ଭାଇରାଲ ହେଉଥିବା ଭଗବାନ ଶ୍ରୀରାମଙ୍କ ଫଟୋ ପଛର ସତ୍ୟତା ? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ ଏନେଇ କଣ କୁହନ୍ତି ସନ୍ଥ ତୁଳସୀ ଦାସ

ଗତ କିଛିଦିନ ଧରି ସୋସିଆଲ ମିଡିଆରେ ଭଗବାନ ଶ୍ରୀରାମଙ୍କ ଏକ ଫଟୋ ଖୁବ ଜୋରରେ ଭାଇରାଲ ହେଉଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ତିଆରି କରିଥିବା ଫଟୋରେ ଦର୍ଶାଯାଇଛି ଯେ, ଭଗବାନ ରାମ 21 ବର୍ଷ ବୟସ ବେଳେ କିଭଳି ଦିଶୁଥିଲେ । ପ୍ରଭୁ ରାମଙ୍କ ଦିବ୍ୟ ରୂପ ଦେଖି ଅନେକଙ୍କ ଆଖିରୁ ଖୁସିର ଲୁହ ଝରିଯାଉଛି । ଭଗବାନ ରାମ କଣ ପ୍ରକୃତରେ ଏମିତି ଦେଖିବାକୁ ଥିଲେ ? ତେବେ ଆଜି ଆମେ ଆପଣଙ୍କୁ ଏହି ଫଟୋ ପଛର ସତ୍ୟତା କହିବୁ ।

ପୁରାଣ ତଥା ରାମାୟଣରେ ସନ୍ଥ ତୁଳସୀ ପ୍ରଭୁ ଶ୍ରୀରାମଙ୍କ ରୂପର ଅନେକ ବର୍ଣ୍ଣନା କରିଛନ୍ତି । ଶ୍ରୀରାମଚରିତ ମାନସରେ ମଧ୍ୟ ଶ୍ରୀରାମଙ୍କ ରୂପକୁ ନେଇ ସୁନ୍ଦର ବର୍ଣ୍ଣନା କରାଯାଇଛି । ତୁଳସୀ ଦାସ ପ୍ରଭୁଙ୍କ ରୂପକୁ ପଦ୍ମଫୁଲ ସହ ତୁଳନା କରିଛନ୍ତି । ହେଲେ ତୁଳସୀ ଦାସ ଦିନେ ନିଜ ଯିବା ବାଟରେ ଦେଖିଲେ ଟାଣ ଖରାରେ ଏକ ପଦ୍ମଫୁଲ ସଂପୂର୍ଣ୍ଣ ଭାବେ ଶୁଖିଯାଇଛି । ଏହା ଦେଖି ସେ ପ୍ରଭୁଙ୍କ ମୁଖକୁ ପଦ୍ମ ସହ ତୁଳନା କରିଥିବାରୁ ନିଜ ମନ ମଧ୍ୟରେ କଷ୍ଟ ଅନୁଭବ କଲେ ।

କାରଣ ପ୍ରଭୁଙ୍କ ଦିବ୍ୟରୂପ କେବେ ଶୁଖେ ନାହିଁ ବା ମଳିନ ପଡେନାହିଁ । ଏହାପରେ ଯେବେ ତୁଳସୀ ଦାସଙ୍କୁ କେହି ଜଣେ ପଚାରିଲେ ପ୍ରଭୁଙ୍କ ଶ୍ରୀମୁଖ ଦେଖିବାକୁ କିପରି ? ସେ ଉତ୍ତର ଦେଇଥିଲେ, ମୋ ପ୍ରଭୁଙ୍କ ମୁଖ ତାଙ୍କର ସ୍ଵୟଂ ମୁଖ ଭଳି ଅଦ୍ଵିତୀୟ । କେହି କେବେ ତା’ର ବର୍ଣ୍ଣନା କରିପାରିବେ ନାହିଁ ।

ସେଥିପାଇଁ ସେ ଲେଖିଥିଲେ, ସେ ପ୍ରଭୁଙ୍କ ବର୍ଣ୍ଣ ଚିହ୍ନ କହିପାରିବ କେଉଁ ଜନ ? ପ୍ରଭୁଙ୍କ ବର୍ଣ୍ଣ ଚିହ୍ନ ବଖାଣିବା ପାଇଁ କେହି ସଂସାର ଭିତରେ ଜନ୍ମ ହୋଇ ନାହାନ୍ତି । ଯେତିକି ସୁନ୍ଦରତା ଦର୍ଶାଯାଇଛି ବା ବର୍ଣ୍ଣନା କରାଯାଇଛି ଶ୍ରୀରାମ ତା’ ଠାରୁ ମଧ୍ୟ ଅଧିକ ସୁନ୍ଦର ଥିଲେ ।

ତେଣୁ ଶ୍ରୀରାମଙ୍କୁ 21 ବର୍ଷ ବୟସ ହୋଇଥିବା ବେଳର ଯେଉଁ ଚିତ୍ର ଏବେ ସୋସିଆଲ ମିଡିଆରେ ଆପଣ ଦେଖୁଛନ୍ତି ବାସ୍ତବରେ ପ୍ରଭୁ ଶ୍ରୀରାମ ତା’ ଠାରୁ ମଧ୍ୟ ଅତିଶୟ ସୁନ୍ଦର ଅଟନ୍ତି । ତୁଳସୀ ଦାସ ଆହୁରି ମଧ୍ୟ ବର୍ଣ୍ଣନା କରିଛନ୍ତି ଯେ, ପ୍ରଭୁଙ୍କ ବର୍ଣ୍ଣ ଶ୍ୟାମଳ ଓ ତାଙ୍କ ରୂପ ଏତେ କୋମଳ ଯେ ତାହା ଅବର୍ଣ୍ଣନୀୟ ।

ସଂସାରରେ ସବୁଠୁ ସୁନ୍ଦର କୁହା ଯାଉଥିବା ପଦ୍ମଫୁଲ ଠାରୁ ମଧ୍ୟ ମୋ ପ୍ରଭୁ ଅତ୍ୟଧିକ ସୁନ୍ଦର । ସଂସାର ମଧ୍ୟରେ ଦେହଧାରୀ କୌଣସି ବ୍ୟକ୍ତି ତାଙ୍କର ରୂପର ପ୍ରକୃତ ବର୍ଣ୍ଣନା କରିପାରେ ନାହିଁ । ତେଣୁ ଜାଣି ରଖନ୍ତୁ ଯେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଶ୍ରୀରାମଙ୍କ ଫଟୋ ଠାରୁ ସେ ହଜାର ଲକ୍ଷେ ଗୁଣା ଅଧିକ ସୁନ୍ଦର ।

ଯାହାଙ୍କା ଲୀଳାର ବର୍ଣ୍ଣନା ମଧ୍ୟ କରି ହୁଏନାହିଁ ତାଙ୍କର ରୂପକୁ କିଏ ବା କଳ୍ପନା କରିପାରେ ! ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।