ସାହୁ ବାବୁଙ୍କ ବାହାଘର ଭୋଜିରେ ଏମିତି ହଙ୍ଗାମା କଲେ Rani Panda, ସମସ୍ତେ ଅବାକ୍ ହୋଇଗଲେ… କାହିଁକି ଭାଙ୍ଗିଲା Rani ଙ୍କ ହୃଦୟ ? ଦେଖନ୍ତୁ Video

ଗତକାଲି କମେଡିଆନ ରାଜୁ ଦାସ ତଥା ସାହୁ ବାବୁଙ୍କର ବିବାହ ରିସେପସନ ଭୋଜି ଥିଲା । ଯାତ୍ରା ଆଇଟମ ଗାର୍ଲ ରାନୀ ପଣ୍ଡା ଯାଇଥିଲେ ସାହୁ ବାବୁଙ୍କ ଭୋଜିରେ ଯୋଗ ଦେବାକୁ । ଠିକ ସେତିକି ବେଳେ ମଣ୍ଡପ ଉପରେ ନବଦମ୍ପତି ବସିଥାନ୍ତି । ଏହାକୁ ଦେଖି ରାନୀ ପଣ୍ଡା କୁଆଡେ ସହି ପାରି ନଥିଲେ । ହୃଦୟରେ ଜାଗା ଦେଇଥିବା ସାହୁ ବାବୁଙ୍କୁ ଅନ୍ୟ କାହା ସହ ଦେଖି ତାଙ୍କ ହୃଦୟ ଭାଙ୍ଗି ଚୁରମାର ହୋଇ ଯାଇଥିଲା । ଲୁହ ଛଳଛଳ ଆଖିରେ ଆଣିଥିବା ଫୁଲତୋଡାଟିକୁ ସାହୁ ବାବୁଙ୍କ ଉପରକୁ ଫୋପାଡି ଦେଇଥିଲେ ।

ଆଉ ଏହି ସମୟ ଭିଜୁଆଲ ଏବେ ଏବେ ସାମ୍ନାକୁ ଆସିଛି । ପାଦରେ ଅଳତା ଓ ମଠାରେ ଚନ୍ଦନ ଲଗେଇ ବର ଭେଶ ସାଜିଛି ସାହୁ ବାବୁ । ହେଲେ ସୋନାଲିର ହାତଧରି ରାନୀ ପଣ୍ଡାଙ୍କୁ ଅଧାବାଟରେ ଛାଡି ଚାଲିଯାଇଛି । ଏହା ପୂର୍ବରୁ ନିମନ୍ତ୍ରଣ କାର୍ଡରେ ସାହୁ ବାବୁ ଲେଖିଛି ଶେଷ ଚିଠିଟିଏ । କେବଳ ଲେଖିଛି, ବାହା ହୋଇ ଚାଲିଯାଉଛି ଇତି ତୁମର ସାହୁ ବାବୁ । ଯାହାକୁ ସହି ପାରି ନଥିଲେ ରାନୀ ପଣ୍ଡା ।

ଆଉ ନିଜ ଇନଷ୍ଟାଗ୍ରାମରେ ଏକ ରିଲ୍ସ ମଧ୍ୟ ପ୍ରସ୍ତୁତି କରିଥିଲେ । ସେହି ରିଲ୍ସରେ ଏକ ଦରଦଭରା ହୃଦୟ ଭାଙ୍ଗି ଯାଇଥିବା ଗୀତ ଲଗେଇଛନ୍ତି । ଏହି ଗୀତକୁ ଯେତେବେଳେ ଶୁଣିବେ ସେତେବେଳେ ହିଁ ହୃଦୟ ଭାଙ୍ଗିଗଲା ଭଳି ଲାଗିବ । ତେବେ ଆପଣ ଜମାରୁ ସିରିୟସ ହୁଅନ୍ତୁ ନାହିଁ ।

ସାହୁ ବାବୁଙ୍କ ବାହାଘରରେ ଯୋଗ ଦେଇଥିବା ଅଭିନେତ୍ରୀ ରାନୀ ପଣ୍ଡା ମଜାରେ ଏଭଳି ଏକ ଭିଡିଓ ବନେଇଥିଲେ । ଯାହାକୁ ସେ ନିଜ ଇନଷ୍ଟାଗ୍ରାମ ପେଜ୍ ରେ ଅଫଲୋଡ କରିଛନ୍ତି । ତେବେ ଏସବୁ ଭିତରେ ବାହାଘର ଭୋଜି ଖାଇ ନବଦମ୍ପତିଙ୍କୁ ଭେଟି ତାଙ୍କୁ ଆଶୀର୍ବାଦ କରି ଫେରିଥିଲେ ରାନୀ ପଣ୍ଡା । ରାଜୁ ଦାସଙ୍କୁ ନିଜ ସାନ ଭାଇ ଭଳି ଭାବନ୍ତି ରାନୀ ପଣ୍ଡା ।

ଉଭୟଙ୍କୁ ଭଲ ଉପଦେଶ ଦେଇଛନ୍ତି ଆଉ ଖାସି ମଟନ ଖାଇ ଫେରିଛନ୍ତି । ରାନୀଙ୍କ ଏହି ଭିଡିଓକୁ ତାଙ୍କ ଫ୍ୟାନ୍ସ ବହୁତ ପସନ୍ଦ କରିବା ସହ ମଜାଦାର କମେଣ୍ଟ ମଧ୍ୟ କରୁଛନ୍ତି । ତେବେ ଆପଣଙ୍କୁ ରାନୀ ପଣ୍ଡାଙ୍କ ଏଭଳି ଏକ ରିଲ୍ସ ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।