Vastu Tips- ଘରର ମୁଖ୍ୟ ଦ୍ଵାରରେ ଯଦି ଏହି ୫ଟି ଜିନିଷରୁ କୌଣସି ଗୋଟିଏ ବି ଜିନିଷ ରଖିଛନ୍ତି ତ ମା ଲକ୍ଷ୍ମୀ କରନ୍ତି ନାହିଁ କେବେବି ସେ ଘରେ ପ୍ରବେଶ

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ବାସ୍ତୁ ଆମ ଜୀବନ ଉପରେ ବହୁତ ବଡ ପ୍ରଭାବ ପକାଇଥାଏ ଆମେ ଆମ ଜୀବନରେ କିଛି ଭଲ ବା ମନ୍ଦ କଲେ ଏହାର ପ୍ରଭାବ ଆମକୁ ସମ୍ଭାଳିବାକୁ ପଡେ କିନ୍ତୁ ଯଦି ଆପଣଙ୍କ ବାସ୍ତୁ ସଠିକ ରହିବ ତେବେ ଆପଣଙ୍କ ଘରେ ସକାରାତ୍ମକ ଊର୍ଜା ବାସ ହବ ଓ ଆପଣଙ୍କ ଜୀବନରେ କୌଣସି ପ୍ରକାର ଅସୁବିଧା ଆସିଲେ ମଧ୍ୟ ବହୁତ ଶୀଘ୍ର ଦୂର ହୋଇଥାଏ ।

ଦୁନିଆରେ ଏମିତି କୌଣସି ବ୍ୟକ୍ତି ନାହାନ୍ତି ଯିଏ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁ ନାହାନ୍ତି ଯଦି ଆପଣ ମଧ୍ୟ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏହି ୫ଟି କଥା ଧ୍ୟାନ ରଖି ଚଳିବାକୁ ହବ । ଆଜି ଆମେ ଆପପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଅନୁଯାଇ ଆପଣ ଏହା ଜାଣିବାକୁ ପାଇବେ ଯେ ଆପଣଙ୍କ ଘରେ ଏହି ସବୁ ଭୁଲ ପାଇଁ ହାନି ହୋଇଥାଏ ଓ ଆପଣ ମଧ୍ୟ ଏହାକୁ କରିବାକୁ ଚେଷ୍ଟା କରିବେ ନାହିଁ ।

୧. ଜୋତା ଚପଲ :

ପ୍ରାୟତଃ ଲୋକେ ନିଜ ଘର ମୁଖ୍ୟ ଦ୍ଵାରରେ ଜୋତା ଚପଲ ରଖନ୍ତି, ତେବେ ଏହା ଉଚିତ ନୁହ ତଥାପି ଯଦି ଆପଣ ଜୋତା ଚପଲ ରଖିବା ପ୍ପାଇନ ଅନ୍ୟ ସ୍ଥାନ ପାଉ ନାହାନ୍ତି ତେବେ ଆପଣଙ୍କୁ ଜୋତା ଚପଲ ସବୁବେଳେ ସାଇଜ କରି ରଖିବା ଉଚିତ ନଚେତ ଅସନା ରଖିବା ଦ୍ଵାରା ଆପଣଙ୍କ ଘରେ ନକାରାତ୍ମକ ଊର୍ଜା ପ୍ରବେଶ କରିଥାଏ ଓ ଆପଣଙ୍କ ଘର ଶାନ୍ତି ନଷ୍ଟ ହୋଇଥାଏ । ତେବେ ଯେବେ ବି ଜୋତା ଚପଲ ରଖନ୍ତୁ ସାଇଜ କରି ରଖନ୍ତୁ ଓ ଯିବା ଆସିବା ସ୍ଥାନ ଠାରୁ ଦୂରେଇ ରଖନ୍ତୁ ଯାହା ଦ୍ଵାରା କାହାକୁ ଯିବା ଆସିବାରେ ଅସୁବିଧା ହବ ନାହିଁ ।

୨. ଚିତା :

ପ୍ରବେଶ ଦ୍ଵାର ଯେତେ ସ୍ଵଛ ରହିବ ଆପଣଙ୍କ ପାଇଁ ସେତେ ଲାଭକାରୀ ଅଟେ, ପ୍ପ୍ରତିଦିନ ପ୍ପ୍ରାବେଶ ଦ୍ଵାରରେ ଚିତା ପକାନ୍ତୁ, ରଙ୍ଗୋଲି କରନ୍ତୁ ଓ ସ୍ନାନ ଇତ୍ୟାଦି ସମାପ୍ତ କରି ପୂଜା କରିବା ସମୟରେ ପ୍ରବେଶ ଦ୍ଵାରରେ ଗଙ୍ଗା ଜଳ ପକାନ୍ତୁ ଏହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଘରେ ଆକର୍ଷିତ ହୋଇଥାନ୍ତି ।

ତେବେ ପ୍ରେବେଶ ଦ୍ଵାର ଏମିତି ଗୋଟେ ଜାଗା ଯେଉଁଠି ଯିବା ଆସିବା ସମସ୍ତଙ୍କ ନଜର ପଡିଥାଏ ତେବେ ସଫା ସୁତୁରା ରହିଲେ ଆପଣଙ୍କ ଘରେ କେହି ଆସିବା ପସନ୍ଦ କରିବ ନଚେତ ଆପଣାଙ୍କ ବିଷୟରେ ଭୁଲ ଧାରଣା ମନରେ ନେଇ ଅତିଥି ଯିବେ ।

୩. ପ୍ରକାଶ :

ଆପପନ ମାନେ ଏହା ଜାଣି ଆଶ୍ଚର୍ଯ୍ୟ ହୋଇବେ କିନ୍ତୁ ପ୍ରବେଶ ଦ୍ଵାର କେବେ ଅନ୍ଧାରରେ ରହିବା ଉଚିତ ନୁହ ନଚେତ ମାତା ଲକ୍ଷ୍ମୀଙ୍କ ଜାଗାରେ ଦରିଦ୍ରତା ଆପଣାଙ୍କ ଘରେ ପ୍ରବେଶ କରିଥାଏ । ସେଥିପାଇଁ ଛୋଟ ହେଉ ବା ବଡ ଗୋଟେ ଲାଇଟ ପ୍ପ୍ରାବେଶ ଦ୍ଵାରରେ ନିହାତି ଆବଶ୍ୟକ ଅଟେ । ପ୍ରବେଶ ଦ୍ଵାର ପ୍ରକାଶରେ ରହିଲେ ଆପଣଙ୍କ ଘରେ ସକାରାତ୍ମକ ଊର୍ଜା ପ୍ରବେଶ କରିଥାଏ ଓ ଏହା ସହ ମାତା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଘର ଉପରେ କୃପା କରିଥାନ୍ତି ।

୪. ମାତା ଲକ୍ଷ୍ମୀଙ୍କ ଚରଣ ପାଦୁକା :

ଯଦି ଆପଣ ମଧ୍ୟ ଏହା ମାନନ୍ତି ଯେ ମାତା ଲକ୍ଷ୍ମୀଙ୍କ ଚରଣ ପାଦୁକା ମୁଖ୍ୟ ଦ୍ଵାରରେ ଲଗାଇଲେ ଘରେ ସୁଖ ସମୃଦ୍ଧି ଆସିଥାଏ ତେବେ ଏହା ଉଚିତ ଅଟେ କିନ୍ତୁ ଗୋଟେ କଥା ଧ୍ୟାନ ରଖିବା ଉଚିତ ମାତାଙ୍କ ଚରଣ ପାଦୁକା ଘର ଭିତରୁକୁ ଆସିବା ସ୍ଥିତିରେ ଲଗାନ୍ତୁ ଘର ବାହାରକୁ ଯିବା ପୋଜିସନରେ ନୁହ । ଏହା ଛଡା ଭୁଲରେ ବି ମାତାଙ୍କ ଚରଣ ପାଦୁକା ଏମିତି ଜାଗାରେ ଲଗାନ୍ତୁ ନାହିଁ ଯେଉଁ ଜାଗାରେ ଲୋକଙ୍କ ପାଦ ବାଜୀବ ।

୫. ଗଛ :

ବହୁତ ଲୋକ ନିଜ ମୁଖ୍ୟ ଦ୍ଵାର ପାଖରେ ଗଛ ଲଗାନ୍ତି ଯାହା ଦ୍ଵାରା ଏହା ସୁନ୍ଦର ଦେଖା ଯାଇଥାଏ କିନ୍ତୁ ଧ୍ୟାନ ରଖନ୍ତୁ କଣ୍ଟା ବା କ୍ଷୀର ଗଛ କେବେ ମୁଖ୍ୟ ଦ୍ଵାର ପ୍ପାଖରେ ଲଗାନ୍ତୁ ନାହିଁ ନଚେତ ମାତା ଲକ୍ଷ୍ମୀ କେବେ ପ୍ରବେଶ କରିବେ ନାହିଁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।