କେଦାରନାଥ ମନ୍ଦିରରେ ପୁଣି ଆସିବ କି ମହାପ୍ରଳୟ ? ଜାଣନ୍ତୁ 400 ବର୍ଷ ବରଫ ତଳେ ଦବି ରହିବାର ରହସ୍ୟ ସହ କେଦାରନାଥ ବିଷୟରେ ଆହୁରି ଅନେକ ରୋଚକ ତଥ୍ୟ

ଭଗବାନ ଶିବଙ୍କ ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ କେଦାରନାଥ ଅନ୍ଯତମ । ମନ୍ଦାକିନୀ ନଦୀ, ହରାଭରା ଗଛପତ୍ର ଓ ବରଫାରେ ଆଚ୍ଛାଦିତ ସୁନ୍ଦର ପାହାଡର ଦୃଶ୍ୟ କେଦାରନାଥ ଯାଉଥିବା ପ୍ରତ୍ଯେକ ଯାତ୍ରୀଙ୍କୁ ମନ୍ତ୍ରମୁଗ୍ଧ କରିଦିଏ । ଧାର୍ମିକ ମାନ୍ୟତା ଅନୁସାରେ ଏହି ସ୍ଥାନ ପାପ ମୋଚନ କରିବା ସହ ଆହୁରି ଅନେକ ରହସ୍ୟ ରହିଛି ଯାହା ଆଜି ଯାଏଁ କେହିବି ଜାଣି ପାରିନାହାନ୍ତି । ଆଜି ଆମେ ଏହି କେଦାରନାଥ ମନ୍ଦିରର ଇତିହାସ ଓ ୪୦୦ ବର୍ଷ ପର୍ଯ୍ୟନ୍ତ ବରଫ ତଳେ ଆଚ୍ଛାଦିତ ରହିବାର ରହସ୍ୟ ବିଷୟରେ ଜଣାଇବୁ ।

ଭାରତର ଉତ୍ତରାଖଣ୍ଡ ରାଜ୍ୟର ରୁଦ୍ରପ୍ରୟାଗ ଜିଲ୍ଲାରେ ହିମାଳୟ ପର୍ବତ କୋଳରେ ଅବସ୍ଥିତ ଭଗବାନ ଶିବଙ୍କ ଏହି ପ୍ରସିଦ୍ଧ ପୀଠ କେଦାରନାଥ । ଏହା ଭଗବାନ ଶିବଙ୍କ ୧୨ ଜ୍ୟୋତିର୍ଲିଙ୍ଗ ସହ ସମ୍ମିଳିତ ହେବା ବ୍ଯତୀତ ଚାରିଧାମ ଓ ପଞ୍ଚକେଦାର ଭିତରୁ ମଧ୍ୟ ଅନ୍ଯତମ । ସେଠାକାର ପାଣିପାଗକୁ ଦୃଷ୍ଟିରେ ରଖି ଏହି ମନ୍ଦିରକୁ ଏପ୍ରିଲରୁ ନଭେମ୍ବର ଭିତରେ ଭକ୍ତଙ୍କ ପାଇଁ ଖୋଲା ଯାଇଥାଏ ।

ବହୁତ କମ୍ ଲୋକ ଏହା ଜାଣିଥିବେ ଏବଂ ବୈଜ୍ଞାନିକ ପ୍ରମାଣ ମଧ୍ୟ ରହିଛି କି କେଦାରନାଥ ମନ୍ଦିର ପ୍ରାୟ ୪୦୦ ବର୍ଷ ଧରି ବରଫ ତଳେ ଆଚ୍ଛାଦିତ ରହିବା ପରେ ମଧ୍ୟ ସୁରକ୍ଷିତ ରହିଥିଲା । ୧୩୦୦ରୁ ୧୭୦୦ ଶତାବ୍ଦୀ ମଧ୍ୟରେ ଏକ ଛୋଟ ହିମଯୁଗ ଆସିଥିଲା ଯେଉଁଥି ପାଇଁ ହିମାଳୟର ଏକ କ୍ଷେତ୍ର ବରଫ ତଳେ ଦବି ଯାଇଥିଲା ।

ବରଫ ହଟିବା ପରେ ମଧ୍ୟ ଏହା ବରଫ ତଳେ ଦବି ରହିବାର ପ୍ରମାଣ ଛାଡି ଯାଇଛି । ଯାହାକୁ ଅନୁଧ୍ୟାନ କରି ବୈଜ୍ଞାନିକ ମାନେ ନିଷ୍କର୍ଷରେ ପହଞ୍ଚି ପାରିଛନ୍ତି କି କେଦାରନାଥ ମନ୍ଦିର ବରଫ ତଳେ ଦବି ରହିଥିଲା ବୋଲି । ବୈଜ୍ଞାନିକ ମାନେ ଲାଇକୋନୋମେଟ୍ରି ଡେଟିଙ୍ଗ ଟେକନିକ ମଧ୍ୟ କରିଥିଲେ । ଏହି ପରୀକ୍ଷଣ ଦ୍ଵାରା କୌଣସି ସ୍ଥାନରେ ଥିବା ପଥର ଏବଂ ଗ୍ଲେସିୟରରୁ ତା’ର ବୟସ ଜାଣିହୁଏ । ଏହି ମନ୍ଦିରକୁ ୪୦୦ ବର୍ଷ ଧରି ବରଫ, ଗ୍ଲେସିୟର ଓ ଶୈବାଳଙ୍କ ବୋଝକୁ ମଧ୍ୟ ଦୃଢ ଭାବେ ସାମ୍ନା କରି ଠିଆ ହୋଇଥିଲା ।

ଏଥିରୁ ଆପଣ ବୁଝି ପାରୁଥିବେ ଏହି ମନ୍ଦିରକୁ କେତେ ଶୈଳୀରେ ନିର୍ମାଣ କରା ଯାଇଥିଲା । କେଦାରନାଥ ଧାମ ଓ ଘାଟିକୁ ତିନି ପାର୍ଶବରୁ ପାହାଡମାନେ ଘେରି ରହିଛନ୍ତି । ଗୋଟିଏ ପରେ ରହିଛି ୨୨ହଜାର ଫୁଟ ଉଚ୍ଚ ପର୍ବତ କେଦାରନାଥ ତ ଆଉ ଏକ ପରେ ୨୦ହଜାର ୬ଶହ ଫୁଟ ଉଚ୍ଚ ଖର୍ଚକୁଣ୍ଡ ଓ ଅନ୍ୟପଟେ ରହିଛି ୨୨ହଜାର ୭ଶହ ଫୁଟ ଉଚ୍ଚ ଭାରତକୁଣ୍ଡ ।

ତିନିପାହାଡ ସହ ମନ୍ଦାକିନୀ, ମଧୁଗଙ୍ଗା, କ୍ଷୀରଗଙ୍ଗା, ସରସ୍ଵତୀ ଓ ସ୍ଵର୍ଣ୍ଣଗୌରୀ ଭଳି ୫ଟି ନଦୀଙ୍କ ସଙ୍ଗମସ୍ଥଳ ମଧ୍ୟ ଏଠାରେ ରହିଛି । ଏଠାରେ ମନ୍ଦାକିନୀ ନଦୀ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିବା ବେଳେ ଆଉ କିଛି ନଦୀଙ୍କୁ କାଳ୍ପନିକ ବୋଲି ମାନାଯାଏ । ଶୀତଦିନେ ଏହି ସ୍ଥାନ ବରଫ ଓ ଭାରି ମାତ୍ରାରେ ଥଣ୍ଡା ପାଣିରେ ଆଚ୍ଛାଦନ ହୋଇ ରହିଥାଏ । ବିକ୍ରମ ସଂବତ ୧୦୭୬-୧୦୯୯ ମଧ୍ୟରେ ରାଜ୍ୟ କରୁଥିବା ମାଲବାର ରାଜା ଭୋଜ ମନ୍ଦିରକୁ ନିର୍ମାଣ କରିଥିଲେ ।

କିନ୍ତୁ ଆଉ କିଛି ଲୋକଙ୍କ କହିବା ଅନୁସାରେ ଅଷ୍ଟମ ଶତାବ୍ଦୀରେ ଆଦିଶଙ୍କାରାଚାର୍ଜ୍ୟଙ୍କ ଦ୍ଵାରା ଏହି ମନ୍ଦିର ନିର୍ମାଣ ହୋଇଥିଲା । କେଦାରନାଥ ମନ୍ଦିରର ମଜବୁତ ନିର୍ମାଣ ଶୈଳୀ ଯୋଗୁଁ ଏହା ୨୦୧୩ରେ ହୋଇଥିବା ମହାପ୍ରଳୟରେ ମଧ୍ୟ ସିଧା ଠିଆ ରହିଥିଲା । ଏହି ପ୍ରଳୟରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ, ଯାହା କେବେବି ଭୁଲି ହେବନାହିଁ ।

ତେବେ ହଜାରେ ଶତାବ୍ଦୀରେ ସମୁଦ୍ର ପତ୍ତନ ଠାରୁ ଏତେ ଉଚ୍ଚରେ ଏତେ ମଜବୁତ ମନ୍ଦିର କିପରି ନିର୍ମାଣ କରା ଯାଇଥିଲା ତାହା ମଧ୍ୟ ଏକ ବିସ୍ମୟ ଅଟେ । ବୈଜ୍ଞାନିକଙ୍କ କହିବା ଅନୁଯାୟୀ କେଦାରନାଥ ମନ୍ଦିର ଜୋରାବର ଗ୍ଲେସିୟରର ଏକ ଅଂଶ ଅଟେ । ଜଳବାୟୁରେ ପରିବର୍ତ୍ତନ ହେତୁ ବର୍ତ୍ତମାନ ଗ୍ଲେସିୟର ଗୁଡିକ ଲଗାତାର ତରଳିବାରେ ଲାଗିଛନ୍ତି ।

ତେଣୁ ଭବିଷ୍ୟତରେ ମଧ୍ୟ ଏହି ସ୍ଥାନରେ ମହାପ୍ରଳୟ ଭଳି ପ୍ରାକୃତିକ ଦୁର୍ଘଟଣା ଘଟିପାରେ ବୋଲି କୁହାଯାଉଛି ।  ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।