Vastu tips: ଜୀବନରେ ଯଦି ଖୁବ ଶୀଘ୍ର ଧନୀ ହେବାକୁ ଚାହୁଞ୍ଚନ୍ତି ତ ଘରୁ ତୁରନ୍ତ ହଟେଇ ଦିଅନ୍ତୁ ଏହି ସବୁ ଜିନିଷ, ସବୁ କାର୍ଯ୍ୟରେ ମିଳିବ ସଫଳତା

ଆମ ଘରେ ଅନେକ ଜିନିଷ ଏପରି ବହୁତ ଦିନରୁ ପଡି ରହିଥାଏ ଯେଉଁ ସବୁକୁ ଆମେ ଧ୍ୟାନ ଦେଇ ନ ଥାଉ । ଅନେକ ସମୟରେ ଭାଙ୍ଗି ଯାଇଥିବା ଜିନିଷକୁ ସେହିପରି ହିଁ ବ୍ୟବହାର କରୁ । କିନ୍ତୁ ବାସ୍ତୁ ଅନୁସାରେ ଅମିତି କିଛି ଜିନିଷ ରହିଛି ଯାହା ଆମେ ଘରେ ବିଲକୁଲ ମଧ୍ୟ ରଖିବା ଉଚିତ ନୁହେଁ । ବାସ୍ତୁ ଶାସ୍ତ୍ରରେ ସେହି ସବୁ ଜିନିଷ ଗୁଡିକୁ ଘରେ ପକେଇ ରଖିବାକୁ ବାରଣ କରାଯାଇଛି । ସେହି ସବୁ ବସ୍ତୁ ଘରେ ରଖିବା ଦ୍ଵାରା ଘରର ସୁଖ ସମୃଦ୍ଧିରେ ବାଧା ପ୍ରାପ୍ତ ହୋଇଥାଏ ।

ଆପଣ ମଧ୍ୟ ଯଦି ଘରେ ଏଭଳି କିଛି ଜିନିଷ ରଖିଛନ୍ତି ତେବେ ସେଗୁଡିକୁ ତୁରନ୍ତ ଘରୁ ବାହାର କରି ଦିଅନ୍ତୁ । ଦେଖିବେ ଆପଣଙ୍କ ଉନ୍ନତିକୁ କେହି ମଧ୍ୟ ରୋକୀ ପାରିବେ ନାହିଁ । ତେବେ ଚାଳନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ସବୁ ଜିନିଷ ଘରେ ରଖିବକୁ ବାରଣ କରାଯାଇଛି । ଆପଣଙ୍କ ଘରେ ଯଦି ଭାଙ୍ଗି ଯାଇଥିବା ଟେବୁଲ ଚେୟାର କିମ୍ବା ଫାଟି ଯାଇଥିବା ସୋଫା ପଡି ରହିଛି ତେବେ ତୁରନ୍ତ ସେଗୁଡିକୁ ଘରୁ ବାହାର କରି ଦିଅନ୍ତୁ ।

ଘରେ ଏହି ସବୁ ଭଙ୍ଗାରୁଜା ଜିନିଷ ରହିବା ଦ୍ଵାରା ଘରର ଉନ୍ନତିରେ ବାଧା ପ୍ରାପ୍ତ ହୋଇଥାଏ, ଘରେ ନକରାତ୍ମକତା ବଢିଥାଏ ଏବଂ ମାନସିକ ସମସ୍ଯା ମଧ୍ୟ ବଢିଥାଏ । ଭାଙ୍ଗି ଯାଇଥିବା ଆଇନା ଓ ଫଟୋ ଫ୍ରେମ, ଇଲେକ୍ଟ୍ରୋନିକ ଜିନିଷ, ଭାଙ୍ଗି ଯାଇଥିବା ବାସନକୁସନ ଓ ଚାହା କପ, ଚାଲୁ ନ ଥିବା ଘଡି, ପୂଜା ଦିନରେ ବ୍ୟବହୃତ ଦୀପ ଆଦି ଘରେ ବିଲକୁଲ ମଧ୍ୟ ରଖନ୍ତୁ ନାହିଁ ।

ସେହିପରି ଘରେ ଯୁଦ୍ଧ ସମୟର ଫଟୋ, ବୋହୁଥିବା ଝରଣାର ଫଟୋ, ତାଜମହଲ, ମହାଭାରତ ସମୟର ଫଟୋ, ବୁଡି ଯାଉଥିବା ନୌକା ଓ ଜାହାଜ, ବନ୍ୟ ପଶୁ, କଣ୍ଟକ ଜାତୀୟ ଗଛ ଏବଂ ନଟରାଜ ଆଦି ମଧ୍ୟ ଲଗାନ୍ତୁ ନାହି । ବାସ୍ତୁ ଅନୁସାରେ ଏହି ସବୁ ଫଟୋ ଘରେ ଲଗାଇବା ଦ୍ଵାରା ଘରର ସଦସ୍ୟଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ପିଲାଙ୍କ ଉପରେ ଏହାର ସବୁଠୁ ଅଧିକ ଖରାପ ପ୍ରଭାବ ପଡିଥାଏ । ଏହାଦ୍ବାରା ସେମାନେ ଅଧିକ ରାଗି ସ୍ଵଭାବର ହୋଇଯାନ୍ତି ।

ଘରେ ଶୁଖିଲା ଗଛ ରହିଲେ ମଧ୍ୟ ଏହା ଘରର ଉନ୍ନତିକୁ ପ୍ରଭାବିତ କରିଥାଏ । ସେଥିପାଇଁ ଘରେ ଥିବା ଗଛକୁ ଶୁଖିବାକୁ ଦିଅନ୍ତୁ ନାହିଁ । ନିୟମିତ ପାଣି ଦିଅନ୍ତୁ । ତୁଲସୀ ଗଛ ଯଦି ଅଛି ଘରେ ତେବେ ତାହାର ଭଲ ଭାବେ ଯତ୍ନ ନିଅନ୍ତୁ । ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳେ ଦୀପ ଲଗାନ୍ତୁ । ଯେକୌଣସି ଭଗବାନଙ୍କର ଫାଟି ଯାଇଥିବା ବା ଭାଙ୍ଗି ଯାଇଥିବା ଫଟୋ ଏବଂ ମୂର୍ତ୍ତି ମଧ୍ୟ ଘରେ ରଖନ୍ତୁ ନାହିଁ । ଏହାଦ୍ବାରା ଆର୍ଥିକ କ୍ଷତି ହୋଇଥାଏ । ସେଥିପାଇଁ ସେଗୁଡିକୁ ଘରେ ନ ରଖି ନଦୀରେ ପ୍ରବାହିତ କରି ଦିଅନ୍ତୁ ।

ଏହା ସହ କେବଳ ପୂଜା ଘରେ ହିଁ ଦେବିଦେବତାଙ୍କ ଫଟୋ ଲଗାନ୍ତୁ । ସେହିପରି ଆଗକୁ କାମରେ ଭାବି ଲୋକ ଅନେକ ପୁରୁଣା ଜିନିଷ ସବୁ ଘରେ ଭର୍ତ୍ତି କରି ରଖନ୍ତି । ଘରେ ଏହି ସବୁ ପୁରୁଣା ଜିନିଷ ରଖିବା ଦ୍ଵାରା ଟଙ୍କା ପଇସାର ଅଭାବ ଦେଖା ଦେଇଥାଏ । ସେହିପରି ପୁରୁଣା ବସ୍ତ୍ର ସବୁ ପୁଟୁଳି ବାନ୍ଧି ଘରେ ରଖନ୍ତୁ । ଏହା ଦାନ କରିଦେବ ହିଁ ଉଚିତ ହେବ । ଏହା ଦ୍ଵାରା ଘରର ଉନ୍ନତି ବାଧାପ୍ରାପ୍ତ ହୁଏ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ