Virushka ଙ୍କ ସମ୍ପତ୍ତିକୁ ନେଇ ଜୋର ଧରିଛି ଚର୍ଚ୍ଚା, Virat ନା’ Anushka, ରୋଜଗାରରେ କିଏ କାହାଠୁ ଆଗରେ ଅଛି ? ମୋଟ ସମ୍ପତ୍ତି ଜାଣିଲେ ହୋସ୍ ଉଡିଯିବ

କ୍ରିକେଟ ଠୁ ନେଇ ଫିଲ୍ମ ପର୍ଯ୍ୟନ୍ତ ସବୁଠି ବିରୁଷ୍କାଙ୍କ ଚର୍ଚ୍ଚା । ବିରାଟ କୋହଲି ଭାରତୀୟ କ୍ରିକେଟର ସୁପରିଚିତ ତଥା ବହୁଚର୍ଚ୍ଚିତ ଚେହେରା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ନାମକୁ ମିଶାଇ ସୃଷ୍ଟି ହୋଇଛି ଏହି ୟୁନିକ୍ ନାଁ । ନିଜ ନିଜ କ୍ଷେତ୍ରରେ ଦୁହେଁ ବହୁତ ଲୋକପ୍ରିୟ । ଭାରତ ସମେତ ଦୁନିଆର କୋଣ ଅନୁକୋଣରେ ଉଭୟଙ୍କ ଫ୍ୟାନ୍ସ ଫଲୋଇଂ ରହିଛନ୍ତି ।

ଭାରତୀୟ କ୍ରିକେଟରେ ବିସ୍ଫୋରକ ବ୍ୟାଟିଂ କରି ବିରାଟ କୋହଲି ପରିଚୟ ପାଇଥିବା ବେଳେ ନିଜ ଅଭିନୟ ମାଧ୍ୟମରେ କୋଟି କୋଟି ଦର୍ଶକଙ୍କ ମନ ଜିତିଛନ୍ତି ଅନୁଷ୍କା । ବରାତ ଏବଂ ଅନୁଷ୍କା କେବଳ ନିଜ ନିଜ କ୍ଷେତ୍ରରେ ଆଗୁଆ ନୁହେଁ ବରଂ ରୋଜଗାର କ୍ଷେତ୍ରରେ ମଧ୍ୟ କେହି କାହାଠୁ କମ୍ ନୁହନ୍ତି । ସୋସିଆଲ ମିଡିଆର ସମସ୍ତ ପ୍ଲାଟଫର୍ମରେ ସେନ୍ସେସନ ପାଲଟିଥିବା ବିରାଟ କୋହଲିଙ୍କ ମୋଟ ସମ୍ପତ୍ତି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କୋହଲିଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି 1 ହଜାର 46 କୋଟି ଟଙ୍କା ।

ଏବେ ବାର୍ଷିକ 15 କୋଟି ଟଙ୍କା ରୋଜଗାର କରୁଛନ୍ତି କୋହଲି । ମାସିକ ରୋଜଗାର ହିସାବରେ ଏହା 1 କୋଟି 25 ଲକ୍ଷ ଟଙ୍କା ହେଉଛି । BCCI ର ଗ୍ରେଡ-A କଣ୍ଟ୍ରାକ୍ଟରେ କୋହଲିଙ୍କ ନାମ ଥିବାରୁ BCCI ତାଙ୍କୁ ବାର୍ଷିକ 7 କୋଟି ଟଙ୍କା ଦେଉଛି । ଏପରିକି ବିରାଟଙ୍କ ନାମ ଦୁନିଆର ସବୁଠୁ ଧନୀ କ୍ରିକେଟରଙ୍କ ତାଲିକାରେ ରହିଛି । ସୋସିଆଲ ମିଡିଆ ପୋଷ୍ଟ ଓ ବିଭିନ୍ନ କମ୍ପାନୀର ବିଜ୍ଞାପନରୁ ବିରାଟ ମୋଟାଅଙ୍କର ରୋଜଗାର କରୁଛନ୍ତି ।

କୋହଲିଙ୍କର କେବଳ ଇନଷ୍ଟାଗ୍ରାମରେ 212 ମିଲିୟନ ଫଲୋର୍ସ ରହିଛନ୍ତି । ପ୍ରତି ପୋଷ୍ଟରୁ ବିରାଟଙ୍କୁ ମିଳିଥାଏ ଲକ୍ଷ ଲକ୍ଷ ଟଙ୍କା । ଏଥିସହ ବିଭିନ୍ନ କମ୍ପାନୀର ପ୍ରମୋଶନରୁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ବିରାଟ । ତେବେ ଅନୁଷ୍କା ମଧ୍ୟ ରୋଜଗାରରେ କିଛି ପଛରେ ନାହାନ୍ତି । ଫିଲ୍ମ “ରବ୍ ନେ ବନାଦି ଯୋଡି” ରୁ ବଲିଉଡରେ ପାଦ ଥାପିଥିବା ଅନୁଷ୍କା ଶର୍ମା ବର୍ତ୍ତମାନ ବଲିଉଡର ଟପ୍ ହିରୋଇନ ତାଲିକାରେ ରହିଛନ୍ତି । ରୋଜଗାର କରି ଅନୁଷ୍କା 265 କୋଟି ଟଙ୍କାର ସମ୍ପତ୍ତି ମାଲିକାଣୀ ହୋଇ ପାରିଛନ୍ତି ।

ଗୋଟିଏ ଫିଲ୍ମ ପାଇଁ ଅନୁଷ୍କା 10 କୋଟି ଟଙ୍କା ପାଉଥିବା ବେଳେ ପ୍ରତି ବିଜ୍ଞାପନ ପାଇଁ ସେ 4 ରୁ 5 କୋଟି ଟଙ୍କା ନେଇଥାନ୍ତି । ସ୍ଵାମୀ ବିରାଟଙ୍କ ତୁଳନାରେ ପତ୍ନୀ ଅନୁଷ୍କାଙ୍କ ରୋଜଗାର କମ୍ ଥିଲେ ମଧ୍ୟ ଉଭୟଙ୍କ ଯୋଡି ସବୁବେଳେ ଚର୍ଚ୍ଚାରେ ରୁହେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।