ବିବାହର କେଉଁ ଜିନିଷ ଆଣିଲେ ଜୀବନରେ ସୁଖ ଶାନ୍ତି ପ୍ରାପ୍ତ ହୁଏ? ଏହା ସହ ଆହୁରି କିଛି ଶାସ୍ତ୍ର ଲିଖିତ ଅନୁଚିନ୍ତା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିବାହ ଏକ ଏପରି ପବିତ୍ର ସମ୍ପର୍କର ବନ୍ଧନ ।ଯେଉଁଥିରେ ଉଭୟ ପୁରୁଷ ଓ ମହିଳାଙ୍କ ଶରୀର ସହିତ ମନର ମଧ୍ୟ ମିଳନ ଘଟିଥାଏ । ତେବେ ଆଜି ଚାଲନ୍ତୁ ବାହାଘର ସମ୍ବଦ୍ଧିତ ତଥ୍ୟ ଆଲୋଚନା କରି କିଛି ଜ୍ଞାନପୂର୍ଣ୍ଣ କଥା ଜାଣିବା । ବିବାହ ୮ ପ୍ରକାରର ହୋଇଥାଏ । ଯଥା ବ୍ରହ୍ମ, ଦୈବ, ଆର୍ଷ, ପ୍ରଜାପତ୍ୟ, ଆସୁର ଗନ୍ଧର୍ବ୍ୟ, ରାକ୍ଷସ ଓ ପ୍ୟଶାଚ । ବ୍ରହ୍ମ, ଦୈବ, ଆର୍ଷ, ପ୍ରାଜପତ୍ୟ ଏହି ୪ ପ୍ରକାରର ବିବାହ ଶାସ୍ତ୍ର ସମ୍ମତ ହୋଇଥାଏ ।

ବର ଠାରୁ ଧନ ନେଇ ତାକୁ କନ୍ୟା ବିବାହ ଦେଲେ । ଆସୁର ବିବାହ କୁହାଯାଏ । ନିଜ ଇଛାରେ ବର କନ୍ୟା ବିବାହ କରିଲେ । ତାକୁ ଗାନ୍ଧର୍ବ ବିବାହ କୁହାଯାଏ । କନ୍ୟା ପିତା ଠାରୁ କନ୍ୟାକୁ ଛଡେଇ ଆଣି ବିବାହ କରିଲେ । ତାକୁ ରାକ୍ଷସ ବିବାହ କୁହାଯାଇଥାଏ । କପଟ କରି କନ୍ୟାକୁ ଭୁଲାଇ ବିବାହ କରିଲେ । ତାକୁ ପ୍ୟଶାଚ ବିବାହ କୁହାଯାଇଥାଏ । ବରକୁ ନିଜ ଘରକୁ ନିମନ୍ତ୍ରଣ କରି ଆଣି ଯଥା ଶକ୍ତି କନ୍ୟାକୁ ଅଳଙ୍କୃତ କରି ବିବାହ ଦେଲେ ।

ତାଙ୍କ ଠାରୁ ଉତ୍ପନ ପୁତ୍ର ଉଭୟ କୁଳର ୨୧ ପୁରୁଷ ଉଦ୍ଧାର କରିଥାଏ । ବାତୁଳ, ପତିତ, କୁଷ୍ଠ ରୋଗୀ, ନପୁଂସକ, ନିଜ ଗୋତ୍ର ଜାତ, ଅନ୍ଧ, ବଧିର ଓ ଅସଂସ୍କାର ରୋଗୀକୁ କନ୍ୟା ଦେବା ଅନୁଚିତ । ବରର କୁଳ, ସ୍ଵଭାବ, ବୟସ, ରୂପ, ବିଦ୍ୟା, ଧନ ଓ ପିତ୍ରାଦିର ସହାୟତା ଗୁଣ ପରୀକ୍ଷା କରି କନ୍ୟା ଦାନ କରିବା ଉଚିତ । ବର ମାତାର ନାମ ସହିତ କନ୍ୟାର ନାମ ସମାନ ହେଲେ ।

ତେବେ ବିବାହ ଦେବା ଅନୁଚିତ । ଏହା ଦୋଶାବହ ହୋଇଥାଏ । ଯେଉଁ କନ୍ୟା ଲଜ୍ୟାହୀନ, ସ୍ଵଭାବ ଉଗ୍ର, ଦାନ୍ତ ଅସୁନ୍ଦର, ଆଖି ପିଙ୍ଗଳ ବର୍ଣ୍ଣ, ସର୍ବାଙ୍ଗ ଲୋମଯୁକ୍ତ ଓ କଟି ସ୍ତୁଳ ଏହିପରି କନ୍ୟା ବିବାହ ଯୋଗ୍ୟ ହୋଇନଥାଏ । ଯେଉଁ କନ୍ୟା ଶ୍ୟାମା, ଯାହାର କେଶ ଉତ୍ତମ, ଦେହ ଅଳ୍ପ ଏଲପିଏମଯୁକ୍ତ, ଭ୍ରୂଲତା ସୁନ୍ଦର, ଚରିତ୍ର ଉତ୍କୃଷ୍ଠ, ଗମନ ମନୋହର, ଦାନ୍ତ ସୁନ୍ଦର, କଟି ଡମ୍ବରୁ ତୁଲ୍ୟ ଏପରି ନାରୀ ବିବାହ ଯୋଗ୍ୟ ହୋଇଥାଏ ।

ସମାନ ପ୍ରବାର ଜାତ କନ୍ୟା, ଶିଷ୍ୟର ସନ୍ତତି, ଗୁରୁର ସନ୍ତତି ଏମାନଙ୍କ ସହିତ ବିବାହ ନିଷିଦ୍ଧ ଅଟେ । ବଡ ଭାଇ ବିବାହ ନହୋଇ ଥିଲେ । ସାନ ଭାଇ ବିବାହ କଲେ, ପତିତ ହୁଏ । ବଡ ଭଉଣୀ ଥାଉ ଥାଉ ସାନ ଭଉଣୀର ବିବାହ ଶାସ୍ତ୍ର ନିଷିଦ୍ଧ ଅଟେ । ଏହି ସବୁ ନିୟମ ଜାଣି ବିବାହ କରିଲେ । ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ