Vastu Tips- ଆଇନା ଘରର କେଉଁଠି ରହିଲେ ବନେଇଦିଏ ଧନୀ

ଆପଣମାନଙ୍କ ସମସ୍ତଙ୍କ ଘରେ ଆଇନା ନିଶ୍ଚିତ ଭାବରେ ଥିବ । କହିବାକୁ ଗଲେ ଆଇନା ଘରର ସୁସଜିତ କରିଥାଏ । ଆଇନାକୁ ଦେଖି ସମସ୍ତେ ସଜବାଜ ହୋଇଥାନ୍ତି ।  କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ଆଇନାର ଭୁଲ ବ୍ୟବହାର ଦ୍ୱାରା ଆପଣଙ୍କ ଉପରେ ବହୁତ ଖରାପ ପ୍ରଭାବ ବି ପଡିପାରେ । ଯାହା ଦ୍ଵାରା କି ଆପଣ କାଙ୍ଗାଳ ପରିସ୍ଥିତିକୁ ବି ଚାଲି ଆସି ପାରନ୍ତି । ତେବେ ଆସନ୍ତୁ ଜାଣିବା ସେହି ଭୁଲ ଗୁଡିକ କଣ ଓ ତାକୁ ସୁଧାରି ନେବା ନଚେତ ସମସ୍ୟା ପିଛା ଛାଡି ନ ଥାଏ ।

୧ – ବାସ୍ତୁ ଶାସ୍ତ୍ର ଅନୁସାରେ ଆଇନା ସାମ୍ନାରେ ବହୁତ ସମୟ ପର୍ଯ୍ୟନ୍ତ ନିଜକୁ ଦେଖିବା ଦ୍ୱାରା ନିଜ ଉପରେ ନକରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ ଓ ଆପଣ ଦୁଃଖ ଦୁର୍ଦଶାରେ ଫସି ଯାଆନ୍ତି ।

୨ – ଆଇନାକୁ ରାତିରେ ଏକାନ୍ତରେ ଦେଖିବା ଅନୁଚିତ କାରଣ ରାତିରେ ଆଇନାର ନକରାତ୍ମକ ଉର୍ଜା ଭରି ରହିଥାଏ । ଏହା ଦ୍ୱାରା ଆପଣଙ୍କ ମଧ୍ୟରେ ନକରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ । ଏଥିପାଇଁ ରାତିରେ ଆଇନା ଆଗରେ ନିଜ ଚେହେରା ଦେଖିବା ଉଚିତ ନୁହେଁ ।

୩ – ବାସ୍ତୁ ଶାସ୍ତ୍ର ଅନୁସାରେ ଆଇନା ସୌନ୍ଦର୍ଯ୍ୟ ସଜାଡ଼ିବା ସହ ଭାଗ୍ୟ ମଧ୍ୟ ତିଆରି କରିଥାଏ । କାହିଁକି ନା ଆଇନା ସମ୍ବନ୍ଧରେ କିଛି ଭୁଲ ହୋଇଗଲେ ସ୍ୱାସ୍ଥ୍ୟ, ଧନ ଓ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ ।

୪ – ଶୋଇବା ଘର ଆଇନା ରଖନ୍ତୁ ନାହିଁ । ଯଦି ଶୋଇବା ଘରେ ଆଇନା ରଖିଛନ୍ତି ତେବେ ଏହାକୁ ଏମିତି ଜାଗାରେ ରଖନ୍ତୁ ଯେମିତି କି ସକାଳୁ ଉଠି ଆଇନାର ଆପଣଙ୍କ ମୁହଁ ନ ଦେଖାଯାଏ । କିମ୍ବା ଆଇନାର ଆପଣଙ୍କ ବିଛଣା ଦେଖା ନ ଯାଏ । ଏହା ଦ୍ୱାରା ଆପଣ ବହୁତ ସମସ୍ୟାରେ ପଡ଼ିଥାନ୍ତି । ଏଥିପାଇଁ ରାତିରେ ଶୋଇବା ଘର ଥିବା ଆଇନା ଉପରେ ଏକ କପଡା ଘୋଡାଇ ଦିଅନ୍ତୁ ଯାହା ଫଳରେ କି ଏହାର କୁପ୍ରଭାବ ଆପଣଙ୍କ ଉପରେ ପଡିବ ନାହିଁ ।

୫ – ଆପଣ ଭୁଲରେ ବି ଘରେ ଭଙ୍ଗା ଓ ଖରାପ ଆଇନା ରଖନ୍ତୁ ନାହିଁ । ନଚେତ ଆପଣ ବହୁତ କ୍ଷତିରେ ପଡ଼ିଥାନ୍ତି । ଭଙ୍ଗା ଆଇନା ରଖିବା ଦ୍ୱାରା ଦୁର୍ଘଟଣାର ସାମ୍ନା ହେବାକୁ ପଡିଥାଏ । ଏଥିପାଇଁ ଘରେ ଭଙ୍ଗା ଆଇନା ରଖନ୍ତୁ ନାହିଁ ।

୬ – ଆପଣ ଯଦି ଖୁସିରେ ରହିବା ପାଇଁ ଚାହୁଁଛନ୍ତି ତେବେ ସକାଳ ସମୟରେ ଆଇନାକୁ ଦେଖନ୍ତୁ ନାହିଁ । ଭଗବାନଙ୍କ ନାମ ନେଇ ସକାଳ ଆରମ୍ଭ କରନ୍ତୁ ଏହା ଦ୍ୱାରା ଆପଣଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଆଇନାକୁ ପୂର୍ବ ଦିଗ, ଉତ୍ତର ଦିଗ ଓ ଉତ୍ତର ପୂର୍ବ କୋଣରେ ରଖିବା ଶୁଭ ହୋଇଥାଏ ।

୭ – ବାସ୍ତୁ ଅନୁସାରେ ଗୋଲାକାର ଆଇନା ଅଶୁଭ ହୋଇଥାଏ । ସେଥିପାଇଁ ବର୍ଗକାର କିମ୍ବା ଆୟତାକାର ଆଇନା ରଖିବା ଶୁଭ ହୋଇଥାଏ । ଦକ୍ଷିଣ ପଶ୍ଚିମ ଦିଗରେ ଆଇନା ରଖିବା ଉଚିତ ନୁହେଁ । ଆପଣଙ୍କ ଘରର ଦକ୍ଷିଣ ପଶ୍ଚିମ ଦିଗରେ ଶୌଚାଳୟ ଥିଲେ ଏଥିରେ ଏକ ବର୍ଗକାର ଆଇନା ଲଗାନ୍ତୁ । ଏହା ଦ୍ୱାରା ନକରାତ୍ମକ ପ୍ରଭାବ କମ ହୋଇଥାଏ । ଆଇନାକୁ ସବୁବେଳେ ପରିଷ୍କାର ରଖିବାକୁ ଚେଷ୍ଟା କରନ୍ତୁ ଏହା ଦ୍ଵାରା ବହୁତ ଶୁଭ ହୋଇଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।