ତେବେ ଜୀବନରେ କେବେ ବି ମିଳିବ ନାହିଁ ସଫଳତା

ଆଜି ଆମେ କଥା ହେବୁ ମହାଭାରତ ଯୁଦ୍ଧର ସବୁଠୁ ଶକ୍ତିଶାଳୀ ଓ ଆମର ଯୋଦ୍ଧା ଗଙ୍ଗା ପୁତ୍ର ଭୀଷ୍ମ ପିତାମହଙ୍କ ବିଷୟରେ । ଯାହାଙ୍କ ସହିତ ଯୁଦ୍ଧ କରିବା ସମୟରେ ମହାନ ଅର୍ଜୁନ ନିଜେ ବି କମ୍ପି ଉଠିଥିଲେ । କାରଣ ବହୁତ ଚେଷ୍ଟା କରିବା ସତ୍ତ୍ୱେ ବି ତାଙ୍କ ପାଖରେ କୌଣସି ବି ଅସ୍ତ୍ର ନ ଥିଲା ଯାହା ଦ୍ଵାରା ସେ ତାଙ୍କୁ ପରାଜିତ କରି ପାରିବେ । କିନ୍ତୁ ଧର୍ମର ରକ୍ଷା ହେତୁ ଭୀଷ୍ମ ପିତାମହ ନିଜେ ହିଁ ଏହାର ସମାଧାନ କହିଥିଲେ । ତେବେ ଯାଇ ଅର୍ଜୁନ ତାଙ୍କର ଯୁଦ୍ଧର ପରାକ୍ରମକୁ ଅଟକାଇ ପାରିଲେ ।

କହିଦେଉଛୁ କି ମହାଭାରତ ଯୁଦ୍ଧ ପରେ ଯେତେବେଳେ ବିଦିଷ୍ଟ ରାଜା ହେଲେ, ସେତେବେଳେ ସେ ସେହି କୁରୁକ୍ଷେତ୍ରକୁ ଫେରିଲେ ଯେଉଁଠି ଭୀଷଣ ମହାଭାରତ ଯୁଦ୍ଧ ହୋଇଥିଲା ଓ ଶର ର ମୁର୍ତ୍ୟୁଶର୍ଯ୍ୟାରେ ଶୋଇଥିବା ଭୀଷ୍ମ ପିତାମହଙ୍କ ଠାରୁ କିଛି ଶିକ୍ଷା ବି ନେଲେ । ସେହି ସମୟରେ ଭୀଷ୍ମ ପିତାମହ ତାଙ୍କୁ କିଛି ମହତ୍ଵପୂର୍ଣ୍ଣ କଥା କହିଥିଲେ। ସେ କହିଥିଲେ କି ଯଦି ଜୀବନରେ କେବେ ବି ସଫଳ ହେବାର ଅଛି ତେବେ ଭୁଲରେ ବି ଏହି ୫ ଜଣ ବ୍ୟକ୍ତିଙ୍କ ସହ ମିତ୍ରତା କର ନାହିଁ । ଆଜି ଆମେ ଆପଣମାନଙ୍କୁ ସେହି ବ୍ୟକ୍ତିମାନଙ୍କ ବିଷୟରେ ହିଁ କହିବାକୁ ଯାଉଛୁ ।

୧. ଅଳସୁଆ ବ୍ୟକ୍ତି

କହିଦେଉଛୁ କି ଅଳସୁଆ ପଣ ମନୁଷ୍ୟର ବଡ ଶତୃ ଅଟେ । ଅଳସୁଆ ବ୍ୟକ୍ତି ନିଜ ଜୀବନର କୌଣସି ବି ଅବସରର ଉଚିତ ଲାଭ ଉଠାଇ ପାରେ ନାହିଁ । ଏହି କାରଣରୁ ନା ହିଁ ସେମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତ ରୁହନ୍ତି ନା ନିଜର କର୍ମ ପ୍ରତି । ଏହିଭଳି ବ୍ୟକ୍ତିଙ୍କର ସଙ୍ଗତିରେ ରହିଲେ ଆପଣମାନଙ୍କୁ ବି କେବେ ବି ସଫଳତା ହାସଲ ହେବ ନାହିଁ ।

୨. ନାସ୍ତିକ

ଯେଉଁ ଲୋକମାନେ ଭଗବାନ ଓ ଧର୍ମ ପ୍ରତି ଆସ୍ଥା ରଖନ୍ତି ନାହିଁ । ସେମାନେ ଅଧର୍ମୀ ଓ ପାପୀ ହୋଇଥାନ୍ତି । ଏହିଭଳି ଲୋକମାନେ ପ୍ରାୟତଃ ମିଛ କହିଥାନ୍ତି । ଏହିଭଳି ଭାବରେ ସେମାନେ ନିଜ ଜୀବନକୁ ନର୍କ ସମାନ କରି ଦିଅନ୍ତି । ଯେଉଁମାନେ ତାଙ୍କ ସହିତ ମିତ୍ରତା ରଖନ୍ତି ସେମାନଙ୍କର ଜୀବନ ବି ଏହିଭଳି ହୋଇଥାଏ ।

୩. କ୍ରୋଧ କରୁଥିବା

ଯେଉଁ ବ୍ୟକ୍ତିମାନେ ପ୍ରାୟତଃ ଅଧିକ କ୍ରୋଧିତ ରୁହନ୍ତି ତାଙ୍କର ବ୍ୟବହାର ଦାନବ ସମାନ ହୋଇଥାଏ । ଏମାନେ ନିଜର ହିଁ କ୍ଷତି କରିଥାନ୍ତି । ଭଲ ହେବ କି ଏହିଭଳି ଲୋକମାନଙ୍କ ଠାରୁ ଦୂରେଇ ରୁହନ୍ତୁ ।

୪. ଈର୍ଷା କିମ୍ବା ଦ୍ୱେଷ ରଖୁଥିବା ବ୍ୟକ୍ତିମାନେ

ଯେଉଁ ବ୍ୟକ୍ତିମାନେ ନିଜ ମନରେ କୌଣସି କଥାକୁ ନେଇ ଈର୍ଷା କିମ୍ବା ଦ୍ୱେଷର ଭାବନା ରଖିଥାନ୍ତି, ତେବେ ନିଶ୍ଚିତ ରୂପରେ ସେମାନଙ୍କ ମନରେ ଛଳ କପଟ ଇତ୍ୟାଦି କଥା ଚାଲିଥାଏ । ସେଥିପାଇଁ ଏମାନଙ୍କ ଠାରୁ ଦୂରେଇ ଯାଆନ୍ତୁ ।

୫. ମାଦକ ଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତି

କହିଦେଉଛୁ କି ନିଶା କିମ୍ବା ମାଦକ ଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିକୁ ନା ଘରେ ନା ସମାଜରେ କେବେ ବି ସମ୍ମାନ ମିଳେ ନାହିଁ । ଏମାନେ ନିଜ ସହିତ ନିଜ ସାଥିମାନଙ୍କୁ ବି ଲଜ୍ଜିତ କରାଇ ଦିଅନ୍ତି । ସେଥିପାଇଁ ଆପଣମାନେ ଏହିଭଳି ବ୍ୟକ୍ତିମାନଙ୍କ ଠାରୁ ଦୂରରେ ରୁହନ୍ତୁ ।