ରୋଷେଇ ଘରେ କେଉଁ ଜିନିଷ ରଖିଲେ ଧାର କରଜରୁ ମୁକ୍ତି ମିଳିଥାଏ ? ଏହାସହ ଜାଣନ୍ତୁ ଆହୁରି 20+ ଶାସ୍ତ୍ରଲିଖିତ ଅନୁଚିନ୍ତା

ଆମ ଜୀବନକୁ ସରଳ ଓ ସୁଖଶାନ୍ତି ପୂର୍ଣ୍ଣ କରିବା ପାଇଁ ଆସନ୍ତୁ ଜାଣିବା ଶାସ୍ତ୍ରରେ କୁହା ଯାଇଥିବା କିଛି ଅନୁଚିନ୍ତା ବିଷୟରେ । ପ୍ରତ୍ଯେକ ଦିନ ଗାଧୋଇବା ବେଳେ ପାଣିରେ କିଛି ଫିଟିକିରି ମିଶାଇ ଗାଧୋଇବା ଦ୍ଵାରା ଶୁଭ ହେବାସହ ଆର୍ଥିକ ସ୍ଥିତିରେ ସୁଧା ଆସେ । ଘରୁ ବାସ୍ତୁଦୋଷ ଦୂର କରିବା ପାଇଁ ପ୍ରତ୍ଯେକ କୋଠରିରେ ଛୋଟ ଫିଟିକିରି ଖଣ୍ଡ ରଖିବା ଶୁଭ ହୋଇଥାଏ ଏବଂ ସୁଖ ସମୃଦ୍ଧି ଲାଗି ରହିଥାଏ ।

ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିଲେ ଶୋଇବା ପୂର୍ବରୁ ଖଟତଳେ ଫିଟିକିରି ପାଣି ରଖି ସକାଳୁ ଓସ୍ତଗଛ ମୂଳରେ ଅର୍ପଣ କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ରବିବାର ଦିନ ଗାଈକୁ ରୁଟି ଏବଂ ଗୁଡ ଖୁଆଇବା ଦ୍ଵାରା ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ ଏବଂ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଥାଏ । ରବିବାର ଦିନ କେବେବି ଘରର ପୁରୁଣା ଝାଡୁ ବାହାରେ ଫୋପାଡିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ଏବଂ କଳହ ଦେଖାଦେବା ସହ ଧନହାନିର ସମ୍ଭାବନା ରହିଥାଏ ।

ରବିବାର ଦିନ ନଦୀ କିମ୍ବା ପୋଖରୀରେ ଥିବା ମାଛଙ୍କୁ ଅଟାଗୁଳା ଖାଇବାକୁ ଦେବା ଦ୍ଵାରା ଘରେ ସୁଖଶାନ୍ତି ପ୍ରାପ୍ତ ହୋଇଥାଏ ଏବଂ ଆର୍ଥିକ ସମସ୍ଯା ଦୂର ହୋଇଥାଏ । ରବିବାର ପରିବାରର ସମସ୍ତ ସଦସ୍ୟଙ୍କ ସହ ଠାକୁର ପୂଜା କରିବା ଶୁଭ ହୋଇଥାଏ ଏବଂ ଧନର ଅଯଥା ବ୍ୟୟ ଦୂର ହୋଇଥାଏ । ରବିବାର ଦିନ ଓସ୍ତଗଛ ମୂଳରେ ଚତୁର୍ମୁଖୀ ଦୀପ ଜଳାଇବା ଦ୍ଵାରା ଧନବୃଦ୍ଧି ହୋଇଥାଏ ଏବଂ ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ ।

ରବିବାର ଦିନ ସକାଳୁ ଉଦୟ ହେଉଥିବା ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଦ୍ଵାରା ମଙ୍ଗଳକାରୀ ହେବାସହ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ରାତିର ଶୋଇବା ପୂର୍ବରୁ ଜୀବନରେ କେଉଁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ବା କରୁଛନ୍ତି ସେସବୁ ଚିନ୍ତନ କରିବା ଦ୍ଵାରା ସଫଳତା ମିଳିବାର ସଭାବନ ବୃଦ୍ଧି ହୋଇଥାଏ । ଶୋଇବା ସମୟରେ କେବେବି କବାଟ ଆଡକୁ ଗୋଡ ରଖି ଶୋଇବା ଉଚିତ ନୁହେଁ, ଏହା ଅଶୁଭ ହେବାସହ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧିର ହାନି ହୋଇଥାଏ ।

ରାତିରେ ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ଭୋଜନ କରିବା ଉଚିତ ଏବଂ ହାଲୁକା ଭୋଜନ କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ରାତିରେ ଶୋଇବା ପୂର୍ବରୁ ପାଣି ପିଇକରି ଶୋଇବା ଉଚିତ ଏବଂ ଭାଙ୍ଗି ଯାଇଥିବା ଖଟ ଉପରେ କେବେବି ଶୋଇବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ।

ଶୋଇବା ପୂର୍ବରୁ ନିୟମିତ ଭାବେ ଇଷ୍ଟଦେବଙ୍କୁ ଧ୍ୟାନ କରିବା ଉଚିତ ଏବଂ ବାମପଟ ମାଡି ଶୋଇବା ଦ୍ଵାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ । ଗୁରୁବାର ଦିନ ହଳଦୀ ଖଣ୍ଡକୁ ହଳଦିଆ କପଡାରେ ବାନ୍ଧି ବେକରେ ଧାରଣ କରିବା ଦ୍ଵାରା ଶୁଭ ହୋଇଥାଏ ଏବଂ ବିଭିନ୍ନ ସମସ୍ଯା ଦୂର ହୋଇଥାଏ । ଘରକୁ ଆସିଥିବା ଅତିଥିଙ୍କୁ ସ୍ବଚ୍ଛ ପାଣି ପ୍ରଦାନ କରିବା ଶୁଭ ହେବାସହ ଘରେ ରାହୁଙ୍କ ଖରାପ ପ୍ରଭାବ ପଡି ନଥାଏ ।

ରୋଷେଇ ଘରେ ଅଇଁଠା ବାସନ ରଖିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ଏବଂ ମାନସିକ ଚିନ୍ତା ବୃଦ୍ଧି ହେବା ସହ ଧନହାନିର ସମ୍ଭାବନା ଦେଖାଦିଏ । ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରେ ପାଣି ଭର୍ତ୍ତି ବାଲଟି ରଖିବା ଉଚିତ । ଏହା ଶୁଭ ହୋଇଥାଏ ଏବଂ ଧାର କରଜରୁ ମୁକ୍ତି ମିଳିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।