ବିଦେଶରେ ରହିବା ପାଇଁ ମିଳୁଛି ସୁବର୍ଣ୍ଣ ସୁଯୋଗ, ରହିବା ପାଇଁ ସେଠାକାରେ ସରକାର ଦେବେ ୨୪ ଲକ୍ଷ ଟଙ୍କା, କିନ୍ତୁ…

ନିଜ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆକର୍ଷକ ଜୀବନଶୈଳୀ ପାଇଁ ପ୍ରତ୍ଯେକ ବର୍ଷ ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ଇଟାଲୀ । ତା’ର ସୌନ୍ଦର୍ଯ୍ୟରେ ମୋହିତ ହୋଇ ଅନେକ ଲୋକ ସେଠାରେ ରହିଯିବାକୁ ଇଚ୍ଛା କରନ୍ତି । ଯଦି ଆପଣ ଇଟାଲୀରେ ରହିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଆସି ଯାଇଛି ଏକ ଖୁସି ଖବର । ବର୍ତ୍ତମାନ ଇଟାଲୀରେ ରହିବାକୁ ଇଚ୍ଛା କରୁଥିବା ବିଦେଶୀଙ୍କ ପାଇଁ ସେଠାକାର ସରକାର ଏକ ମନଲୋଭା ଅଫର୍ ଦେଉଛନ୍ତି ।

ଅଫର୍ ମୁତାବକ ଇଟାଲୀର ନାଗରିକ ହୋଇ ସେଠାରେ ବସବାସ କରିବା ପାଇଁ ସେଠାକାର ସରକାର ବର୍ତ୍ତମାନ ଲୋକଙ୍କୁ ୨୮ ହଜାର ୟୁରୋ ଅର୍ଥାତ ପ୍ରାୟ ୨୪.୭୬ ଲକ୍ଷ ଟଙ୍କା ଦେଉଛନ୍ତି । ପ୍ରକୃତ କଥା ହେଉଛି କମ୍ ଜନସଂଖ୍ୟା ଯୋଗୁଁ ଏହି ଦେଶ ବର୍ତ୍ତମାନ ସଂଘର୍ଷ କରୁଛି । ଦିନକୁ ଦିନ ଇଟାଲୀର ଜନସଂଖ୍ୟା ବହୁଳ ମାତ୍ରାରେ ହ୍ରାସ ପାଇବାକୁ ଲାଗିଛି, ଯାହା ସେଠାକାର ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ନିଜ ଦେଶରେ ଜନସଂଖ୍ୟା ବୃଦ୍ଧି କରିବାକୁ ସେଠାକାର ସରକାର ଅନ୍ୟ ଦେଶର ଲୋକଙ୍କୁ ଏହିପରି ଏକ ଶାନଦାର ଅଫର୍ ଦେବାକୁ ସ୍ଥିର କରିଛନ୍ତି । କିନ୍ତୁ ଏଥିପାଇଁ ସରକାର କେତୋଟି ସର୍ତ୍ତ ମଧ୍ୟ ଧାର୍ଯ୍ୟ କରିଛନ୍ତି । ପ୍ରଥମତଃ, ଇଟାଲିରେ ରହିବାକୁ ଆବେଦନ କରୁଥିବା ବ୍ୟକ୍ତିଙ୍କ ବୟସ ୪୦ ବର୍ଷରୁ କମ ହୋଇଥିବା ଆବଶ୍ୟକ । ଏହାସହ ଏଠାକୁ ଆସିବାକୁ ଚାହୁଁଥିବା ଲୋକମାନେ ତାଙ୍କ ଚୟନର ୯୦ ଦିନ ମଧ୍ୟରେ ଏକ ନୂତନ ବ୍ୟବସାୟ ମଧ୍ୟ ଆରମ୍ଭ କରିବା ଜରୁରୀ ଅଟେ ।

ଆଉ କିଛି ସପ୍ତାହ ମଧ୍ୟରେ କାଲେବେରିଆ ଅଞ୍ଚଳର ୱେବସାଇଟରେ ଏହି ଅଫାର ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯିବା ବୋଲି ଜଣାପଡିଛି । ବର୍ତ୍ତମାନ କାଲେବେରିଆ ଅଞ୍ଚଳର ଜନସଂଖ୍ୟା ୫୦୦୦ ରୁ ମଧ୍ୟ ତଳକୁ ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜନସଂଖ୍ୟା ସମସ୍ଯାର ସମୁଖୀନ ହେଉଥିବା ଇଟାଲୀର ଅନେକ ସହର ଖୁବ କମ ମୂଲ୍ଯରେ ଘର ବିକ୍ରୟ କରି ଦେଇଥିଲେ ।

ଏପରିକି ଚଳିତ ବର୍ଷ ଇଟାଲିର ବେଶିଲିକାଟା ଅଞ୍ଚଳର ଲରେନ ଜାନା ସହରରେ ଗୋଟିଏ ଘର ମାତ୍ର ୧ ୟୁରୋରେ ବିକ୍ରି ହେଉଥିବା ଖବର ପ୍ରକାଶ ପାଇଥିଲା । ଆପଣଙ୍କୁ ଇଟାଲୀ ସରକାରଙ୍କ ଏହି ଅଫର୍ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ଦେଶ ବିଦେଶର ଅପଡେଟ ପାଇବା ପାଇଁ ଆମ ପେଜ୍କୁ ମଧ୍ୟ ଲାଇକ କରନ୍ତୁ ।