କନ୍ୟା ରାଶି (Virgo) June 2022 ମାସିକ ରାଶିଫଳ, ଆସନ୍ତା ମାସ ଆପଣଙ୍କ ପାଇଁ କେମିତି କଟିବ ଓ ଅଶୁଭ ଖଣ୍ଡନ ପାଇଁ କଣ କରିବେ ପ୍ରତିକାର

ଆଜି ଆମେ ଆପଣଙ୍କୁ ଜୁନ ୨୦୨୨ ର କନ୍ୟା ରାଶିର ଜାତକଙ୍କ ମାସିକ ରାଶିଫଳ ବିଷୟରେ କହିବାକୁ ଯାଉଛୁ । ଏହି ମାସିକ ରାଶିଫଳ ଗ୍ରହଙ୍କ ସ୍ଥିତି ଓ ଚଳନକୁ ନେଇ ଆଧାରିତ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହଙ୍କ ଚଳନ ଓ ସ୍ଥିତି ଆମ ଜୀବନରେ ବିଶେଷ ପ୍ରଭାବ ପକାଇଥାଏ । ସେଥିପାଇଁ ଆମ ଜୀବନରେ ନିରନ୍ତର ପରିବର୍ତ୍ତନ ଲାଗି ରହିଥାଏ । ଏହି ପରିବର୍ତ୍ତନ ଯୋଗୁଁ ଆମ ଜୀବନରେ କେବେ ଦୁଃଖ ଆସିଥାଏ ତ କେବେ ସୁଖ ଆସିଥାଏ ।

କନ୍ୟା ରାଶିର ଅଧିପତି ଗ୍ରହ ହେଉଛନ୍ତି ବୁଧ ଗ୍ରହ । ଏମାନେ ଟିକେ ଦାମ୍ଭିକ ରାଶି ହୋଇଥିବାରୁ ଅନେକ ସମୟରେ ମନ ଭିତରେ ଦ୍ଵନ୍ଦ ରହିଥାଏ ଓ ଭବିଷ୍ୟତକୁ ନେଇ ସବୁବେଳେ ଚିନ୍ତାରେ ରହିଥାନ୍ତି । କିନ୍ତୁ ଏମାନେ ବହୁତ ଆତ୍ମବିଶ୍ବାସୀ, ପରୋପକାରୀ ହୋଇଥାନ୍ତି । ଆପଣଙ୍କ ପାଇଁ ଶୁଭରଙ୍ଗ ହେଉଛି ସବୁଜ ଓ ଶୁଭବାର ହେଉଛି ରବିବାର ଏବଂ ବୁଧବାର । ରାଶିର ଶୁଭଦେବତା ହେଉଛନ୍ତି ଭଗବାନ ଗଣେଶ ଓ ଶୁଭଦେବୀ ହେଉଛନ୍ତି ତ୍ରିଫଳା ସୁନ୍ଦରୀ ।

ଆପଣଙ୍କ ପାଇଁ ଶୁଭସଂଖ୍ୟା ହେଉଛି ୫ ଏବଂ ପ୍ରତ୍ଯେକ ମାସର ୫, ୧୪ ଓ ୨୩ ତାରିଖ ଆପଣଙ୍କ ପାଇଁ ଶୁଭ । ଆପଣଙ୍କ ପାଇଁ ୨୦୨୨ ଜୁନ ମାସଟି ମଧ୍ୟମ ଧରଣର ରହିବ । କର୍ମକ୍ଷେତ୍ରରେ କିଛି ସମସ୍ଯା ଦେଖା ଦେଇପାରେ କିନ୍ତୁ ଭାଗ୍ଯର ପୂର୍ଣ୍ଣ ସହଯୋଗ କାରଣରୁ ଆପଣ ସେଥିରୁ ବଞ୍ଚିତ ରହିବେ ।

ବିଦ୍ୟାର୍ଥୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ମାସଟି ସଂଘର୍ଷପୂର୍ଣ୍ଣ ରହିବ ଓ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ। କ୍ଯାରିୟର ଦୃଷ୍ଟିରୁ ମାସଟି ଉତ୍ତମ ଅନୁକୂଳ ରହିବ କିନ୍ତୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ । କିନ୍ତୁ ଚାକିରି କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । କାର୍ଯ୍ୟସ୍ଥଳରେ ପ୍ରଶଂସାର ପାତ୍ର ହେବେ । ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ମାସଟି ସାମାନ୍ୟ ରହିବ । ମାସର ଆରମ୍ଭରେ କିଛି ଲାଭ ପ୍ରାପ୍ତି ହେବ କିନ୍ତୁ ପରେ ବାଣିଜ୍ୟ ବ୍ୟବସାୟରେ ହାନି ହେବାର ଆଶଙ୍କା ମଧ୍ୟ ରହୁଛି ।

ଆର୍ଥିକ ସ୍ଥିତି ଦୃଷ୍ଟିରୁ ମଧ୍ୟ ମାସଟି ମାଧ୍ୟମ ଧରଣର ରହିବ । ଭଲ ଟଙ୍କା ରୋଜଗାର ହେଲେ ମଧ୍ୟ ଅଯଥା ଖର୍ଚ୍ଚ ଯୋଗୁଁ ସଞ୍ଚୟ କରିବାକୁ ଅସମର୍ଥ ହୋଇପାରନ୍ତି । କୌଣସି କ୍ଷେତ୍ରରେ ଟଙ୍କା ନିବେଶ କରିବା ହାନିକରକ ହେବ ତେଣୁ କୌଣସି କ୍ଷେତ୍ରରେ ଯିଏ ଯେତେ କହିଲେ ମଧ୍ୟ ଟଙ୍କା ନିବେଶ କରିବାରୁ ବଞ୍ଚିତ ରୁହନ୍ତୁ ।

ମାସର ଶେଷଭାଗକୁ ବ୍ୟବସାୟରେ ବୃଦ୍ଧି ହେବା ସହ ସଞ୍ଚିତ ଧନର ମଧ୍ୟ ବୃଦ୍ଧି ଘଟିବ । ପ୍ରେମ ଜୀବନ ଦୃଷ୍ଟିରୁ ମାସଟି କଠିନ ରହିବ । ପ୍ରେମୀଙ୍କ ସହ କୌଣସି ଭୁଲ ବୁଝାମଣା ଯୋଗୁଁ ମନ ଅସ୍ଥିର ରହିବ । କାହା କଥା ନଶୁଣି ବୁଝି ବିଚାରୀ ନିର୍ଣ୍ଣୟ ହେଲେ ସବୁ ସମସ୍ଯା ଠିକ ହୋଇଯିବ । ପରିବାରରେ ମଧ୍ୟ ମଝିରେ ମଝିରେ କିଛି ବାଦବିବାଦ ଦେଖା ଦେଇପାରେ । ତେଣୁ ପାରିବାରିକ ସମସ୍ଯା ସମାଧାନ କରିବାକୁ ପ୍ରୟାସ କରନ୍ତୁ ।

ଛୋଟ ସ୍ୱାସ୍ଥ୍ୟ ସମସ୍ଯା ମଧ୍ୟ ଦେଖା ଦେଇପାରେ । ଆପଣଙ୍କ ପାଇଁ ପ୍ରତିକାରକ ହେଉଛି ପ୍ରତ୍ଯେକ ବୁଧବାର ଦିନ ଭଗବାନ ଗଣେଶଙ୍କୁ ପୂଜାର୍ଚ୍ଚନା କରି ୭ଟି କିମ୍ବା ୧୧ଟି ଦୁବ ଅର୍ପଣ କରନ୍ତୁ ଏବଂ ବୁଲା କୁକୁରଙ୍କୁ କିଛି ଖାଇବାକୁ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।