Vastu Tips- କରଜରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି 1 ସହଜ ଉପାୟ

ସାଧାରଣତଃ ମନୁଷ୍ୟ ଜୀବନରେ ସବୁବେଳେ କୌଣସି ନା କୌଣସି ସମସ୍ୟା ଲାଗି ରହିଥାଏ । ସେଥି ମଧ୍ୟରେ ଟଙ୍କାର ସମସ୍ୟା ତ ସବୁବେଳେ ଲାଗି ରହିଥାଏ । ଏମିତିରେ କେତେକ ଲୋକମାନେ ଅସୁବିଧାରେ ପଡି କରଜ କରିଥାନ୍ତି । କିନ୍ତୁ କରଜ କରିବା ସହଜ ହୋଇଥାଏ କିନ୍ତୁ କରଜକୁ ସୁଝିବାରେ ବହୁତ କଷ୍ଟ କରିବାକୁ ପଡିଥାଏ । ଶେଷରେ ଏମିତି ସମୟ ଆସିଯାଏ ଯେତେବେଳେ ଆତ୍ମହତ୍ୟାର ରାସ୍ତାକୁ ବି ବାଛିବାକୁ ପଡିଥାଏ ।

କହିବାକୁ ଗଲେ ମନୁଷ୍ୟ ସାଧାରଣ ଭାବେ ତାର ପିଲାଙ୍କ ପାଠପଢ଼ା, ଘର ତିଆରି କରିବା ପାଇଁ, ଗାଡି କିଣିବା ପାଇଁ, ବିବାହର ଖର୍ଚ ତୁଲାଇବା ପାଇଁ ଓ ସ୍ୱାସ୍ଥ୍ୟ ଜନିତ ଅର୍ଥାଭାବ ପାଇଁ କରଜ କରିବାକୁ ବାଧ୍ୟ ହୋଇଥାନ୍ତି ।

ଏମିତିରେ ଆଜି ଆମେ ଆପଣମାନଙ୍କୁ କରଜ ସୁଝିବା କିମ୍ବା ସେଥିରୁ ମୁକ୍ତି ପାଇବା ପାଇଁ କିଛି ଉପାୟ ବିଷୟରେ ଜଣାଇବୁ । ପ୍ରଥମତଃ ଏହି ଉପାୟଟିକୁ ମଙ୍ଗଳବାର ଦିନ କରିବାକୁ ପଡିବ । କହିବାକୁ ଗଲେ କରଜ କରିଥିବା ବ୍ୟକ୍ତି ନିଜର ଉଚ୍ଚତା ଅନୁସାରେ ନାଲି ରଙ୍ଗର ସୂତା ନେଇ ଗୋଟିଏ ଶୁଖିଲା ନଡିଆ ଉପରେ ଘିଅ ବୋଳା ସିନ୍ଦୁରରେ ସ୍ୱସ୍ତିକ ଚିହ୍ନ କରି ସେହି ସୁତାକୁ ନଡିଆରେ ବାନ୍ଧି ଦିଅନ୍ତୁ । ଏହା ପରେ ଏହି ନଡିଆକୁ ନେଇ ନିଜ ଇଷ୍ଟଦେଵତାଙ୍କ ସାମ୍ନାରେ ବସି କରଜ ମୁକ୍ତି ପାଇଁ ପ୍ରାର୍ଥନା କରନ୍ତୁ ।

ଏହା ପରେ ସେହି ନଡିଆକୁ କୌଣସି ସ୍ରୋତ ଥିବା ପାଣିରେ ଭସାଇ ଦିଅନ୍ତୁ ନଚେତ ଅଶ୍ୱସ୍ଥ ଗଛ ମୂଳରେ ରଖି ଦିଅନ୍ତୁ । ଏହା ସହିତ ଏହି ଉପାୟ କରିବା ପରେ କିଛି ସୋରିଷକୁ ନେଇ ନିଜ ଘର ଚାରିପଟେ ବୁଣି ଦିଅନ୍ତୁ । ଦ୍ଵିତୀୟ ଉପାୟଟି ହେଲା ସବୁ ସୋମବାର ଦିନ ଗାଧୋଇ ସାରିବା ପରେ ଘର ନିକଟରେ ଥିବା ଶିବ ମନ୍ଦିରରେ ଦୀପ ଜାଳି ଶିବ ଲିଙ୍ଗରେ ବେଲ ପତ୍ର ପ୍ରଦାନ କରନ୍ତୁ ଓ ଶିବ ମନ୍ତ୍ର ଜପ କରି କରଜ ମୁକ୍ତି ପାଇଁ ପ୍ରାଥନା କରନ୍ତୁ । ଦେଖିବେ କିଛି ଦିନ ଭିତରେ ଆପଣ କରଜରୁ ମୁକ୍ତି ପାଇ ଯିବେ ।

ତୃତୀୟ ଉପାୟଟି ହେଲା ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ଦୀପ ଜାଳି କନ୍ଦମୂଳ ଭୋଗ ଲଗାଇ ହନୁମାନଙ୍କ ମନ୍ତ୍ର ଜପ କରି କରଜ ମୁକ୍ତି ପାଇଁ ପ୍ରାର୍ଥନା କରନ୍ତୁ । ଚତୁର୍ଥ ଉପାୟଟି ହେଲା ଗୁରୁବାର ଦିନ ବିଷ୍ଣୁ, ଲକ୍ଷ୍ମୀ ମନ୍ଦିର କିମ୍ବା ରାଧା କୃଷ୍ଣ ମନ୍ଦିରରେ ଗୁରୁବାର ଦିନ ଗୋଟିଏ ଦୀପ ଜାଳି ପଦ୍ମ ଫୁଲ ପ୍ରଦାନ କରି ଲକ୍ଷ୍ମୀ ମନ୍ତ୍ର ଜପ କରି କରଜ ମୁକ୍ତି ପାଇଁ ପ୍ରାର୍ଥନା କରନ୍ତୁ ।

ପଞ୍ଚମ ଉପାୟଟି ହେଲା ଶନି ମନ୍ଦିରରେ ସବୁ ଶନିବାରରେ ଗୋଟିଏ ଦୀପରେ ରାଶି ତେଲ ଦେଇ କିଛି ଅରୁଆ ଚାଉଳ ଓ ଗୋଟିଏ ଲୁହା କଣ୍ଟା ଦେଇ ଦୀପ ଜ୍ୱାଳାନ୍ତୁ ଏବଂ ଭଜା ବୁଟ ଓ ଗୁଡ଼ ଭୋଗ ଲଗାନ୍ତୁ । ଏହା ସହ ଶନି ମନ୍ତ୍ର ଜପ କରନ୍ତୁ ଏବଂ କରଜରୁ ମୁକ୍ତି ପାଇବା ପାଇଁ ପ୍ରାର୍ଥନା କରନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣ ନିଶ୍ଚିତ ଭାବେ କରଜରୁ ମୁକ୍ତି ପାଇବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।