IPL-15 ରେ ଫ୍ଲପ ଶୋ ଜାରି ରଖିଛନ୍ତି Virat Kohli, ଏହା ସତ୍ତ୍ୱେ ମିଳିଲା ଟିମ୍ ର ଆଉ ଏକ ନୂଆ ଦାୟିତ୍ଵ, ନିଭେଇ ପାରିବେ ତ ବିରାଟ ?

ଆଇପିଏଲ ସିଜିନ-୧୫ ରେ ଆରସିବି ର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ ପର୍ଯ୍ୟନ୍ତ କିଛି ଖାସ୍ ପ୍ରଦର୍ଶନ କରିପାରି ନାହାନ୍ତି । ଏହା ସତ୍ତ୍ୱେ ଟିମ୍ ର ନୂଆ ଅଧିନାୟକ ଫ୍ଲାପ ଡୁପ୍ଲେସି ଫ୍ଲପ ଚାଲିଥିବା କୋହଲିଙ୍କୁ ଏକ ବଡ ଦାୟିତ୍ଵ ଦେଇଛନ୍ତି । ରାଜସ୍ଥାନ ବିପକ୍ଷରେ ଥିବା ମ୍ଯାଚ ସମୟରୁ ଏହି ଦାୟିତ୍ଵ ବହନ କରିଥିଲେ କୋହଲି, କିନ୍ତୁ ସେ ଏହାକୁ ଭଲଭାବେ ନିଭାଇ ପାରି ନାହାନ୍ତି । ତେବେ ଚାଲନ୍ତୁ ଜାଣିବା ଫ୍ଲାପ ଡୁପ୍ଲେସି ବିରାଟଙ୍କୁ କେଉଁ ଦାୟିତ୍ଵ ସମ୍ଭାଳିବାକୁ ଦେଇଛନ୍ତି ।

ଚଳିତ ବର୍ଷ ଆଇପିଏଲ ରେ ବିରାଟ କୋହଲି ଦୁଇଥର ଶୂନରେ ଆଉଟ ହେବା ସହ ବାରମ୍ବାର ରନ୍ ଆଉଟ ମଧ୍ୟ ହୋଇଛନ୍ତି । ଏଥର ରନ୍ କରିବା ପାଇଁ ବିରାଟ କୋହଲି ବ୍ଯାକୁଳ ହେଉଛନ୍ତି, କିନ୍ତୁ ଏବେ ପର୍ଯ୍ୟନ୍ତ ବିଫଳ ହୋଇ ଚାଲିଛନ୍ତି । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଖୁବ ନିରାଶ କରିଛି । ତେବେ ବିରାଟ ଲଗାତାର ଫ୍ଲପ ହେବା ସତ୍ତ୍ୱେ ମଧ୍ୟ ଆରସିବିର କ୍ଯାପଟେନ ଓ ମ୍ୟାନେଜମେଣ୍ଟକୁ ତାଙ୍କ ଉପରେ ପୁରା ଭରସା ରହିଛି କି ସେ ନିଶ୍ଚୟ ଫର୍ମରେ ଆସିବେ ଓ ରନ୍ କରିବେ ।

ତେବେ ସେହି ଦାୟିତ୍ଵଟି ହେଉଛି ଆରସିବିର କ୍ଯାପଟେନ ଡୁପ୍ଲେସି ବିରାଟଙ୍କୁ ଓପନିଂ ବ୍ୟାଟିଂ କରିବା ଛାଡିଥିଲେ । ସେ କହିଥିଲେ କି ବିରାଟଙ୍କୁ ଓପନିଂରେ ଛାଡିବା ସହ ତାଙ୍କୁ ରନ୍ କରିବାର ଦେଖିବାକୁ ଚାହାନ୍ତି ସେ । କିନ୍ତୁ ରାଜସ୍ଥାନ ମ୍ଯାଚରେ ବିରାଟ ଓପନିଂରେ ଆସି ମଧ୍ୟ ବିଶେଷ ପ୍ରଦର୍ଶନ କରିପାରି ନାହାନ୍ତି । କେବଳ ୮ ରନ୍ କରି ପାଭିଲିୟନ ଫେରି ଯାଇଥିଲେ ବିରାଟ ।

ତେବେ ଆରସିବିର ବାକି ଥିବା ୫ଟି ମ୍ଯାଚରେ ମଧ୍ୟ କୋହଲିଙ୍କୁ ଓପନିଂ କରିବାର ଦେଖିବାକୁ ମିଳିବ । ଆଇପିଏଲ ସିଜିନ-୧୫ ରେ ସବୁ ମ୍ଯାଚ ଖେଳିଛନ୍ତି ବିରାଟ । କିନ୍ତୁ ଯେତେ ଥର ମଧ୍ୟ ବ୍ୟାଟିଂ କରିବାକୁ ଆସିଛନ୍ତି ଦର୍ଶକଙ୍କୁ ନିରାଶ ହେବାକୁ ପଡିଛି । ଏବେ ପର୍ଯ୍ୟନ୍ତ ୯ଟି ମ୍ଯାଚ ଖେଳି ବିରାଟ ମାତ୍ର ୧୨୮ ରନ୍ କରିଛନ୍ତି । ସର୍ବାଧିକ ୪୮ ରନ୍ କରିଥିବା ବେଳେ ଏବେ ପର୍ଯ୍ୟନ୍ତ ଗୋଟିଏ ହେଲେ ବି ଅର୍ଦ୍ଧଶତକ କରିନାହାନ୍ତି କୋହଲି ।

ତେବେ ଆପଣଙ୍କର ମନେଥିବ କି ଗୋଟିଏ ଆଇପିଏଲ ସିଜିନରେ ସର୍ବାଧିକ ରନ୍ ଏବଂ ସର୍ବାଧିକ ଶତକ କରିବାର ରେକର୍ଡ ବିରାଟଙ୍କ ପାଖରେ ରହିଛି । ତେବେ ବିରାଟ ଯେପରି ପୂର୍ବ ଭଳି ଖେଳନ୍ତି ତାହା ଦେଖିବାକୁ ଆରସିବିର ଟିମ୍ ମ୍ୟାନେଜମେଣ୍ଟ ସହ ତାଙ୍କ ପ୍ରଶଂସକ ମାନେ ମଧ୍ୟ ଆଶା ବାନ୍ଧି ବସିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।