ତୁଳସୀ କୁ ଛୁଇଁ ଚୁପଚାପ କହିଦିଅନ୍ତୁ ଏହି 2 ଶବ୍ଦ, ଯାହା ବି ମାଗିବେ ସବୁ ପୁରା ହେବ

ତୁଳସୀ ଆମ ବାସ୍ତୁଶାସ୍ତ୍ର ଓ ଆମ ସନାତନ ଧର୍ମର ଏକ ମୂଳ ତତ୍ୱ । ଏହାର ସଠିକ ଉପସ୍ଥିତି ଓ ସଠିକ ବ୍ୟବହାର ଆପଣଙ୍କର ଭାଗ୍ୟ ନିର୍ଧାରଣ କରିଥାଏ । ଏହା ମଧ୍ୟରେ ତୁଳସୀର ବ୍ୟବହାର ବିଷୟରେ ଅନେକ ଶାସ୍ତ୍ର ଓ ଗ୍ରନ୍ଥରେ କୁହାଯାଇଛି । ଏହା ଆମ ଘରର ସବୁ ନକାରାତ୍ମକ ଶକ୍ତିକୁ ଦୂର କରିଥାଏ । ତୁଳସୀର ବାସ୍ନା ଘର ମଧ୍ୟରେ ବହୁତ ଅନୁକୂଳ  ପରିସ୍ଥିତିକୁ ବଜାଇ ରଖିଥାଏ ।

ତୁଳସୀ ଆମ ଘରକୁ ସବୁ ରୋଗରୁ ଦୁରେଇ ରଖିଥାଏ । ଯଦି ଗୋଟିଏ ତୁଳସୀ ଗଛକୁ ଆମେ ଘରର ସଠିକ ସ୍ଥାନରେ ରଖିଥାଉ ତେବେ ଆମେ କେବେବି ଦୁଃଖରେ ରହିନଥାଉ । ପୌରାଣୀକ ଶାସ୍ତ୍ର ଅନୁସାରେ, ତୁଳସୀକୁ ପୂଜାକରିବାଦ୍ୱାରା ଆପଣଙ୍କ ଘରେ ଧନ ସମ୍ପତ୍ତି ର ଅଭାବ ରହେ ନାହିଁ । ଆପଣଙ୍କ ଘରେ ଋଣ କରଜ ହୋଇନଥାଏ । ମହାଲକ୍ଷ୍ମୀ ଆପଣଙ୍କ ଘରେ ସଦା ସର୍ବଦା ପ୍ରସନ୍ନ ହୋଇଥାନ୍ତି ।

ପଦ୍ମ ପୁରାଣ ଆନୁସାରେ, ଯେଉଁଠାରେ ତୁଳସୀ ଗଛ ହୋଇଥାଏ ସେଠାରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ବାସ କରିଥାନ୍ତି । ତୁଳସୀର ପୂଜା କରିବାଦ୍ୱାରା ମହାପାତକ ମଧ୍ୟ୍ୟ ନଷ୍ଟ ହୋଇଯାଇଥାଏ । ଯେପରି ସୂର୍ଯ୍ୟର ଉଦୟ ପରେ ଆନ୍ଦକାର ଯେପରି ଚାଲି ଯାଇଥାଏ । ଏହାକୁ କରିବାଦ୍ୱାରା ଆପଣଙ୍କ ଘରେ କେବେବି ଅଶାନ୍ତି ରହି ନଥାଏ । ଆପଣଙ୍କ ଜୀବନ ସବୁବଳେ ସୁଖ ଶାନ୍ତିରେ କଟିଥାଏ । ତେବେ ଆଶନ୍ତୁ ଜାଣିବା ସେହି ତିନୋଟି ନାମ ବିଷୟରେ ।

ସବୁଦିନ ଭଳି ଆପଣ ନିଜ ଇଷ୍ଟ ଦେବଙ୍କୁ ପୂଜାକରନ୍ତୁ । ପୂଜାକରିସାରି ଆପଣ ତଲାସୀ ଗଛ ପାଖକୁ ଯାଇ କିଛି ସୁଦ୍ଧ ଜଳ ଅର୍ପଣ କରନ୍ତୁ । ଏହାପରେ ଆପଣ ହଳଦୀ ଓ ଦିନ୍ଦୁର ଚଢାନ୍ତୁ । ଏହାପରେ ଆପଣ ଗୁଆଘିଆର ଏକ ଦୀପ ଓ ଧୂପ ଦିଅନ୍ତୁ ।

ଏହାପରେ ଆପଣ ତୁଳସୀ ଗଛକୁ ସାତ ଥର ପରିକ୍ରମଣ କରନ୍ତୁ । ତାପରେ ଆପଣ ତୁଳସୀ ଗଛ ଆଗରେ ବସି ତୁଳସୀ ମାଳାରେ ଏହି ମନ୍ତ୍ର କୁ ଅତିକମରେ ଏଗାର ଥର ଜପ କରନ୍ତୁ । ସେହି ନାମଟି ହେଲା ” ମହାପ୍ରସାଦ ଜନନୀ ସର୍ବ ସୌଭାଗ୍ୟ ବର୍ରିଦିନି ଆଦି ବ୍ୟାଧି ହରା ନିତ୍ୟଂ ତୁଳସୀ ତ୍ଵଂ ନମସ୍ତୁତେ” । ଏହି ମନ୍ତ୍ରକୁ ଆପଣ ଜପ କରିବାଦ୍ୱାରା ଆପଣଙ୍କ ଉପରେ ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି ।

ଏହା ସହିତ ଆପଣଙ୍କୁ ମଧ୍ୟ ତ୍ରିଦେଵଙ୍କ ଠାରୁ ଫଳ ପାଇପାରିବେ । କାରଣ ଭଗବାନ ବିଷ୍ଣୁଙ୍କୁ ଭଗବାନ ଶିବ ଓ ଭଗବାନ ବ୍ରହ୍ମା ଧ୍ୟାନ କରିଥାନ୍ତି । ତେଣୁ ଆପଣ ତୁଳସୀକୁ ପୁଜିବା ଦ୍ୱାରା ଆପଣ ଭଗବାନ ବିଷ୍ଣୁ, ଶିବ ଓ ବ୍ରହ୍ମାଙ୍କୁ ମଧ୍ୟ ପୂଜା କରିଥାନ୍ତି । ଏହି ସମୟରେ ଆପଣ ଯାହାକିଛି ବି ମାଗିଥାନ୍ତି, ଆପଣଙ୍କୁ ତାହା ବହୁତ ଶୀଘ୍ର ମିଳିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।