ପରିଣତ ବୟସରେ କି ଦୁଃଖ ! ବିଦେଶରୁ ଜନ୍ମ କଲା ପୁଅର ଆଦେଶ, ବୁଢା ହେଲଣି ବାପାମା’ ଏବେ ମରିଯାଅ… କାହାଣୀ ଜାଣିଲେ ଆଖିରୁ ବୋହିପଡିବ ଧାର ଧାର ଲୁହ

ବୁଢା ବୁଢୀ ଦୁଇଜଣ ଗାଁରେ ଏକା ପଡି ରହିଛନ୍ତି । ଦିନେ ବୁଢା ବାପା ପତ୍ନୀ ଲକ୍ଷ୍ମୀଙ୍କୁ କହିଲେ, ବୁଝିଲ ଲକ୍ଷ୍ମୀ ଆମେ ତ ବୁଢାବୁଢୀ ହେଲେଣି । ପୁଅ ବୋହୂ ଆଉ ନାତି ନାତୁଣୀ ବିଦେଶରେ ରହିଲେ, ଆଉ ଆମ କଥା ବୁଝିବା ପାଇଁ କେହି ନାହାନ୍ତି । ହଉ ଯେଉଁଠି ରୁହନ୍ତୁ ଭଲରେ ରୁହନ୍ତୁ ସବୁ । ଆଜିକୁ ଦୁଇ ମାସ ହେଲାଣି ପୁଅର ବି ଖବର ଅନ୍ତର ଟିକେ ନାହିଁ । ଫୋନ ବି କରୁନି, ଇଆଡୁ ଆମେ ଟିକେ ଫୋନ କଲେ ହୁଅନ୍ତା । ଏତିକି କହି ପୁଅ ପାଖକୁ ଫୋନ ଲଗାଇଲେ ବୁଢା ବାପା ।

ପୁଅ ଫୋନ ଉଠାଉ ଉଠାଉ ତା’ ସ୍ଵର ଶୁଣି ବେଶ ଖୁସି ହୋଇଗଲେ ବୁଢାବୁଢୀ । ପୁଅ କାମରେ ବ୍ୟସ୍ତ ରହୁଛି ତେଣୁ ଆଉ ଡେରି ନକରି ସିଧା କଥାଟା କହିଦେଲେ ବାପା । ପୁଅକୁ କହିଲେ, ମୁଁ କଣ କହୁଥିଲି କି ତୋ ବୋଉ ଦେହ ଭଲ ନାହିଁ, ମୁଁ ତ ବସି ଉଠି ପାରୁନି । ଘରେ ଖାଇବା ପାଇଁ ବି କିଛି ନାହିଁ । ବାପାରେ ହଜାରେ ଟଙ୍କାଟେ ପଠେଇବାକୁ ହେବ କି ? ଏକଥା ଶୁଣି ରାଗି ଯାଇଥିଲା ପୁଅ । ସଙ୍ଗେ ସଙ୍ଗେ କହିଲା, ସବୁବେଳେ କଣ ଗୋଟେ ଫୋନ କରି ଦେଉଛ ? ତମର କାମଧନ୍ଦା ନାହିଁ କି ? ମୋର ବହୁତ କାମ ଆଉ ପଇସାପତ୍ର ବି ନାହିଁ ।

ତୁମମାନଙ୍କୁ ଯେତେ ଦେଲେ ବି ନିଅଣ୍ଟ ହେଉଛି । ହଉ ଯଦି କହୁଛ 500 ଟଙ୍କାଟେ ପଠେଇଦେବି । ରଖୁଛି । ପୁଅ ଫୋନ ରଖିବା ପରେ ବାପା ହସି ହସି ମା’ ଲକ୍ଷ୍ମୀଙ୍କୁ କହିଲେ, ଶୁଣୁଛ ତ ପଇସା କଥା କହିଲି ବୋଲି ତମ ପୁଅ କେମିତି ବିରକ୍ତ ହେଉଛି । ଏଯାଏଁ ଟା’ର ଛୁଆଳିଆମି ଯାଇନି । ହଉ ଯାହା କହୁଛି କହୁ ଆମ ପୁଅ ତ ! ପରଦିନ ହେଇଗଲା ପୁଅ ଟଙ୍କା ପଠେଇଲାନି । କାମ ବ୍ୟସ୍ତରେ ଭୁଲି ଯାଇଥିବ ଭାବି ବାପା ପୁଣି ଥରେ ଫୋନ ଲଗେଇଲେ ।

ଆଉ ପୁଅକୁ କହିଲେ, ବାପାରେ 500 ଟଙ୍କା ପଠେଇବୁ ବୋଲି କହିଥିଲୁ କାଇଁ ପଠେଇନୁ ତ । ମେଡ଼ିସିନ ସରିଗଲାଣି ତ… ବାପାଙ୍କ କଥା ନସରୁଣୁ ପୁଅ ନିଆଁବାଣ ହୋଇ ଜବାବ ଦେଲା, ବେକାର କଥାଗୁଡା କାଇଁ କହୁଛ । ଖାଲି ଟଙ୍କା ଟଙ୍କା ହେଉଛ । ଏଠି କଣ ଗଛରେ ଫଳୁଛି । ଯେତେବେଳେ ଇଚ୍ଛା ଫୋନ କରି ଦେଉଛ ଆଉ ଟଙ୍କା ମାଗୁଛ । ତମେ ଗାଁରେ ସେମିତି ମର । ରଖୁଛି, ମୋତେ କେବେବି ଫୋନ କରିବନି ।

ପୁଅ ଫୋନ ରଖିବା ପରେ ବାପା ଲୁହାଭରା ଆଖିରେ ପତ୍ନୀଙ୍କୁ କହିଲେ, ପୁଅଟିକୁ ମଣିଷ କରିବାକୁ ମୁଁ କଣ ଯେ ନକରିଛି ଏ ଗାଁ ଲୋକେ କହିବେ । ପର୍ବପର୍ବାଣି ଆସିଲେ ମୋତେ ରାତିରେ ନିଦ ହୁଏନି । କେମିତି ସକାଳ ହେଲେ କହଠୁ ପଇସା ଧାର ଆଣି ପୁଅ ପାଇଁ ନୂଆ ଡ୍ରେସଟେ କରିବି ।

ପର ଦୂଆରେ ମୂଳ ଲାଗିବା ବେଳେ ମାଲିକ ଯେତେବେଳେ ପଚାରନ୍ତି, ଆରେ ତୋ ପୁଅ ଖବର କଣ ? ମୋନ ପୁଅ ବିଦେଶରେ ଚାକିରି କରିଛି ବୋଲି ମୁଁ ଛାତି ଫୁଲେଈ କୁହେ । ପୁଅର ବିଦେଶରେ ପାଠ ପଢିବା ସ୍ଵପ୍ନ ପୂରଣ କରିବା ପାଇଁ ମୁଁ ଦୁଆର ଦୁଆର ବୁଲି ଭିକ ମାଗିଛି । କାହାକୁ ନଜଣାଇ ଜମିବାଡି, ଘରଡିହ ସବୁ ବିକିଦେଲି ।

ହଉରେ ପୁଅ ତୁ ବି ଦିନେ ବୁଢା ହେବୁ । ଏହା କାଳ୍ପନିକ କାହାଣୀ ହୋଇଥିଲେ ମଧ୍ୟ ଆଜିର ସମୟରେ ଅନେକ ବୃଦ୍ଧ ପିତାମାତା ନିଜ ସନ୍ତାନ ଦ୍ଵାରା ଅବହେଳିତ ହୋଇ ଜରାଶ୍ରମରେ ଦିନ କାଟୁଛନ୍ତି । ଜନ୍ମ ଦେଇଥିବା ବାପାମା’ଙ୍କୁ କେବେବି ହତାଦର କରନ୍ତୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।