ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ବରିଷ୍ଠ ଅଭିନେତା Mihir Das ଗୁରୁତ୍ଵର ଅବସ୍ଥାରେ ହସ୍ପିଟାଲରେ ହେଲେ ଭର୍ତ୍ତି, ଦେଖନ୍ତୁ ଏବେ କିପରି ରହିଛି ତାଙ୍କ ସ୍ଵାସ୍ଥ୍ୟାବସ୍ଥା

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ମିହିର ଦାସ ଅସୁସ୍ଥ ଥିବା ସୂଚନା ମିଳିଛି । ମିହିର ଦାସଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁ-ରୁ-ତ-ର ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଆଜି ଭେଣ୍ଟିଲେଟରରେ ରଖାଯାଇ ତାଙ୍କ ଚିକିତ୍ସା କରା ଯାଉଥିବା ଖବର ମିଳିଛି । ମିହିର ଦାସଙ୍କ ସ୍ଵାସ୍ଥ୍ୟାବସ୍ଥା ଉପରେ ବିଶେଷ ନଜର ରଖିଛନ୍ତି ଡାକ୍ତରୀ ଟିମ୍ । ପୂର୍ବରୁ ମିହିର ଦାସଙ୍କ କିଡନୀ ସମସ୍ଯା ଥିଲା । ତେବେ ଦୁଇ-ତିନି ଦିନ ହେବା ତାଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା ।

ମିହିର ଦାସ ଓଡିଆ ଫିଲ୍ମ ଜଗତରେ ଏକ ଲୋକପ୍ରିୟ ନାମ ଅଟେ । ତାଙ୍କ ଲମ୍ବା ଫିଲ୍ମ କ୍ଯାରିୟର ମଧ୍ୟରେ ଅଲିଉଡକୁ ସେ ଅନେକ ସୁପରହିଟ୍ ଚଳଚ୍ଚିତ୍ର ଭେଟି ଦେଇଛନ୍ତି । ତାଙ୍କ ଚମତ୍କାର ଅଭିନୟ ଯୋଗୁଁ ସେ ଓଡିଶାବାସୀଙ୍କ ହୃଦୟ ଜିଣି ପାରିଛନ୍ତି । ତେବେ ଗତ ତିନି ଧରି ତାଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗୁଡିଥିବା ବେଳେ ଆଜି ତାଙ୍କୁ କଟକର ଅଶ୍ଵିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅସୁସ୍ଥତା ଖବର ପ୍ରକାଶ ପାଇବା ପରେ ତାଙ୍କ ପ୍ରଶଂସକ ଏବଂ ଶୁଭଚିନ୍ତକ ମାନେ ତାଙ୍କ ଆଶୁ ଆରୋଗ୍ଯ କରୁଛନ୍ତି ।

ଅନ୍ୟପଟେ ତାଙ୍କ ପରିବାର ଲୋକ ମଧ୍ୟ ଆଶା କରୁଛନ୍ତି ଯେ ମିହିର ଦାସ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ । କିଛି ଦିନ ଧରି କିଡନୀ ରୋଗରେ ପୀଡିତ ଥିବାରୁ ମିହିର ଦାସଙ୍କର ମଝି ମଝିରେ ଡାଇଲିସିସ ମଧ୍ୟ ହେଉଥିଲା । ଯେହେତୁ ତାଙ୍କର କିଡନୀ ସମସ୍ଯା ରହିଥିଲା ଏବଂ ସେ ଗୁ-ରୁ-ତ-ର ହୋଇ ପଡିଥିଲେ ତେଣୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି । ତେବେ ଏଯାବତ ତାଙ୍କ ସ୍ଵାସ୍ଥ୍ୟାବସ୍ଥାରେ କୌଣସି ବିଶେଷ ଉନ୍ନତି ପରିଲକ୍ଷିତ ହୋଇ ନଥିବା ଦେଖିବାକୁ ମିଳିଛି ।

ଡାକ୍ତରୀ ଟିମ୍ ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଏବେ ବି ଗୁ-ରୁ-ତ-ର ରହିଥିବା ବେଳେ ଏବେ ବି ବିପଦ ଲାଗି ରହିଛି । ଏପରି ସ୍ଥଳେ ସମସ୍ତେ ମିହିର ଦାସଙ୍କ ଆରୋଗ୍ୟତା କାମନା କରୁଛନ୍ତି । ସେ ଜଣେ ଖୁବ୍ ସ୍ନେହୀ ଓ ମେଳାପୀ ମଣିଷ ଅଟନ୍ତି । ସେଥିପାଇଁ ତାଙ୍କୁ ଲୋକେ ଖୁବ୍ ପସନ୍ଦ କରନ୍ତି । ଓଡିଆ ସିନେମାରେ ସେ ଜଣେ ବରିଷ୍ଠ ଏବଂ ସୁପରିଚିତ ତଥା ଲୋକପ୍ରିୟ ଅଭିନେତା ଅଟନ୍ତି । ପ୍ରତ୍ଯେକ ଚରିତ୍ରକୁ ପରଦା ଉପରେ ସେ ଅତ୍ୟନ୍ତ ନିଖୁଣ ଭାବେ ପରିବେଷଣ କରନ୍ତି ।

ତେଣୁ ସମଗ୍ର ଓଲିଉଡ ଇଣ୍ଡଷ୍ଟ୍ରି ସହ ଓଡିଆ ଫିଲ୍ମ ପ୍ରେମୀମାନେ ମଧ୍ୟ ମିହିର ଦାସଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି ଓ ତାଙ୍କ ସୁସ୍ଥତା ପାଇଁ ମଧ୍ୟ ପ୍ରାର୍ଥନା କରୁଛନ୍ତି । ସେ ନିଶ୍ଚୟ ସୁସ୍ଥ ହୋଇ ଫେରିବେ ବୋଲି ଆମେ ମଧ୍ୟ ଆଶା କରୁଛୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।