ମଣିଷ ପରି ଦିଶୁଛି ଆଉ ମଣିଷ ଭଳି କାନ୍ଦୁଛି ଛେଳି ! ଯିଏ ଦେଖୁଛି ସିଏ ଡରୁଛି, ଭାଇରାଲ ହେଉଛି ଛେଳି ଛୁଆର ଭିଡିଓ, ଦେଖନ୍ତୁ video

ବିଶ୍ବାସ ହେଉ କି ଅନ୍ଧବିଶ୍ଵାସ ! ଏହି ଛେଳିଟିକୁ ଯିଏ ବି ଦେଖୁଛି ସେ ଆଶ୍ଚର୍ଯ୍ୟ ହେଉଛି । ମଣିଷ ଭଳି ମୁହଁ ନେଇ ଜନ୍ମ ହୋଇଛି ଛେଳି ଛୁଆଟି । ଛେଳିର ରୂପ ମଣିଷ ଭଳି କାହିଁକି ଦିଶୁଛି, ଛେଳିଟି ଏଭଳି କାହିଁକି ଜନ୍ମ ହେଲା ଏସବୁକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଅନେକ ପ୍ରଶ୍ନ । ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଛେଳିଟିର ଏଭଳି ରୂପ ଦେଖି ସମସ୍ତେ ବେଶ ଭୟଭୀତ ମଧ୍ୟ ଅଛନ୍ତି । ଛେଳିର ଠିକ ଢଙ୍ଗରେ ନାକ ନାହିଁ କି ଆଖି ବି ନାହିଁ । ଏମିତିରେ ଛେଳିଟି କେତେଦିନ ବଞ୍ଚିବ ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି ।

ଖାଲି ଏତିକି ନୁହେଁ ଛେଳିଟି କୁଆଁ କୁଆଁ ହୋଇ ରଡି ମଧ୍ୟ ଛାଡୁଛି । ତେବେ କୌଣସି ଗୁରୁତର ବ୍ୟାଧି ଯୋଗୁଁ ପଶୁଙ୍କ ଶରୀରରେ ଏଭଳି ରୋଗ ଅନେକ ସମୟରେ ଦେଖିବାକୁ ମିଳେ ବୋଲି କୁହାଯାଉଛି । ରୋଗ ଯୋଗୁଁ ସେମାନଙ୍କ ଶରୀରର ଗଠନ ସଂପୂର୍ଣ୍ଣ ଭାବେ ବଦଳିଯାଏ । ତେବେ କିଛି ଲୋକ ଏହି ବିକୃତିକୁ ଚମତ୍କାର ଭାବି ପୂଜା ମଧ୍ୟ କରନ୍ତି । ଏଭଳି ଛେଳି କାହିଁକି ଜନ୍ମ ନେଲା ଭାବି ମନରେ ଭୟ ମଧ୍ୟ ଆସେ ।

ସୂଚନା ଅନୁଯାୟୀ ଓଡିଶାର ବରଗଡ ଜିଲ୍ଲା ଗାଇସିଲେଡ ବ୍ଲକ ଜଗରପାଟ ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଅଦ୍ଭୁତ ଛେଳି ଛୁଆ । ସେଠାରେ ମାନବ ରୂପ ଧରି ଜନ୍ମ ହୋଇଛି ଏକ ଛେଳି ଛୁଆ । ଯାହାର ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସେହି ଗାଁରେ ଏକ ଗୃହପାଳିତ ଛେଳି ଏକ ଛୁଆ ଜନ୍ମ ଦେଇଥିଲା ।

ଯାହାର ଚେହେରା ମଣିଷ ଭଳି । ଆଖି ଦୁଇଟି ବେଶ ବଡ ଓ ଲାଗି ଲାଗି ଥିବାବେଳେ ପାଟି ମଧ୍ୟ ମଣିଷ ଭଳି ରହିଛି । ଆଖପାଖ ଗାଁର ଲୋକେ ଏହି ଛେଳିଟିକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ଆପଣ ମଧ୍ୟକ ଭିଡିଓରେ ଦେଖି ପାରୁଥିବେ କି ଛେଳିର ଚେହେରା କେତେ ଅଦ୍ଭୁତ ରହିଛି ।

ଛେଳିକୁ ହଠାତ ଦେଖିଲେ ଲାଗୁଛି ସେ ଯେମିତି ଚଷମା ଲଗେଇଛି । ତା’ ପାଟି ବି ମଣିଷ ଭଳି ଓ ମଣିଷ ଛୁଆ ଭଳି ଶବ୍ଦ ମଧ୍ୟ କରୁଛି । ଯାହାକୁ ନେଇ ଅନେକ କଥା ଭାବି ଲୋକେ ବେଶ ଭୟଭୀତ ମଧ୍ୟ ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।