ଚାହାରେ ଏହି ଦୁଇଟି ଜିନିଷ ନିଶ୍ଚୟ ମିଶାନ୍ତୁ, ଭଲ ହୋଇଯିବ 100 ରୁ ଅଧିକ ରୋଗ, ମିଳିବ ପ୍ରଚୁର ଶକ୍ତି

ଚାହା ଏପରି ଏକ ପାନୀୟ ଯାହା ଦୁନିଆରେ ସବୁଠୁ ଅଧିକ ମାତ୍ରାରେ ପାନ କରାଯାଏ । ଅନେକ ଲୋକ କୁହନ୍ତି ଚାହା ପିଇବା ଆମ ପାଇଁ କ୍ଷତିକାରକ । କିନ୍ତୁ ଏହା ସଂପୂର୍ଣ୍ଣ ସତ ନୁହେଁ । କୌଣସି ଜିନିଷର ଆବଶ୍ୟକତା ଠାରୁ ଅଧିକ ବ୍ୟବହାର କ୍ଷତିକାରକ ହୋଇଥାଏ । ଠିକ ସେମିତି ଚାହା ଅଧିକ ସେବନ କରିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଦିନକୁ ଥରେ କି ଦୁଇଥର ଚାହା ପାନ କରିବା ଶରୀର ପାଇଁ ଲାଭଦାୟକ ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଏଭଳି ଦୁଇଟି ଜିନିଷ ବିଷୟରେ କହିବୁ ଯାହା ଚାହାରେ ମିଶାଇବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ହେବାସହ ଚାହାର ସ୍ଵାଦ ମଧ୍ୟ ବଢାଇ ଦେବ । ଚାହାରେ ବିଭିନ୍ନ ପ୍ରକାରର ଆଣ୍ଟି-ଅକ୍ସିଡାଣ୍ଟ ମିଳିଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟୀ ହୋଇଥାଏ । ପ୍ରଥମ ଜିନିଷ ଯାହା ଆପଣ ଚାହା ବନେଇବା ସମୟରେ ନିହାତି ଭାବେ ମିଶାଇବା ଉଚିତ ତାହା ହେଉଛି ଅଦା । ଅଦା ଆମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ ।

ଏଥିରେ ପ୍ରଚୁର ମାତ୍ରାରେ ଆଣ୍ଟି ଇନଫ୍ଲାମେଟୋରି ତତ୍ତ୍ଵ ରହିଥାଏ । ଯାହା ଆପଣଙ୍କ ଶରୀରର ଇନଫ୍ଲେମେସନକୁ କମ୍ କରି ଯନ୍ତ୍ରଣା ମଧ୍ୟ କମାଇ ଦେଇଥାଏ । ଅଦା ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଓଜନ ମଧ୍ୟ କମ୍ କରିଥାଏ ଏବଂ ହଳମ ଶକ୍ତି ବଢାଇଥାଏ । ଦ୍ଵିତୀୟ ଜିନିଷ ଯାହା ଆପଣ ଚାହାରେ ମିଶେଇବା ଉଚିତ ତାହା ହେଉଛି ଡାଲଚିନି ।

ଏହାକୁ ଆମେ ମସଲା ଭାବେ ଖାଦ୍ଯରେ ପ୍ରୟୋଗ କରିଥାଉ । ହେଲେ ଡାଲଚିନି ବିଭିନ୍ନ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଅଟେ । ଏହା ଚାହାର ସ୍ଵାଦ ଓ ବାସ୍ନାକୁ ବଢାଇବା ସହ ଔଷଧ ଭଳି କାମ କରିଥାଏ । ଡାଲଚିନିରେ ଆଣ୍ଟି ମାଇକ୍ରୋବାୟିକ ତତ୍ତ୍ଵ ମିଳିଥାଏ । ଆମ ଶରୀରରେ କୌଣସି ସଂକ୍ରମଣ ହୋଇଥିଲେ ତାହା ସହ ଲଢିବାରେ ଡାଲଚିନି ଆମକୁ ସାହାଯ୍ୟ କରେ । ଡାଲଚିନି ବ୍ଲଡ଼ ସୁଗାର, ବ୍ଲଡ଼ ପ୍ରେସର ଆଡିକୁ କମ୍ କରିବା କାମ କରିଥାଏ ।

ଯଦି ଆପଣ ଚାହାରେ ଡାଲଚିନିର ପ୍ରୟୋଗ କରୁଛନ୍ତି ତେବେ ଶ୍ରୀଲଙ୍କାନ ଭେରାଇଟିର ଡାଲଚିନି ପ୍ରୟୋଗ କରିବାକୁ ଚେଷ୍ଟା କରନ୍ତୁ । କାରଣ ଇଣ୍ଡିଆନ କିମ୍ବା ଚାଇନୀଜ ଡାଲଚିନି ସେତେ ଅଧିକ ଲାଭଦାୟକ ହୋଇ ନଥାଏ । ଏହି ଦୁଇଟି ଜିନିଷ ସହ ଆପଣ ଗୁଜୁରାତିକୁ ମଧ୍ୟ ନିଜ ଚାହାରେ ମିଶେଇ ପାରିବେ ।

ଗୁଜୁରାତି ମଧ୍ୟ ଚାହାର ଫ୍ଲେଭରକୁ ବଢେଇ ଦେଇଥାଏ ଏବଂ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଜନକ ହୋଇଥାଏ । ଗୁଜୁରାତି ଆମ ଶିରାପ୍ରଶିରା ତଥା ଶରୀରକୁ ଶକ୍ତି ଯୋଗାଇଥାଏ । ଗୁଜୁରାତି ରକ୍ତ ସଞ୍ଚାଳନକୁ ତ୍ୱରାନ୍ୱିତ କରିବା ସହ ହଜମକ୍ରିୟାକୁ ମଧ୍ୟ ବଢାଇଥାଏ ।

ଯଦି ଆପଣ ଗୋଟେ କପ୍ ଚାହା ବନାଉଛନ୍ତି ତେବେ ସେଥିରେ ମାତ୍ର ଏକ ଚାମୁଚ ଘୋରା ଯାଇଥିବା ଅଦା ମିଶାନ୍ତୁ, ଏକ ଚତୁର୍ଥାଂଶ ଡାଲଚିନି ଗୁଣ୍ଡ ମିଶାନ୍ତୁ । ଗୁଜୁରାତି ମିଶାଉଥିଲେ ମାତ୍ର ଗୋଟିଏ ଗୁଜୁରାତିକୁ ହାଲୁକା ଛେଚି ଚାହାରେ ପକାଇ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।