ଯଦି ଆପଣ ନିଜ ପିଲାଙ୍କୁ ବୁଦ୍ଧିମାନ କରୁବାକୁ ଚାହାଁନ୍ତି ବା ମସ୍ତିଷ୍କ ପ୍ରଖର କରିବାକୁ ଚାହାଁନ୍ତି ତ ଏହାକୁ ଥରେ ନିଶ୍ଚୟ ପଢନ୍ତୁ….

ମସ୍ତିଷ୍କ ମନୁଷ୍ୟ ଶରୀରର ସବୁଠୁ ମହତ୍ବପୂର୍ଣ୍ଣ ଅଙ୍ଗ ଅଟେ, ଯାହା ଆମ ସଂପୂର୍ଣ୍ଣ ଶରୀରକୁ ବିୟନ୍ତ୍ରଣରେ ରଖିଥାଏ ଓ ସମସ୍ତ କାର୍ଯ୍ୟ କରାଇଥାଏ । ଆପଣ ଅନେକ ଥର ଶୁଣିଥିବେ କି ଏଇଆଟା ଖାଇଲେ ଦିମାଗ ତେଜ ହେବ ସେଇଟା ଖାଇଲେ ଦିମାଗ ତେଜ ହେବ । କେହି କେହି ଦିମାଗ ତେଜ କରିବା ପାଇଁ ସେହି ଜିନିଷ ସବୁ ଖାଇଥିବେ ମଧ୍ୟ । ତେବେ ଏହା ସତ୍ୟ କି କିଛି ଖାଦ୍ଯ ଖାଇବା ଦ୍ଵାରା ଆମ ଦିମାଗକୁ ତେଜ କରି ହେବ ।

କିନ୍ତୁ ଆପଣ ଜାଣି ରଖିବା ଉଚିତ ଖାଦ୍ୟ ଦ୍ଵାରା ଯଦି ଆମ ଦିମାଗ ତେଜ ହୋଇପାରେ ତେବେ କିଛି ଖାଦ୍ଯ ଏପରି ମଧ୍ୟ ଅଛି ଯାହା ଖାଇବା ଦ୍ଵାରା ଆମ ଦିମାଗ ଉପରେ ଏହାର ଖରାପ ପ୍ରଭାବ ପଡିପାରେ ଓ ସେହିସବୁ ଖାଦ୍ୟର ଅତ୍ୟଧିକ ସେବନ ଦ୍ଵାରା ଆପଣଙ୍କ ଦିମାଗ କମଜୋର ହୋଇପାରେ । ତେବେ ଚାଲନ୍ତୁ ସେହି ସବୁ ଖାଦ୍ୟ ବିଷୟରର ଜାଣିବା ଯାହାର ଅଧିକ ସେବନ ଦ୍ଵାରା ଆମ ଦିମାଗ ଅସୁସ୍ଥ ତଥା ଦୁର୍ବଳ ହୋଇ ଯାଇଥାଏ ।

ପ୍ରଥମରେ ହେଉଛି ଅଧିକ ମିଠା ଖାଇବା । ମିଠା ଖାଇବା କାହାକୁ ବା ପସନ୍ଦ ନୁହେଁ ! ଅଧିକାଂଶ ଲୋକ ମିଠାଜାତୀୟ ଖାଦ୍ୟ ଖାଇବାକୁ ବହୁତ ଅଧିକ ପସନ୍ଦ କରିଥାନ୍ତି । ସେହିପରି ବହୁତ କମ୍ ଲୋକ ଅଛନ୍ତି ଯେଉଁମାନଙ୍କୁ ମିଠା ଖାଇବା ବିଲକୁଲ ପସନ୍ଦ ହୋଇ ନଥାଏ । ତେବେ ଆପଣଙ୍କୁ ଜଣାଇ ଦେଉଛୁ ଯେ ଏକ ସର୍ଭେରୁ ଜଣାପଡିଛି କି ଅଧିକ ମିଠା ଖାଇବା ଦ୍ଵାରା ଆମ ମସ୍ତିଷ୍କ ଦୁର୍ବଳ ହୋଇଯାଏ ।

ଅତ୍ୟଧିକ ମିଠା ଖାଇବା ଦ୍ଵାରା ଏହା ଆମ ସ୍ମରଣ ଶକ୍ତିକୁ ପ୍ରଭାବିତ କରିଥାଏ । ସୁଗାର ସ୍ତର ବଢିବା ଦ୍ଵାରା ଆମେ ଯାହା ବି ମନେ ରଖିବାକୁ ଚେଷ୍ଟା କରିଥାଉ ତାହା ମନେ ରୁହେ ନାହିଁ । ଯେଉଁ ଖାଦ୍ଯରେ ଫ୍ରକ୍ଟୋସ ଅତ୍ୟଧିକ ମାତ୍ରାରେ ଥାଏ ସେହି ସବୁ ଖାଦ୍ୟ ମଧ୍ୟ ନ ଖାଇବା ଉଚିତ ।

ଦ୍ଵିତୀୟରେ ହେଉଛି ଜଙ୍କ ଫୁଡ୍ । ଆଜିକାଲି ଲୋକମାନେ ଘର ତିଆରି ଖାଦ୍ଯ ଅପେକ୍ଷା ବାହାରର ଖାଦ୍ୟ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି । ଯେପରିକି ଚାଉମିନ, ପିଜା, ବର୍ଗର ଓ ଅନ୍ଯାନ୍ଯ ଜଙ୍କ ଫୁଡ୍ ସବୁ ଖାଇବାକୁ ଅଧିକ ଭଲ ପାଉଛନ୍ତି । କିନ୍ତୁ ଏକ ଗବେଷଣାରୁ ହଇରାଣ କରିଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି କି, ଅତ୍ୟଧିକ ଜଙ୍କ ଫୁଡ୍ ର ସେବନ ଆମ ଦିମାଗର ହରମୋନକୁ ଅସନ୍ତୁଳିତ କରି ଦେଇଥାଏ ।

ଯାହାଫଳରେ ବ୍ୟସ୍ତ ଲାଗିବା, ଅବସାଦ ଓ ଚିନ୍ତାରେ ବୁଡି ରହିବା ଭଳି ସମସ୍ଯା ଦେଖା ଦେଇଥାଏ । ମନୁଷ୍ୟ ମସ୍ତିଷ୍କ ସଂପୂର୍ଣ୍ଣ ସୁସ୍ଥ ରହିବା ପାଇଁ ଡୋପାମାଇନ ଜସଟେଷ୍ଟ ପରିମାଣରେ ରହିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଏହା ଅଧିକ କିମ୍ବା କମ୍ ହୋଇଯିବା ଆମ ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇଥାଏ ।

ତୃତୀୟରେ ହେଉଛି ତେଲଛଣା ବା ଅତ୍ୟଧିକ ତେଲଯୁକ୍ତ ଖାଦ୍ଯ । ବରା, ପିଆଜି, ଆଳୁଚପ୍ ଓ ପକୁଡି ଭଳି ଖାଦ୍ଯ ଖାଇବା ପାଇଁ ମଧ୍ୟ ସମସ୍ତେ ଭଲ ପାଆନ୍ତି । କିନ୍ତୁ ଆମେ ଚଟକାର ନେଇ ଖାଉଥିବା ଏହି ତେଲଛଣା ଖାଦ୍ୟ ଅଧିକ ଖାଇବା ମଧ୍ୟ ଆମ ଦିମାଗ କମଜୋର ହୋଇଯାଏ । କାରଣ ଏହା ଆମ ନର୍ଭ ସେଲ୍ସକୁ କ୍ଷତି ପହଞ୍ଚାଇ ଥାଏ ଯାହାଫଳରେ ଦିମାଗ କମଜୋର ହୋଇଯାଏ ।

ଏହା ବ୍ଯତୀତ ଆଜିକାଲି ବଜାରରେ ମିଳୁଥିବା ସୁଗାର ଫ୍ରି ଜିନିଷର ଅତ୍ୟଧିକ ସେବନ ମଧ୍ୟ ଆମ ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇଥାଏ ବୋଲି ଏକ ସର୍ଭେରୁ ଜଣାପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।