Viral video: କ୍ୟାମେରାରେ କଏଦ ହେଲା ଲଜ୍ୟା ଜନକ ଘଟଣା, ଦେଖି ଆପଣଙ୍କ ରକ୍ତ ବି ହୋଇଯିବ ଗରମ

କଥାରେ କୁହନ୍ତି କି, ‘ଉପରବାଲା ସବୁ ଦେଖୁଛି’ । ହେଲେ ଆଜିର କଳିଯୁଗରେ ତଳେ ଆଉ ଜଣେ ଅଛି ଯିଏ ସବୁ କିଛି ଦେଖୁଛି । ସେ ହେଉଛି କ୍ୟାମେରା । କ୍ୟାମେରା ଯୋଗୁଁ ଅନେକ ସମୟରେ ଘଟୁଥିବା ଘଟଣା ଦୁର୍ଘଟଣାର ସବିଶେଷ ବିବରଣୀ ଜାଣି ହେଉଛି । ଲୋକଙ୍କ ନଜରରୁ ଲୁଚି କେହି ଘୃଣ୍ୟ କାର୍ଯ୍ୟ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ କ୍ୟାମେରା ଆଖିରେ ଧରା ପଡି ଯାଉଛନ୍ତି । ଆଜି ଆମେ ଆପଣଙ୍କୁ ଏହିଭଳି ଗୋଟିଏ ଦୃଶ୍ଯ ଦେଖାଇବୁ ଯାହା ଦେଖିଲେ ଆପଣ ବୁଝି ପାରିବେ ଯଦି କ୍ୟାମେରା ନ ଥାଆନ୍ତା ତେବେ ଏହିପରି ଘୃଣ୍ୟ କାର୍ଯ୍ୟ କରି କେବେ ମଧ୍ୟ ଧରା ପଡି ନ ଥାନ୍ତେ ଏହି ମହିଳା ଜଣକ ।

ଏହିପରି ମହିଳାଙ୍କୁ ଆପଣ ଯେଉଁଠି ବି ଦେଖିଲେ ତାଙ୍କଠାରୁ ଦୁଇ ଗଜ ଦୂରତାରେ ରୁହନ୍ତୁ । ଚାଲନ୍ତୁ ଜାଣିବା ଏପରି କଣ କରୁଥିଲେ ସେହି ମହିଳା ଜଣକ । ଆଜି ଆମେ ଯେଉଁ ଘଟଣା ଆପଣଙ୍କୁ କହିବାକୁ ଯାଉଛୁ, ଏହା କୌଣସି ଶିକ୍ଷା ଠାରୁ କମ ନୁହେଁ ।

ଖାସ କରି ଭିଡ ଜାଗା ମାନଙ୍କରେ ସତର୍କ ରହୁ ନ ଥିବା ପିଲାଙ୍କ ପାଇଁ ଏହା ସବୁଠୁ ବଡ ଶିକ୍ଷା ଅଟେ । ଯଦି ଆପଣ ମଧ୍ୟ ସେହି ଲୋକ ମାନଙ୍କ ମଧ୍ୟରୁ ଜଣେ ତେବେ ଏହି ଘଟଣାକୁ ନିଜ ମସ୍ତିଷ୍କରେ ଭଲ ଭାବେ ଛାପି ନିଅନ୍ତୁ । ଗୋଟିଏ ବ୍ଯାଙ୍କର ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଏହି ଛୋଟିଆ ଫୁଟେଜକୁ ପ୍ରଥମେ ଦେଖୁ ଦେଖୁ କେହି କହି ପାରିବେନି କି ଏଥିରେ ଗୋଟିଏ ଚୋରୀ ଘଟଣା ଘଟିଛି ବୋଲି ।

 

କିନ୍ତୁ ଏହି ଭିଡିଓ କ୍ଲିପକୁ ଆପଣ ଧ୍ୟାନର ସହ ଦେଖିଲେ ଜାଣି ପାରିବେ କି, ଏହି ବୃଦ୍ଧ ବ୍ୟକ୍ତିଙ୍କ ପାଖରେ ଠିଆ ହୋଇଥିବା ଏହି ଦୁଇ ଜଣ ମହିଳା କିପରି ଅତି ସହଜରେ ଏକ ବଡ ଚୋରୀ କରି ପକାଉଛନ୍ତି । ବୃଦ୍ଧ ବ୍ୟକ୍ତି ଜଣକ ହାତରେ ଗୋଟିଏ ଥଳି ଧରିଛନ୍ତି ଓ ନଇଁ ପଡି ବ୍ଯାଙ୍କ କାଉଣ୍ଟର ଆଡେ କଣ କଥା ହେଉଛନ୍ତି ।

ତାଙ୍କର ବାହାରକୁ ଧ୍ୟାନ ନ ଥିବା ସମୟରେ ଦୁଇଜଣ ମହିଳା ତାଙ୍କ ପାଖେ ଠିଆ ହୋଇ ଏକ ବ୍ଲେଡ ସାହାଯ୍ୟରେ ଟଙ୍କା ଥଳୀକୁ କାଟି ନେଉଛନ୍ତି । ତେବେ ଯଦି ସିସିଟିଭି ନ ଥାଆନ୍ତା ତେବେ ବୃଦ୍ଧ ବ୍ୟକ୍ତି ଜଣକ କେବେ ମଧ୍ୟ ଜାଣି ପାରି ନ ଥାଆନ୍ତେ କି ଏହି ଚୋରୀ କିପରି ହୋଇଛି । ଆପଣଙ୍କ ସହ କେବେ ଏଭଳି ହୋଇଛି କି ? ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।