‘ମୁଁ ଆଉ Dhoni ମିଶି Virat ଙ୍କ କ୍ଯାରିୟର ସମ୍ଭାଳି ଥିଲୁ…’- ଯେତେବେଳେ ଲାଇଭ ମ୍ଯାଚରେ Virendra Sehwag କଲେ ଏହି ବଡ ଖୁଲାସା, ସମସ୍ତେ ହୋଇଗଲେ କାବା !

ଭାରତୀୟ କ୍ରିକେଟ ଟିମ୍ ର ପୂର୍ବ ବିସ୍ଫୋଟକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହବାଗ ମଇଦାନରେ ନିଜ ଧୂଆଁଦାର ବ୍ୟାଟିଂ ପାଇଁ ଖୁବ୍ ପରିଚିତ । ଆଉ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ମଜାଦାର ପୋଷ୍ଟ ପାଇଁ ସେ ଚର୍ଚ୍ଚାରେ ରହୁଛନ୍ତି । ସେହବାଗ କ୍ରିକେଟ ଉପରେ ନିଜର ମତ ରଖିବା ସହ ଭାରତୀୟ କ୍ରିକେଟ ଉପରେ ମଧ୍ୟ କଡା ନଜର ରଖନ୍ତି । ସେହବାଗ ଭାରତୀୟ ଟିମ୍ ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ବର୍ତ୍ତମାନ ଭାରତୀୟ ଟେଷ୍ଟ ଏବଂ ଦିନିକିଆ ଟିମ୍ ର ଅଧିନାଯକ ବିରାଟ କୋହଲିଙ୍କୁ ନେଇ ବଡ ବୟାନ ଦେଇଛନ୍ତି ।

ସେ ଦାବି କରି କହିଛନ୍ତି ଯେ ମହେନ୍ଦ୍ର ସିଂ ଧୋନୀ ଓ ତାଙ୍କ ଯୋଗୁଁ ହିଁ ବିରାଟ କୋହଲି ଜଣେ ସଫଳ କ୍ଯାପଟେନ ବନି ପାରିଛନ୍ତି । ବର୍ତ୍ତମାନର ସଫଳ ଓ ମହାନ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବିରାଟ କୋହଲି ଅନ୍ଯତମ । ଯଦ୍ୟପି କୋହଲି ନିଜ କପ୍ତାନୀରେ ଭାରତ ପାଇଁ କୌଣସି ଆଇସିସି ଟ୍ରଫି ଆଣି ପାରି ନାହାନ୍ତି ଓ ନିକଟରେ ଭାରତୀୟ ଟି-୨୦ ଟିମ୍ ର କପ୍ତାନୀ ମଧ୍ୟ ଛାଡି ଦେଇଛନ୍ତି, ତଥାପି ଭାରତୀୟ ଅଧିନାୟକ ଭାବେ ତାଙ୍କ ରେକର୍ଡ ଖୁବ୍ ଶାନଦାର ରହିଛି ।

ସବୁ ଖେଳାଳିଙ୍କ ଜୀବନରେ ଖରାପ ସମୟ ନିଶ୍ଚିତ ଆସେ । ଠିକ ପ୍ରଦର୍ଶନ କରି ନପାରିଲେ ତାଙ୍କୁ ଅନେକ ସମୟରେ ସମାଲୋଚନାର ସାମନା କରିବାକୁ ମଧ୍ୟ ପଡିଥାଏ । ଏମିତି ଏକ ସମୟ ବିରାଟଙ୍କ ଅନ୍ତରାଷ୍ଟ୍ରୀୟ କ୍ଯାରିୟରରେ ଆସିଥିଲା । ଏହି ସମ୍ବନ୍ଧରେ କଥା ହେବା ବେଳେ ସେହବାଗ କହିଥିଲେ କି ସେତେବେଳେ ସେ ଏବଂ ଧୋନୀ କୋହଲିଙ୍କୁ ପୂର୍ଣ୍ଣ ସହଯୋଗ ଓ ସମର୍ଥନ କରିଥିଲେ ।

ଏକ ମ୍ଯାଚରେ କମେଣ୍ଟ୍ରି ସମୟରେ ବିରେନ୍ଦ୍ର ସେହବାଗ କହିଥିଲେ କି, “ଚୟନକର୍ତ୍ତା ୨୦୧୨ରେ ପର୍ଥରେ ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ନେବାକୁ ଚାହୁଁଥିଲେ । ମୁଁ ଉପ-କପ୍ତାନ ଥିବା ବେଳେ ଧୋନୀ ଦଳକୁ ନେତୃତ୍ଵ କରୁଥିଲେ । ଆଉ ଆମେ ନିର୍ଣ୍ଣୟ ନେଇଥିଲୁ କି ଆମକୁ କୋହଲିଙ୍କ ସମର୍ଥନ କରିବାକୁ ହେବ । ଆଉ ବାକି ଯାହା ହେଲା ତାହା ଇତିହାସ ।” ୨୦୧୬ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେଉଥିବା ଟେଷ୍ଟ ସିରିଜ ବେଳେ ସେହବାଗ ନିଜ କମେଣ୍ଟ୍ରିରେ ଏପରି କହିଥିଲେ ।

ଟେଷ୍ଟରେ ନିଜ ସ୍ଥାନ ବନାଇବାକୁ କୋହଲିଙ୍କୁ ସାମାନ୍ଯ ସମୟ ଲାଗିଥିଲେ ମଧ୍ୟ ଦିନିକିଆ ମ୍ଯାଚରେ ସେ ନିଜର ପରିଚୟ ବନାଇ ନେଇଥିଲେ । ଆଉ ପରେ ସମସ୍ତ ଫର୍ମାଟରେ ସେ ନିଜକୁ ଜଣେ ସର୍ବୋତ୍ତମ ବ୍ୟାଟ୍ସମ୍ୟାନ ଭାବେ ପ୍ରତିଷ୍ଠିତ କରି ପାରିଛନ୍ତି । ସେହିଭଳି ବିରେନ୍ଦ୍ର ସେହବାଗ ମଧ୍ୟ ଭାରତୀୟ କ୍ରିକେଟର ଏକ ମହତ୍ବପୂର୍ଣ୍ଣ ଅଙ୍ଗ ରହି ସାରିଛନ୍ତି । ନିଜ ଧୂଆଁଦାର ବ୍ୟାଟିଂ ପାଇଁ ସେ ଖୁବ୍ ଜଣାଶୁଣା । ସେ ଟେଷ୍ଟ ଏବଂ ଦିନିକିଆ ଦୁଇଟି ଯାକ ଫର୍ମାଟରେ ଶାନଦାର ଖେଳ ପ୍ରଦର୍ଶନ କରି ଦେଖାଇଛନ୍ତି ।

୪୩ ବର୍ଷୀୟ ସେହବାଗ ୨୦୧୫ରେ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । ବିରାଟ କୋହଲି ମଧ୍ୟ ନ୍ୟୁଜିଲାଣ୍ଡ ସହ ଟି-୨୦ ସିରିଜ ଖେଳିବା ପରେ ଏବେ ବିଶ୍ରାମ କରୁଛନ୍ତି । କାନପୁରରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳି ନଥିଲା । କିନ୍ତୁ ମୁମ୍ବାଇରେ ହେବାକୁ ଥିବା ଦ୍ଵିତୀୟ ଟେଷ୍ଟ ମ୍ଯାଚରେ ତାଙ୍କୁ ପୁଣି ଥରେ ଦଳରେ ଦେଖିବାକୁ ମିଳିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।