ପିଲା ଯଦି କଥା ମାନୁନି, ସବୁବେଳେ ମୋବାଇଲ ଦେଖୁଛି ଓ ପାଠ ପଢୁନାହିଁ ତେବେ କିପରି ତାକୁ ବୁଝାଇବେ ? ନିଶ୍ଚୟ ଜାଣି ରଖନ୍ତୁ ଏହି Parenting Tips

ଆଜିକାଲି ସବୁ ପିତାମାତାଙ୍କ ଗୋଟିଏ କମ୍ପ୍ଲେନ କି ତାଙ୍କ ପିଲା କଥା କଥା ମାନୁନାହିଁ, ପାଠ ପଢିବାକୁ ଇଚ୍ଛା କରୁନାହିଁ ଓ ସବୁ କଥାରେ ବହୁତ ଜିଦି କରୁଛି । ଏପରି ବେଳେ ପିଲାମାନଙ୍କୁ ତାଗିଦ କଲେ ସେମାନେ ଆହୁରି ଜିଦିଆ ହୋଇଯାନ୍ତି । ସେଥିପାଇଁ ଆପଣ ଶୁଣିଥିବେ କୁହାଯାଏ କି ପିଲାଙ୍କ ସହ ସାଙ୍ଗ ଭଳି ମିଶିବା ଉଚିତ । ଏହି କଥା ମଧ୍ୟ ସଂପୂର୍ଣ୍ଣ ଠିକ ଅଟେ । ପିଲାଙ୍କ ସହ ଯଦି ଆପଣ ସାଙ୍ଗ ଭଳି ମିଶିବେ ତେବେ ତାଙ୍କ ମନକଥା ବୁଝିବା ସହ ଆପଣଙ୍କୁ ସେ ନିଜ ମନକଥା ମଧ୍ୟ କହିବେ ।

ଏହିଭଳି ଭାବେ ପିଲାଟି ଆପଣଙ୍କ କଥା ମଧ୍ୟ ମାନିବାକୁ ଲାଗିବ । ପିଲାକୁ ବାରମ୍ବାର କହିବାଆ ପରେ ମଧ୍ୟ ଯଦି ପିଲା ଆପଣଙ୍କ କଥା ମାନୁ ନାହିଁ ତେବେ କେବେ ହେଲେ ବି ତାଙ୍କ ଉପରେ ଚାପ ପକାଇବାକୁ ବା ଡରାଇ ଧମକାଇ କାର୍ଯ୍ୟ ହାସଲ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ଏହା କରିବା ଦ୍ଵାରା ପିଲା ଧୀରେ ଧୀରେ ମା-ନ-ସି-କ ଭାବେ ଆହୁରି ବିଗିଡି ଯିବ । ସେଥିପାଇଁ ଆଜିକାଲି ପିତାମାତା ମାନେ ପିଲାଙ୍କୁ ଧୈର୍ଯ୍ୟ ଓ ପ୍ରେମର ସହ ଶିକ୍ଷା ଦେବା ଅତ୍ୟନ୍ତ ଆବଶ୍ୟକ ରହିଛି ।

ଯଦି ଆପଣଙ୍କ ପାଖେ ଧୈର୍ଯ୍ୟ ନାହିଁ ତେବେ ଆପଣ ପିଲାଙ୍କୁ ହ୍ୟାଣ୍ଡେଲ କରିପାରିବେ ନାହିଁ । କାରଣ ପିଲାମାନେ ଭୁଲ୍ କରିବେ ଓ ବାରମ୍ବାର ଭୁଲ୍ କରିବେ । ଆଉ ଆପଣଙ୍କୁ ବାରମ୍ବାର ତାଙ୍କ ଭୁଲ୍ କୁ ସଜାଡି ତାଙ୍କୁ ଶିକ୍ଷା ଦେବାକୁ ପଡିବ । ପିଲାମାନେ ଯେତେବେଳେ କଥା କହିବା ଆରମ୍ଭ କରନ୍ତି ସେହି ସମୟରେ ବହୁତ ପ୍ରଶ୍ନ ପଚାରନ୍ତି । ସେତିକି ବେଳେ ଅନେକ ବାପାମା ପିଲାଙ୍କ ଉପରେ ବିରକ୍ତ ହୋଇଯାନ୍ତି କିମ୍ବା ତାଙ୍କୁ ଅଲଗା ବିଷୟ କଣ କହି ଭୁଲାଇ ଦେବାକୁ ଚେଷ୍ଟା କରନ୍ତି । କିନ୍ତୁ ଏଭଳି କରିବା ବିଲକୁଲ ମଧ୍ୟ ଉଚିତ ନୁହେଁ ।

ଆପଣ ଧୈର୍ଯ୍ୟର ସହ ପିଲାଙ୍କ ପ୍ରଶ୍ନର ଯଥୋଚିତ ଉତ୍ତର ଦେବାକୁ ହେବ । ତା’ହେଲେ ଯାଇ ଆପଣଙ୍କ ପିଲା ଭଲ ବିଷୟ ଶିକ୍ଷା କରିପାରିବ ଓ ଚିଡଚିଡା ହେବା ପରିବର୍ତ୍ତେ ସମସ୍ତ ବିଷୟ ଆପଣଙ୍କୁ ପଚାରି ବୁଝିବ ଓ ବୁଦ୍ଧିମାନ ମଧ୍ୟ ହେବ । ଏପରି ସ୍ଥଳେ ପିଲା ବାଧ୍ୟ ହେବା ଏବଂ ଆପଣଙ୍କ କଥା ମାନିବା ମଧ୍ୟ ସହଜ ହେବ । ପିଲାଙ୍କ ଉପରେ ବିନା କାରଣରେ ଆଦୌ ରାଗନ୍ତୁ ନାହିଁ । ସେହିଭଳି ପିଲା ଯେତେବେଳେ ବଡ ହୋଇଯାନ୍ତି ଓ ସ୍କୁଲ ଯାଆନ୍ତି ସେହି ସମୟରେ ବାପାମାଙ୍କୁ କଥା ଶେୟାର କରିବା ଧୀରେ ଧୀରେ ବନ୍ଦ କରି ଦିଅନ୍ତି ।

ଯାହାଫଳରେ ତାଙ୍କ ପିଲା କଣ ପଢୁଛି କେମିତି ସାଙ୍ଗସାଥି ହେଉଛି ପିତାମାତା ଠିକ ଭାବେ ଜାଣି ପାରନ୍ତି । କିନ୍ତୁ ଏପରି ବେଳେ ଆପଣଙ୍କୁ ହିଁ ବାରମ୍ବାର ଚେଷ୍ଟା କରିବାକୁ ପଡିବ । ବିଭିନ୍ନ ବାହାନାରେ ଆପଣ ପିଲା ସହ ମିଶିବେ ଓ ତା ସହ ନିଜ କଥା ସସବୁ ଶେୟାର କରିବେ । ଯେପରିକି ଆପଣଙ୍କ ଦିନ କେମିତି କଟିଲା ଓ କାହା ସହ ଆପଣ କଣ କଥା ହେଲେ ଏମିତି ଛୋଟ ଛୋଟ କଥା ପିଲାକୁ କୁହନ୍ତୁ ।

ଦେଖିବେ ଆପଣଙ୍କ ପିଲା ମଧ୍ୟ ସମସ୍ତ କଥା ଆପଣଙ୍କୁ ଶେୟାର କରିବ । ପିଲା ସହ ଆପଣ ଯଦି ଜଣେ ଭଲ ବନ୍ଧୁ ହୋଇପାରିବେ ତେବେ କୌଣସି ବିଷୟ ମଧ୍ୟ ତାକୁ ବୁଝାଇବା ପାଇଁ ଆପଣଙ୍କ ପକ୍ଷେ ଅସମ୍ଭବ ହେବନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।