Vastu tips: ଶନିବାର ଦିନ ଭୁଲ୍ ରେ ବି କରନ୍ତୁ ନାହିଁ ଏହି 7 କାମ, ନଚେତ ଭୋଗିବାକୁ ପଡିବ ଭୟଙ୍କର ପରିଣାମ, ଜାଣନ୍ତୁ ଶନିଦେବଙ୍କୁ ପ୍ରସନ୍ନ କରିବାର ଉପାୟ 

ଶନିବାରକୁ ଶନିଦେବଙ୍କ ବାର ବୋଲି ମାନାଯାଏ । ଶନିଦେବ ହେଉଛନ୍ତି ନ୍ୟାୟଦାତା । ସେ ପ୍ରତ୍ଯେକ ବ୍ୟକ୍ତିଙ୍କୁ ତାଙ୍କ ଭଲ ଓ ମନ୍ଦ କର୍ମାନୁସାରେ ଫଳ ଦିଅନ୍ତି । ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ଜୀବନରେ ଶନିଦେବଙ୍କ କୁଦୃଷ୍ଟି ପଡିଛି ଓ ନାନା ପ୍ରକାରର ସମସ୍ଯା ଦେଖାଦେଉଛି, ତେବେ ଶନିବାର ଦିନ ଆପଣ ଶନି ମନ୍ଦିର ଯାଇ ତେଲ ଅବଶ୍ୟ ଚଢାଇବା ଉଚିତ । ଏହାଦ୍ବାରା ଶନିଙ୍କ ପ୍ରଭାବ ଆପଣଙ୍କ ଉପରେ କମ୍ ହେବ ଓ ଏହାସହ ଆସନ୍ତୁ ଜାଣିବା ଶନିଦେବଙ୍କୁ ପ୍ରସନ୍ନ କରିବାର କେତୋଟି ଉପାୟ ।

ଶନିବାର ଦିନ ପ୍ରଭୁ ବଜରଙ୍ଗବାଲୀଙ୍କ ଉପାସନା କରିବା ଉଚିତ । ଏହାଦ୍ବାରା ଶନିଦେବଙ୍କ ସହ ଭଗବାନ ହନୁମାନଙ୍କ କୃପା ମଧ୍ୟ ଆପଣଙ୍କ ଉପରେ ରହିବ । ଏହାସହ ଶନିବାର ଦିନ ଶନିଦେବଙ୍କ କୌଣସି ପ୍ରଭାବଶାଳୀ ମନ୍ତ୍ରର ଜପ ଅବଶ୍ୟ କରନ୍ତୁ ଓ ଏହାସହ ଶନି ଚାଳିଶା ମଧ୍ୟ ପାଠ କରନ୍ତୁ । ଶନିବାର ଦିନ ଏକ ଗିନାରେ ତିଳ ତେଲ କିମ୍ବା ସୋରିଷ ତେଲ ନେଇ ସେଥିରେ ନିଜ ଛାଇ ଦେଖନ୍ତୁ ଓ ମନ୍ଦିର ନେଇଯାଇ ସେଠାରେ କୌଣସି ଗରିବଙ୍କୁ ତାହା ଦାନ କରନ୍ତୁ । ଏହାଦ୍ବାରା ଶନିଦେବଙ୍କ କୃପା ଆପଣଙ୍କ ଉପରେ ରହିବ ।

ଶନିବାର ଦିନ କଳା ଗାଈ କିମ୍ବା କଳା କୁକୁରକୁ ସୋରିଷ ତେଲରେ ତିଆରି ରୁଟି ଖାଇବାକୁ ଦେଲେ ଆପଣ ଶନିଙ୍କ କୃଦୃଷ୍ଟିରୁ ମୁକ୍ତ ହୋଇଯିବେ । ଶନିବାର ଦିନ ପିମ୍ପୁଡିଙ୍କୁ ଅଟା ଏବଂ ମାଛଙ୍କୁ ଦାନା ଖାଇବାକୁ ଦେଲେ ଜୀବନରେ ଉନ୍ନତି ହୋଇଥାଏ । ଶନି ଗ୍ରହଙ୍କ ସହ ସମ୍ବନ୍ଧିତ ସାମଗ୍ରୀ ଯଥା କଳା ତିଳ, କଳା କପଡା, ଲୁହା, ତେଲ ଇତ୍ଯାଦି ଦାନ କରିବା ମଧ୍ୟ ଫଳଦାୟୀ ବୋଲି ମାନାଯାଏ । ଶନିବାର ଦିନ ମଦ ମାଂସ ଭୋଜନ କରିବା ଶନିଦେବଙ୍କ ଦୃଷ୍ଟିରେ ପାପ ଅଟେ । ଏପରି କରିବା ଦ୍ଵାରା ଶନିଦେବ ଦଣ୍ଡ ଦେଇଥାନ୍ତି ।

ତେଣୁ ଶନିବାର ଦିନ ଏହିସବୁ ଭୋଜନ କରନ୍ତୁ ନାହିଁ । ଶନିବାର ଦିନ କୋଇଲା, ଲୁଣ, ଚମଡା, ଜୋଟା, କଳା ତିଳ, କଳା ଡାଲି, ଝାଡୁ, ତେଲ, କାଠ, ଲୁହା ଆଦି ବସ୍ତୁ କିଣିବା ଉଚିତ ନୁହେଁ । ଅନ୍ଯଥା ଜୀବନରେ ବାଧା ଉତ୍ପନ୍ନ ହେବାକୁ ଲାଗେ । ଶନିବାର ଦିନ ପୂର୍ବ, ଉତ୍ତର ଓ ଇଶାନ ଦିଗକୁ ଯାତ୍ରା କରିବାରୁ ବଞ୍ଚିତ ରୁହନ୍ତୁ । ନଚେତ ଆପଣଙ୍କୁ ସମସ୍ଯାର ସାମନା କରିବାକୁ ପଡିପାରେ ।

ଶନିବାର ଦିନ ପୁରୁଷ ମାନେ ଶ୍ବଶୁରଘରକୁ ଯିବା ଉଚିତ ନୁହେଁ । ଏହାଦ୍ବାରା ସେମାନଙ୍କ ସହ ସମ୍ପର୍କ ଖରାପ ହେବାର ସମ୍ଭାବନା ରହିବା ସହ ସ୍ଵାମୀ-ସ୍ତ୍ରୀଙ୍କ ସମ୍ପର୍କ ମଧ୍ୟ ଭାଙ୍ଗି ଯାଇପାରେ । ଶନିବାର ଦିନ ଭୁଲ୍ ରେ ବି କୌଣସି ଦୁର୍ବଳ ଏବଂ ମଜବୁର ବ୍ଯକ୍ତିର ଅପମାନ କରିବା ଉଚିତ । ଶନିଦେବ ଏହାର ବିଚାର କରି ଘୋର ଦଣ୍ଡ ଦେଇଥାନ୍ତି । ଶନିବାର ଦିନ ବାଳ ଓ ନଖ କାଟିବା ମଧ୍ୟ ବର୍ଜିତ ବୋଲି ମାନାଯାଏ । ଶନିବାର ଦିନ ଦୁଗ୍ଧ କିମ୍ବା ଦହି ସେବନ କରିବା ଉଚିତ ନୁହେଁ ।

ଯଦି ପିଉଛନ୍ତି ତେବେ ସେଥିରେ ସାମାନ୍ୟ ହଳଦୀ କିମ୍ବା ଗୁଡ ମିଶାଇ ଦିଅନ୍ତୁ । ଶନିବାର ଦିନ ବାଇଗଣ, ଆମ୍ବ ଆଚାର ଓ ନାଲି ଲଙ୍କା ଖାଇବାରୁ ମଧ୍ୟ ବଞ୍ଚିତ ରୁହନ୍ତୁ । ଏହିସବୁ କାର୍ଯ୍ୟ ଶନିବାର ଦିନ କରିବା ଉଚିତ ନୁହେଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।