ଭିଟାମିନ-D କୁ 100 % ପ୍ରାକୃତିକ ଉପାୟରେ ବୃଦ୍ଧି କରନ୍ତୁ, ଦେଖନ୍ତୁ 6ଟି SuperFood ଯାହା ଭିଟାମିନ Dରେ ଭରପୁର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମ ଶରୀର ପାଇଁ ପ୍ରତ୍ଯେକଟି ଭିଟାମିନ ଓ ମିନେରଲ୍ସ ର ଆବଶ୍ୟକତା ରହିଅଛି । ଯାହା ଦ୍ଵାରା ଶରୀର ଦରକାର ମୁତାବକ ପୋଷଣ ସେଥିରୁ ଗ୍ରହଣ କରିବା ସହିତ ଶରୀରକୁ ସୁସ୍ଥ ଓ ସବଳ ରଖିଥାଏ । ତେବେ ସମସ୍ତ ଭିଟାମିନ ମଧ୍ୟରୁ ଭିଟାମିନ-D ହେଉଛି ଅନ୍ୟତମ । ତେବେ ଭିଟାମିନ-D ଆମ ଶରୀର ପାଇଁ ଦରକାରୀ ଏକ ଅତ୍ୟାବଶ୍ୟକ ଭିଟାମିନ ଅଟେ । ଯାହାର ଅଭାବ ଶରୀର ମଧ୍ୟ ଦେଖାଦେଲେ ଶରୀରରେ ଅନେକ ପ୍ରକାର ସମସ୍ଯାମନ ଦେଖାଦେଇଥାଏ ।

ଯେପରିକି ହାଡଗଣ୍ଠି ଦୁର୍ବଳ ହୋଇଯାଇଥାଏ । ଶରୀରର ରୋଗପ୍ରତିରୋଧକ ଶକ୍ତି କମିଯାଇଥାଏ । ପଚନ ଶକ୍ତି ଦୁର୍ବଳ ହୋଇଯାଇଥାଏ । ଏହା ଛଡା ମାନସିକ ଚିନ୍ତା ବଢିବ ସହ ସାରା ଦିନ ଶରୀରରେ ଥକାପଣ ଲାଗିରହିଥାଏ । ତେବେ ସମସ୍ତେ ଏହା ନିହାତି ଭାବେ ଜାଣିଥିବେ । ଯେ ଭିଟାମିନ-D ର ପ୍ରଧାନ ଉତ୍ସ ହେଉଛି ସୂର୍ଯ୍ୟକିରଣରୁ ଆସୁଥିବା ଆଲୋକ । ତେବେ ଏହି ରଶ୍ମି ଆମ ଶରୀର ମଧ୍ୟକୁ ପ୍ରବେଶ କରି ଆମ ଶରୀରରେ ଭିଟାମିନ-D ର ଉତ୍ପନ କରିଥାଏ ।

ଏହା ବ୍ଯତୀତ ବହୁ ଲୋକ ଖରା ଅଧିକ ସମୟ ରହି ମଧ୍ୟ ତାଙ୍କ ଶରୀରରେ ଭିଟାମିନ-D ର ଅଭାବ ପରିଲକ୍ଷିତ ହୋଇଥାଏ । ତେବେ ଚାଲନ୍ତୁ ସେମାନେ ଏହି ସମସ୍ଯାର କିପରି ମୁକୁଳିପାରିବେ । ତାହା ଆଲୋଚନା କରିନେବା । ପ୍ରଥମେ ଶରୀରରେ ଭିଟାମିନ-D ର ପରିମାଣ ବଢାଇବାକୁ ଚାହୁଁଥିଲେ । ସକାଳର ଖରାରେ କିଛି ସମୟ ବସିବା କିମ୍ବା କାମ କରିବା ଉଚିତ ।

ଏହି ସମୟରେ ଅଧିକ ମୋଟା ପୋଷଣ ନପିନ୍ଧି ହାଲୁକା ଓ ପତଳା ପୋଷାକ ପିନ୍ଧନ୍ତୁ । ଯାହା ଦ୍ଵାରା ଶରୀରରେ ସୂର୍ଯ୍ୟ କିରଣ ଅଧିକ ଶୋଷଣ କରିପାରିବ । ନିରାମିଷଧାରୀ ମାନଙ୍କ ପାଇଁ ଛତୁ ଏକ ଏପରି ଖାଦ୍ୟ ପଦାର୍ଥ ଅଟେ । ଯାହାକୁ ଖାଇବା ଦ୍ଵାରା ଶରୀରରେ ଭିଟାମିନ-D ର ପରିମାଣ ବଢିଥାଏ । ଏହା ଛଡା ଅଣ୍ଡାର କେଶରରେ ମଧ୍ୟ ଭିଟାମିନ-D ବହୁ ପରିମାଣରେ ମିଳିଥାଏ । ତେବେ ଅଣ୍ଡା ଖାଇବା ସମୟରେ ଅଣ୍ଡାର ଉପର ଭାଗକୁ ଖାଇବା ସହିତ ତା’ ର ମଧ୍ୟ ଅଂଶ ତଥା କେଶରକୁ ମଧ୍ୟ ଖାଇବା ଉଚିତ ।

ମାଛ ଖାଇ ମଧ୍ୟ ଶରୀରର ଭିଟାମିନ-D ର ପରିମାଣକୁ ବଢାଇ ପାରିବେ । ବିଶେଷ କରି ଫ୍ୟାଟି ଫିଶରେ ଅଧିକ ପରିମାଣ ଭିଟାମିନ-d ମହଜୁଦ ରହିଥାଏ । ଯଦି ମାଛ ଅଧିକ ଖାଇବା ସମ୍ଭବ ନହେଉଥାଏ । ତେବେ ମାର୍କେଟରୁ ମିଳୁଥିବା ଫିଶ ଅଏଲର ସପ୍ଲିମେଣ୍ଟ ମଧ୍ୟ ସେବନ କରିପାରିବେ ।

କ୍ଷୀର,ଦହି ରେ ମଧ୍ୟ ଯଥେଷ୍ଟ ମାତ୍ରାରେ ଭିଟାମିନ-D ର ପରିମାଣ ରହିଥାଏ । ତେବେ ଉଭୟ ଆମିଷ ଓ ନିରାମିଷ ଲୋକ କ୍ଷୀର ସେବନ କରିପାରିବେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ