ଗୁରୁବାର ଦିନ ଏହି ଗଛକୁ ଭକ୍ତିର ସହ ପୂଜା କଲେ ପ୍ରଚୁର ଧନ ପ୍ରାପ୍ତି ହୁଏ, ଘରକୁ ଟାଣି ହୋଇ ଆସନ୍ତି ମା’ ଲକ୍ଷ୍ମୀ- Vastu Tips

ବୃହସ୍ପତି ବାର ବା ଗୁରୁବାର ଦିନଟି ଅତ୍ୟନ୍ତ ଶୁଭ ଦିନ ହୋଇଥାଏ । ଏହି ଦିନ ଲକ୍ଷ୍ମୀ ନାରାୟଣଙ୍କ ପୂଜା କରିବା ଦ୍ଵାରା ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ସପ୍ତାହର ସବୁ ବାରର କିଛି ନା କିଛି ବିଶେଷତ୍ଵ ରହିଛି । ଏହି ଗୁରୁବାର ଦିନ ଭଗବାନ ବିଷ୍ଣଙ୍କ ପୂଜା କରିବା ଦ୍ଵାରା ଘରେ ସୁଖଶାନ୍ତି ଓ ଧନ ବୃଦ୍ଧି ହୋଇଥାଏ । ଏପରି କିଛି କାମ ରହିଛି ଯାହା ଏହିଦିନ କରିବା ଦ୍ଵାରା ଆପଣଙ୍କ ଅଟକି ରହିଥିବା ସମସ୍ତ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବାକୁ ଲାଗିବ ଓ ଘରକୁ ଟାଣି ହୋଇ ଆସିବେ ମା ଲକ୍ଷ୍ମୀ ।

ବହ୍ମ ମୁହୂର୍ତ୍ତରେ ସମସ୍ତ ଦେବାଦେବୀଙ୍କ ପ୍ରଭାବ ରହିଥିବାରୁ ଏହି ମୁହୂର୍ତ୍ତକୁ ଅତ୍ୟନ୍ତ ଶୁଭ ବୋଲି ମାନାଯାଏ । ସେଥିପାଇଁ ଗୁରୁବାର ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ କରିବା ଦ୍ଵାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ । ସ୍ନାନ କରିବା ପାଣିରେ ଗଙ୍ଗାଜଳ ନିଶ୍ଚୟ ପକାନ୍ତୁ ଓ ‘ଓଁ ବୃହସ୍ପତେଃ ନମଃ’ ମନ୍ତ୍ର ନିଶ୍ଚୟ ଜପ କରନ୍ତୁ । ବ୍ରହ୍ମ ମୂହୁର୍ତ୍ତ ଭୋର ୪ଟା ସମୟରୁ ଆରମ୍ଭ ହୋଇ ସୁର୍ଜ୍ୟୋଦୟ ପର୍ଯ୍ୟନ୍ତ ରହିଥାଏ । ଏହି ମୁହୂର୍ତ୍ତରେ ସ୍ନାନ କରି ଭଗବାନଙ୍କ ପୂଜା କରିବା ଦ୍ଵାରା ପୂଜା ସଫଳ ହୋଇଥାଏ ।

ଆର୍ଥିକ ସମସ୍ଯାରୁ ମୁକ୍ତି ପାଇବା ପାଇଁ ଗୁରୁବାର ଦିନ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣଙ୍କ ପୂଜା କରିବା ଉଚିତ । ଏପରି କରିବା ଦ୍ଵାରା ଆପଣଙ୍କ ସମସ୍ତ ସମସ୍ଯା ଗୁଡିକର ଅନ୍ତ ଘଟିଥାଏ । ଏହାସହ ଗୁରୁବାର ଦିନ ହଳଦୀ ରଙ୍ଗର ଲୁଗା ପିନ୍ଧନ୍ତୁ ଓ ମା ଲକ୍ଷ୍ମୀଙ୍କୁ ହଳଦୀ ରଙ୍ଗର ଫୁଲ, ଫଳ ଓ ନୈବେଦ୍ୟ ଅର୍ପଣ କରନ୍ତୁ । ଗୁରୁବାର ଦିନ ହଳଦୀ ପାଣିରେ ସ୍ନାନ କରନ୍ତୁ ଓ ଗୋଟିଏ କଦଳୀ ଗଛ ମୂଳେ ହଳଦୀ ପାଣି ଅର୍ପଣ କରନ୍ତୁ । ଏହାଦ୍ବାରା ଆପଣଙ୍କ ଘରେ କେବଳ ଧନ ବର୍ଷା ହୋଇଥାଏ ।

ଧନର ଅଭାବ ଦୂର କରିବା ପାଇଁ ଗୁରୁବାର ଦିନ ଉପବାସ କରନ୍ତୁ ଓ ଉପବାସ ସମୟରେ ଭିକାରି ବା ଦରିଦ୍ରଙ୍କୁ ହଳଦିଆ ଜିନିଷ ମଧ୍ୟ ଦାନ କରନ୍ତୁ । ଏହା କରିବା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଗୃହରେ ବାସ କରିଥାନ୍ତି । ଗୁରୁବାର ତୁଲସୀଙ୍କୁ ପୂଜା କରିବା ସମୟରେ ତୁଲସୀ ଗଛମୂଳେ କଞ୍ଚା କ୍ଷୀର ଅରପଣ କରନ୍ତୁ ଏବଂ ଆପଣଙ୍କ କୁଣ୍ଡଳୀରେ ବୃହସ୍ପତିଙ୍କୁ ଶକ୍ତିଶାଳୀ କରିବା ପାଇଁ ଭଗବାନ ଶିବଙ୍କୁ ହଳଦୀ ରଙ୍ଗର ଫୁଲ ଅର୍ପଣ କରନ୍ତୁ । ଏହାଦ୍ବାରା ବୃହସ୍ପତି ଗ୍ରହ ତେଜ ହୋଇଥାନ୍ତି ଓ ଆପଣଙ୍କ ଜୀବନରୁ ସମସ୍ତ ଖରାପ ପ୍ରଭାବ ଦୂର ହୋଇଥାଏ ।

ଗୁରୁବାର ଦିନ ଓସ୍ତ ଗଛର ପୂଜା କରିବା ଦ୍ଵାରା ମଧ୍ୟ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ଏହିଦିନ ଓସ୍ତ ଗଛମୂଳେ ଜଳ ଅର୍ପଣ କରନ୍ତୁ ଓ ଗଛର ପରିକ୍ରମା କରି ସୂତା ବାନ୍ଧନ୍ତୁ । ସୂତା ବାନ୍ଧିବା ସମୟରେ ନିଜ ମନୋସ୍କାମନା କୁହନ୍ତୁ । ଏପରି କରିବା ଦ୍ଵାରା ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।