ଜଣେ ପୁରୁଷ ନାରୀ ଠାରୁ କେତେବେଳେ ଦୂରେଇ ଯାଏ…? ପଢନ୍ତୁ ଜୀବନର ସତ୍ୟତା ! (Motivational Thoughts) 

ମନୁଷ୍ୟ ଜୀବନ ଉଭୟ ସୁଖ ଏବଂ ଦୁଃଖରେ ଘେରି ହୋଇ ରହିଥାଏ । କିନ୍ତୁ ପ୍ରେମ ଏକ ଏପରି ଜିନିଷ ଯାହା ମଣିଷକୁ ସବୁ ସମୟରେ ଆଗକୁ ବଢିବାକୁ ସାହସ, ଧୈର୍ଯ୍ୟ ଓ ପ୍ରେରଣା ଦିଏ । ଜୀବନରେ ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବାକୁ ହେଲେ କିଛି ବିଶେଷ ଆମେ ଜାଣି ରଖିବା ଉଚିତ । ଯାହା ଆମକୁ ଜୀବନରେ ଆଗକୁ ବଢିବାକୁ ସାହାଯ୍ୟ କରେ । ଏହିସବୁ ବିଷୟ ମନୁଷ୍ୟ ନିଜ ଅନୁଭୂତିରୁ ଶିକ୍ଷା କରିଥାଏ ।

ହାତ ଧରିବା ପାଇଁ ତ ଅନେକ ଲୋକ ମିଳିଯାନ୍ତି, କିନ୍ତୁ ଅଧା ରାସ୍ତାରେ ହାତ ନ ଛାଡିବା ଭଳି ମଣିଷ ବହୁତ କମ୍ ମିଳନ୍ତି ।ସରଳ ଲୋକମାନେ ବୋକା ନୁହନ୍ତି, ସେମାନେ ସମସ୍ତଙ୍କୁ ନିଜ ପରି ଭାବି ନିଅନ୍ତି । ଆଉ ତାହା ହିଁ ତାଙ୍କର ସବୁଠୁ ବଡ ଭୁଲ ହୋଇଥାଏ । ଦୋଷ ନ କରି ଯଦି କେହି ଆପଣଙ୍କୁ ଦୋଷୀ କରୁଥାଏ ତେବେ ସେହି ସମୟରେ ଚୁପ ରହିବା ହିଁ ସବୁଠୁ ଭଲ ହୋଇଥାଏ । କାରଣ ଚିତ୍କାର କରି କେବେବି ନିର୍ଦ୍ଦୋଷତାର ପ୍ରମାଣ କରାଯାଏ ନାହିଁ ।

ସମ୍ପର୍କକୁ ଜବରଦସ୍ତି ଜାବୁଡି ଧରିବା ଅପେକ୍ଷା ସମ୍ମାନର ସହ ସେହି ସମ୍ପର୍କରୁ ଦୂରେଇ ଯିବା ବହୁ ଗୁଣରେ ଭଲ ହୋଇଥାଏ ।ଯଦି କେହି ତୁମ ବିନା ଖୁସିରେ ରହି ପାରୁଛି ତେବେ ତାକୁ ଖୁସିରେ ରହିବାକୁ ଦିଅ । ତା’ପଛରେ ଅଧିକ ଗୋଡାଇ ନିଜ ଆତ୍ମସମ୍ମାନ ହରାଅ ନାହିଁ ।

ମଣିଷ ତା ଜୀବନରେ ଦୁଇଟି ଜିନିଷ କେବେବି ଭୁଲି ନଥାଏ । ପ୍ରଥମଟି ହେଉଛି ନିଜ ଲୋକ ଦେଇଥିବା ଦୁଃଖ ଓ ଦ୍ଵିତୀୟଟି ହେଉଛି ଅଜଣା ଲୋକ ଦେଇଥିବା ଇଜ୍ଜତ । ଜୀବନରେ କେବେ ହେଲେ କାହାରୀକୁ ଦୋଷ ଦେବା ଉଚିତ ନୁହେଁ । କାରଣ ଭଲ ଲୋକଙ୍କ ଠାରୁ ଖୁସି ମିଳିଥାଏ ଆଉ ଖରାପ ଲୋକଙ୍କ ଠାରୁ ଶିକ୍ଷା ମିଳିଥାଏ । ଯେମିତି ଶୋଷିଲାକୁ ପାଣିର ଔ ଭୋକିଲାକୁ ଅନ୍ନର ମୂଲ୍ୟ ଜଣାଥାଏ, ଠିକ ସେମିତି ଯେଉଁ ମଣିଷ ପାଖରେ ସୁଖ ନଥାଏ ସେ ସୁଖର ବର୍ଣ୍ଣନା କରି ଜାଣିଥାଏ ।

ଏକୁଟିଆ ରହିବାର ମଜା ହିଁ କିଛି ଅଲଗା ଥାଏ । ନା କାହାକୁ ପାଇବାର ଇଚ୍ଛା ଥାଏ ନା କାହାକୁ ହେଇବାର ଭୟ ରହିଥାଏ । ଯଦି ତୁମେ ସେତେବେଳେ ହସି ପାରୁଛ ଯେତେବ୍ବେ;ଏ ତୁମେ ପୁରା ଭାଙ୍ଗି ପଡିଛ, ତେବେ ମନେରଖ ଦୁନିଆର କୌଣସି ତାକତ ତୁମକୁ କେବେବି ହରେଇ ପାରିବ ନାହିଁ ।

ଜଣେ ପୁରୁଷ ନାରୀ ଠାରୁ ସେତେବେଳେ ଦୂରେଇ ଯାଏ ଯେବେ ତା’ ପ୍ରେମକୁ ନିଜର ଭାବନରେ  ଖୋଜି ପାଏନି । ସ୍ଵାର୍ଥପର ଲୋକ କାହା ଦୁଖରେ ଭାଗ ନିଅନ୍ତୁ ନାହିଁ । ସେମାନେ ସବୁବେଳେ ଅନ୍ୟର ସୁଖରେ ଭାଗ ନେବାକୁ ଅପେକ୍ଷା କରି ରହିଥାନ୍ତି ।

ଯେଉଁ ମଣିଷଙ୍କ ହୃଦୟରେ ଆପଣଙ୍କ ପାଇଁ ଭଲପାଇବା ରହିଥାଏ ସେହି ମଣିଷ ଦୁନିଆର ଯେକୌଣସି ସ୍ଥାନରେ ଯେକୌଣସି ପରିସ୍ଥିତିରେ ରହିଲେ ମଧ୍ୟ ଆପଣଙ୍କର ହୋଇ ରହିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।