Vastu Tips- ବେଲ ଗଛ ଗୃହର କେଉଁଠି ରହିଲେ ହୁଏ ଧନର ବର୍ଷା ଓ କେଉଁଠି ରହିଲେ ହୁଏ ସର୍ବନାଶ

ବେଲଗଛ ସମସ୍ତ ସଂସାରରେ ଏକ ଦୁର୍ଲଭ ଗଛ ଅଟେ । ନିଜ ଦିବ୍ୟତା, ଦୁର୍ଲଭତା, ଔଷଧୀୟ ଗୁଣ ଏବଂ କ୍ଷମତା ପାଇଁ ଏହି ଗଛ ସମସ୍ତ ଦେବାଦେବୀ ଏବଂ ମନୁଷ୍ୟ ଜାତିର ପ୍ରିୟ ଓ ଆଦରଣୀୟ ହୋଇଥାଏ । ପୁରାଣ ଶାସ୍ତ୍ର ମତରେ ବେଲଗଛର ସୃଷ୍ଟି ମା ଲକ୍ଷ୍ମୀଙ୍କ ଅଂଶରୁ ହୋଇଛି । ତେବେ ବେଲ ଗଛ ବିଷୟରେ ଚାଲନ୍ତୁ ଜାଣିବା କିଛି ଗୁରୁତ୍ୱପୂର୍ଣ୍ଣ କଥା । ବେଲଗଛରେ ସାକ୍ଷାତ ଶିବ ଏବଂ ଶକ୍ତିଙ୍କର ବାସ ହୋଇଥାଏ । ବେଲପତ୍ରର ତ୍ରିଶାଖାରେ ତ୍ରିଦେବ ଅର୍ଥାତ ବ୍ରହ୍ମା, ବିଷ୍ଣ ଓ ମହେଶ୍ଵର ବାସ କରନ୍ତି ।

ତେଣୁ ପ୍ରତିଦିନ ଗାଧୋଇ ସାରି ବେଲଗଛରେ ପାଣି ଦେଲେ ଏହି ସମସ୍ତ ଦେବାଦେବୀ ପ୍ରସନ୍ନ ହେବ ସହ ପୁଣ୍ୟ ମିଳିଥାଏ । ଯାହା ଦ୍ଵାରା ବ୍ୟକ୍ତି ତା ଜୀବନରେ ସବୁ କ୍ଷେତ୍ରରେ ସଫଳତା ପାଇବା ସହ ଉନ୍ନତି କରିଥାଏ ଏବଂ ଖୁବ ଧନବାନ ମଧ୍ୟ ହୋଇଥାଏ । ବେଲପତ୍ର ସମସ୍ତ ଦେବାଦେବୀଙ୍କ ପ୍ରିୟ ହୋଇଥିବାରୁ, ଶୁଖିଗଲେ ମଧ୍ୟ କେବେ ବାସି ହୁଏନାହିଁ । ଏହି ପତ୍ରରେ ଚନ୍ଦନ ଲଗାଇ ଶିବ ଏବଂ ଦେବୀଙ୍କୁ ଅର୍ପଣା କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ବେଲଗଛର କାଠିକୁ ମଧ୍ୟ ଚନ୍ଦନ ପରି ଘୋରି ଶିବ ତଥା ଦେବୀଙ୍କୁ ଟିକା ଲଗାଇଲେ ମଧ୍ୟ କୋଟି ପୁଣ୍ୟ ପ୍ରାପ୍ତି ହୋଇଥାଏ । ନିଜେ ମଧ୍ୟ ଏହାକୁ ଟିକା ଲଗାଇବା ଦ୍ଵାରା ଦିବ୍ୟ ଚେତନା ଜାଗ୍ରତ ହୋଇଥାଏ ।

ସୋମବାର କିମ୍ବା ଚତୁର୍ଦଶୀ ଦିନ ବେଲଗଛ ମୂଳରେ ଧୂପ, ଦୀପ, ଭୋଗ ଏବଂ ପଣା ଅର୍ପଣ କରି ସେହି ବେଲଗଛର ଛେରକୁ ଆଣି ଏକ ଲାଲ ସୂତାରେ ଗୁନ୍ଥି ଶରୀରରେ ଧାରଣ କଲେ, ଏହା ଆପଣଙ୍କ ଶରୀରରେ ବାହାରର ନକରାତ୍ମକତା ଏବଂ ଦୁଷ୍ଟଶକ୍ତିକୁ ପ୍ରବେଶ କରିବାକୁ ଦିଏନାହିଁ । ଏହାଦ୍ବାରା ଆହୁରି ମଧ୍ୟ ସନ୍ତାନ ହେଉ ନ ଥିବା ଲୋକଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ ଓ ବିବାହ ହେଉ ନ ଥିବା ଲୋକଙ୍କ ବିବାହ ମଧ୍ୟ ହୋଇଥାଏ । ଘରର ଚାରିପାଖେ ବଡ ବଡ ଗଛ ରହିବା ଏବଂ ସେଗୁଡିକର ଛାଇ ଘର ଉପରେ ପଡିବା ଅତ୍ୟନ୍ତ ଅଶୁଭ ହୋଇଥାଏ । କିନ୍ତୁ ବେଲଗଛ ଏପରି ଏକ ଦିବ୍ୟ ଗଛ ଯାହା ଘରର ଯେକୌଣସି ସ୍ଥାନରେ ରହିଲେ ମଧ୍ୟ ଶୁଭ ଫଳ ଦେଇଥାଏ ।

ଏହି ଗଛର ଛାଇ ଘର ଉପରେ ପଡିଲେ ଘରର ବାସ୍ତୁଦୋଷ ଦୂର ହୋଇଥାଏ ଓ ଘରର ନକରାତ୍ମକତା ମଧ୍ୟ ଦୂର ହୋଇଥାଏ । ବେଲ ଗଛ ଉତ୍ତର କିମ୍ବା ଉତ୍ତର-ପୂର୍ବ ଐଶନ କୋଣରେ ରହିଲେ ଧନ ବା ଅର୍ଥର ଅଭାବ ହୁଏ ନାହିଁ । ଘରର ପୂର୍ବ ଦିଗରେ ବେଲଗଛ ଥିଲେ ଘରେ ଶାନ୍ତି ବଜାୟ ରୁହେ ଓ ପଶ୍ଚିମ ଦିଗରେ ଥିଲେ ସୁସନ୍ତାନ ପ୍ରାପ୍ତି ହୋଇଥାଏ । ଆଉ ଏହା ଘରର ଦକ୍ଷିଣ ଦିଗରେ ରହିଲେ ଦୁର୍ଘଟଣା ଜନିତ ସମସ୍ଯା ଦୂର ହୋଇଥାଏ ।

ଆପଣଙ୍କ ଘରେ ଯଦି ବେଲଗଛ ନାହିଁ, ତେବେ ଆପଣ ଏହାକୁ ଯେକୌଣସି ଦିନ ବା ତିଥିରେ ଏହାକୁ ଆଣି ଘରେ ଲଗାଇ ପାରିବେ ଏବଂ ପୂଜା ମଧ୍ୟ କରିପାରିବେ । ଏହାସହ ବେଲପତ୍ରରେ ଅନେକ ଭିଟାମିନ, ପୋଷକତତ୍ତ୍ଵ ଏବଂ ଔଷଧୀୟ ଗୁଣ ରହିଛି ଏହା ସେବନ କରିବା ଶରୀର ପକ୍ଷେ ଖୁବ ଲାଭଦାୟକ ଅଟେ । ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ