Vastu tips: କିଏ କେତେ ମାଗି ମାଗି ମରିଗଲେ ବି ଭୁଲରେ ମଧ୍ୟ ଦିଅନ୍ତୁ ନାହିଁ ଏହି 5 ଜିନିଷ, ହେଇଯିବେ ଦରିଦ୍ର

ପିଲାଟି ଦିନରୁ ଅନ୍ୟକୁ ସାହାଯ୍ୟ କରିବା ଏବଂ ଅଭାବୀ ବ୍ୟକ୍ତିଙ୍କୁ ଦାନ କରିବା ଉତ୍ତମ କାର୍ଯ୍ୟ ବୋଲି ଆମକୁ ଶିକ୍ଷା ଦିଆଯାଏ । କିନ୍ତୁ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଏମିତି କିଛି ଜିନିଷ ଅଛି ଯାହା ଆପଣ କେବେ ମଧ୍ୟ ଅନ୍ୟକୁ ଦାନ କରିବା ଉଚିତ ନୁହେଁ । ବିଷ୍ଣ ପୁରାଣରେ ଏମିତି କିଛି ଜିନିଷ ଉଲ୍ଲେଖ ଅଛି ଯାହା ଆମେ କେବେ ମଧ୍ୟ ଅନ୍ୟକୁ ଦେବା ଉଚିତ ନୁହେଁ । କାରଣ ଏହି ଜିନିଷ ଗୁଡିକ ସହିତ ମା ଲକ୍ଷ୍ମୀ ମଧ୍ୟ ଘରୁ ବାହାରି ଯାଆନ୍ତି ଓ ଆମେ  ଘରର ସୁଖ ସମୃଦ୍ଧି ହରାଇ ବସୁ । ତେବେ ଚାଳନ୍ତୁ ଜାଣିବା ସେ ଜିନିଷ ଗୁଡିକ କଣ ସବୁ ।

ପ୍ରଥମେ ହେଉଛି ପତ୍ନୀଙ୍କ ଅଳଙ୍କାର । ମା ଲକ୍ଷ୍ମୀଙ୍କୁ ଅଳଙ୍କରର ଦେଇ ବୋଲି ମାନାଯାଏ । ସେଥିପାଇଁ ଅଳଙ୍କାର କିଣିବା ପରେ ସର୍ବପ୍ରଥମେ ମା ଲକ୍ଷ୍ମୀଙ୍କ ପୂଜା ପରେ ଯାଇ ତାହା ପରିଧାନ କରିଥାଉ । ସ୍ତ୍ରୀର ଅଳଙ୍କାର ଘରର ସମୃଦ୍ଧିକୁ ପ୍ରତିଫଳିତ କରେ । ସେଥିପାଇଁ ଆପଣ ସ୍ତ୍ରୀ ଙ୍କ ଅଳଙ୍କାର ଅନ୍ୟ କାହାକୁ ଋଣରେ କିମ୍ବା ଦାନରେ ଦିଅନ୍ତୁ ନାହିଁ । ଖାସ କରି ବିବାହିତା ମହିଳାମାନେ ନିଜ ମଙ୍ଗଳସୂତ୍ର, ପାଉଁଜି ଆଦି ଅଳଙ୍କାର କାହାକୁ ପିନ୍ଧିବାକୁ ମଧ୍ୟ ଦିଅନ୍ତୁ ନାହିଁ । ନଚେତ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି ଓ ଘରର ଉନ୍ନତି ବା ସମୃଦ୍ଧିରେ ବାଧା ଉପୁଜେ ।

ଝାଡୁ ମା ଲକ୍ଷ୍ମୀଙ୍କ ପ୍ରତୀକ ଭାବେ ପରିଗଣିତ ହୁଏ । ଏହା ସ୍ବଚ୍ଛତା ଏବଂ ସମୃଦ୍ଧତାର ସଙ୍କେତ ଅଟେ । ଏହା ଘରର ଅଳିଆ ଆବର୍ଜନା ସହ ନକରାତ୍ମକ ଶକ୍ତିକୁ ଘରୁ ବାହାର କରିଦିଏ । ତେଣୁ ଆପଣଙ୍କ ଘରର ଝାଡୁ କାହାକୁ ମଧ୍ୟ ଦିଅନ୍ତୁ ନାହିଁ । ଘର ସ୍ଵଚ୍ଛ ରହିଲେ ହିଁ ମା ଲକ୍ଷ୍ମୀଙ୍କ ଆଗମନ ହୁଏ । ସେଥିପାଇଁ ଅନ୍ୟକୁ ଝାଡୁ ଦେବା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୁଅନ୍ତି ଓ ଘରର ସୁଖ ଶାନ୍ତି ମଧ୍ୟ ତା ସହ ଚାଲିଯାଏ । ସନ୍ଧ୍ୟା ସମୟରେ କ୍ଷୀର, ଦହି, ନଡିଆ, ଚାଉଳ, ଅଟା, ଚିନି ପରି ଧଳା ସାମଗ୍ରୀ ମଧ୍ୟ କାହାକୁ ଦିଅନ୍ତୁ ନାହିଁ ।

ଶାସ୍ତ୍ରରେ ଉଲ୍ଲେଖ ଅଛି ଧଳା ଜିନିଷ ଉପରେ ଖରାପ ଦୃଷ୍ଟି ଶୀଘ୍ର ଲାଗିଯାଏ । ସେଥିପାଇଁ ସୂର୍ଯ୍ୟାସ୍ତ ପରେ ଆପଣ ରୋଷେଇ ଘରୁ ଏହି ସବୁ ଜିନିଷ କାହାକୁ ଦିଅନ୍ତୁ ନାହିଁ । ଦରକାର ହେଲେ ଆପଣ ବଜାରରୁ କିଣି ଦେଇପାରିବେ । ମା ଲକ୍ଷ୍ମୀ ଧନର ଦେବୀ ଅଟନ୍ତି । ମା ଲକ୍ଷ୍ମୀଙ୍କ ଆଶୀର୍ବାଦରେ ଘରେ ଧନ ବୃଦ୍ଧି ହୋଇଥାଏ । ସେଥିପାଇଁ ଆପଣଙ୍କ ଘରେ ରଖାଯାଇ ଥିବା ଟଙ୍କା ବା ଆପଣଙ୍କ ସ୍ତ୍ରୀଙ୍କ ପାଖେ ଗଚ୍ଛିତ ଟଙ୍କା କାହାକୁ ମଧ୍ୟ ଉଧାର ଦିଅନ୍ତୁ ନାହିଁ । ଖାସ କରି କୌଣସି ପର୍ବ ଏବଂ ଏକାଦଶୀ ଦିନ ଭୁଲରେ ମଧ୍ୟ ଦିଅନ୍ତୁ ନାହିଁ । ନଚେତ ଆପଣଙ୍କ ଧନ ବୃଦ୍ଧିରେ ବାଧା ପ୍ରାପ୍ତ ହୋଇପାରେ ।

ମା ଲକ୍ଷ୍ମୀ ସମ୍ପନ୍ନତା, ବୈଭବ, ସୌଭାଗ୍ୟଦାତ୍ରୀ ମମତାଙ୍କ ସହ ସେ ଅନ୍ନପୂର୍ଣ୍ଣା ମଧ୍ୟ ଅଟନ୍ତି । ସେଥିପାଇଁ ରୋଷେଇ ଘରର ଶୁଦ୍ଧତା ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ ଅଟେ । ଏହା ସହ ଆପଣଙ୍କ ରୋଷେଇ ଘରର ରୁଟି ବେଲଣା ତଥା ଅନହ୍ୟା ବ୍ୟବହାର୍ଜ୍ୟ ଜିନିଷ ଆନୟ କାହାକୁ ବ୍ୟବହାର କରିବାକୁ ମଧ୍ୟ ଦିଅନ୍ତୁ ନାହିଁ । କାରଣ ଏହା ମା ଲକ୍ଷ୍ମୀଙ୍କୁ ଅପ୍ରିୟ ଅଟେ । ଏହପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।