Vastu Tips- 7 ଟି ଗଛ ଯାହାକି ଘର ପାଇଁ ହେଇଥାଏ ଅତ୍ୟନ୍ତ ଶୁଭ, କେବେବି ଆସିନଥାଏ ଅସୁବିଧା, ସବୁବେଳେ ରହିଥାଏ ମା ଲକ୍ଷ୍ମୀଙ୍କ କୃପା

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ କେଉଁ କେଉଁ ଗଛ ଘରେ ଲଗାଇବା ଦରକାର ଯାହା ବହୁତ ଶୁଭ ଅଟେ ଘର ପାଇଁ । କିଛି ଗଛର ନାଁ କହିବୁ ଯାହାକି ଆପଣଙ୍କୁ ଲଗାଇବା ଦରକାର । ୧- ସର୍ବପ୍ରଥମେ ଯାହାର ନାଁ ଆସେ ସେ ହେଉଛି ତୁଳସୀ । ଆପଣମାନେ ଜାଣିଥିବେ ତୁଳସୀ ଗଛ ପ୍ରତ୍ୟେକ ଦିନ ପୂଜାର୍ଚ୍ଚନା ରେ ଲାଗିଥାଏ ଏବଂ ଏ‌ହାର ବହୁତ ଔଷଧୀୟ ଗୁଣ ମଧ୍ୟ ଅଛି । ଜଦି ଆପଣ ଗଛ ଲଗେଇବାକୁ ଚାହୁଁଛନ୍ତି ତେବେ ଏହା ହେଉଛି ବହୁତ ଶୁଭ ଗଛ । କମ୍ ଜାଗାରେ ଏହା ବଢ଼ିଥାଏ ଏବଂ ଅଧିକ ସୂର୍ଯ୍ୟ ଆଲୋକ ମିଳିଲେ ତେବେ ଏହା ବହୁତ ଭଲ ବଢ଼ିଥାଏ । ଏହାର ପତ୍ର ଆୟୁର୍ବେଦରେ ଅଧିକ ବ୍ୟବହାର ହୁଏ ଆଉ ବୀଜ ବି ।


୨-ମନି ପ୍ଲାଣ୍ଟ ଗଛ ସମସ୍ତେ ଜାଣିଥିବେ ଏହା ସବୁଜ ଏବଂ ସୁନ୍ଦର ହୋଇଥାଏ । ଘର ବାହାରେ କିମ୍ବା ଭିତରେ ରଖନ୍ତୁ । ଏହାର ଅଧିକ ଖରାପ, ଖତ କିମ୍ବା ପାଣିର ଆବଶ୍ୟକ ହୋଇନଥାଏ । ଛୋଟ ଛୋଟ କରି କାଟିବାକୁ ହେଲେ ମଧ୍ୟ ବହୁତ ସରଳ ଉପାୟରେ କଟା ଯାଇ ପାରିବ । ବହୁତ ଛୋଟ ଛୋଟ ଜାଗାରେ ଏହି ଗଛ ସଜାଇ ହୋଇ ଥାଏ ।


୩- ପାନ ଏହି ଗଛ ବହୁତ ଶୁଭ ମାନନ୍ତି । ଏହି ଗଛକୁ ଆପଣ ଛୋଟ ପାତ୍ରରେ ଲଗାଇ ପାରିବେ । ଏହି ଗଛର ପତ୍ରରେ ବହୁତ ଔଷଧୀୟ ଗୁଣ ଅଛି ଏବଂ ଏହାର ରସ ଅତି ସହଜରେ ଖାଦ୍ୟକୁ ହଜମ କରାଇ ଥାଏ । ଖାଲି ସେତିକି ନୁହେଁ ଏହା ପୂଜରେ ମଧ୍ୟ ବ୍ୟବହାର କରାଯାଇଥାଏ । ଏହାର ଲଟା ଅଧିକ ଲମ୍ବା ହୋଇଥାଏ ତେଣୁ ଏହାକୁ ସାହାରାର ଆବଶ୍ୟକ ପଡିଥାଏ । ପାନ ଗଛ ବହୁତ ଲାଭ ଦାୟକ ଅଟେ ଶାରୀରିକ ଏବଂ ଆର୍ଥିକ ପରିସ୍ଥିତି ପାଇଁ ।

୩-ସିଙ୍ଗଡାହାର ଏହି ଫୁଲର ବାସ୍ନା ଯେତେଦୂର ଯାଏ ସେପର୍ଯ୍ୟନ୍ତ ଏହାର ବାତାବରଣ ସୁଦ୍ଧ ହୋଇଯାଏ । ଏହି ଗଛ ସାଧାରଣ ଯେକୌଣସି ମାଟିରେ ହୋଇଥାଏ । ଏହାର ବହୁତ ଔଷଧୀୟ ଗୁଣ ଅଛି । ଆୟୁର୍ବେଦ ରେ ବହୁ ମାତ୍ରାରେ ବ୍ୟବହାର ହୋଇଥାଏ । ଏହି ଗଛ ବହୁତ ଶୁଭ ହୋଇ ଥାଏ ।

୪-କଦଳୀ ଗଛ ଯାହା ବହୁତ ଶୁଭ ମାନନ୍ତି ଜଦି ଘରେ ଆପଣ ଏହାକୁ ଲଗାନ୍ତି ଏବଂ ଗେଟ୍ ରେ ଲଗାନ୍ତି । ଏହାକୁ ଶୁଭ କାର୍ଯ୍ୟରେ ଏବଂ ପୂଜାର୍ଚ୍ଚନା ରେ ମଧ୍ୟ ବ୍ୟବହାର କରାଯାଇଥାଏ । କଦଳୀ ଗଛ ଯେକୌଣସି ମାଟିରେ ହୋଇଥାଏ । ଏହି ଗଛକୁ ଅଧିକ ସୂର୍ଯ୍ୟ ଆଲୋକ ମିଳିଲେ ଏହା ବହୁତ ଜଲ୍ଦୀ ବଢ଼ିଥାଏ ।
୫- ହଳଦୀ ଗଛ ଏହାର ଔଷଧୀୟ ଗୁଣ ବହୁ ମାତ୍ରାରେ ଥିବାରୁ ଆୟୁର୍ବେଦ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ବ୍ୟବହାର ହୋଇଥାଏ । ଏହ ଗଛ ଲଗାଇବା ଦ୍ବାରା ପବନକୁ ସ୍ଵଚ୍ଛ କରିଥାଏ ଏବଂ ଜୀବାଣୁ ମୁକ୍ତ ମଧ୍ୟ । ଏହି ଗଛରେ ବହୁତ ଭଲ ଫୁଲ ହୋଇ ଥାଏ ଏବଂ ସବୁଜ ପରିବେଶ ହୋଇ ଥାଏ ଯାହା ବହୁତ ସୁନ୍ଦର ଦେଖା ଯାଏ । ଏହି ଗଛ ବାଲି ମାଟିରେ ଭଲ ହୋଇ ଥାଏ ଏଥିରୁ ହଳଦୀ ଉତ୍ପନ୍ନ କରି ଲାଭଦାୟକ ହୋଇପାରିବେ । ଏହି ଗଛ ବହୁତ ଶୁଭ ହୋଇ ଥାଏ ।

୬-ଅପରାଜିତା ଏହାର ଫୁଲ ନୀଳ ଏବଂ ଧଳା ରଙ୍ଗର ହୋଇଥାଏ । ବୀଜରୁ ଏହା ଭଲ ବଢ଼ିଥାଏ ଏବଂ ମଝିରୁ ଖଣ୍ଡେ କାଟିଲେ ମଧ୍ୟ । ହେଲେ ବୀଜରୁ ଏହା ଅଧିକ ଭଲ ବଢ଼ିଥାଏ । ଶୀତ ଋତୁରେ ଫୁଲ ଫୁଟେ ନାହିଁ ଅନ୍ୟ ଋତୁରେ ଫୁଲ ଫୁଟେ । ମଟର ଭଳି ଏହାର ବୀଜ ହୋଇ ଥାଏ । ସୂର୍ଯ୍ୟ ଆଲୋକରେ ଭଲ ଫୁଲ ହୋଇ ଥାଏ । ପୂଜା ପାଠରେ ବ୍ୟବହୃତ ହୁଏ ଏବଂ ବହୁତ ଶୁଭ ବୋଲି ମାନନ୍ତି । ତେବେ ଆପଣ ଏହାକୁ ନିଶ୍ଚୟ ଲଗାନ୍ତୁ ।

ଆହୁରି ଅନେକ ପ୍ରକାରର ଗଛ ଅଛି ଯାହା ଆପଣଙ୍କ ପାଇଁ ଶୁଭ ଅଟେ । ଯେଉଁ ଗଛ ବିଷୟରେ ଆମେ ଆପଣଙ୍କୁ କହିଲୁ ଯାହା ବହୁତ ଦରକାର ଏବଂ ଶୁଭ ଅଟେ । ଏଥିରେ ଏମିତି କିଛି ଗଛ ଅଛି ଯାହା ଆପଣ ସହଜରେ ଘରେ କିମ୍ବା ବାଲକୋନୀରେ ଲଗାଇ ପାରିବେ । ଏଥିରୁ ଏମିତି କିଛି ଗଛ ଅଛି ଯାହା ଔଷଧୀୟ ଏବଂ ଲାଭଦାୟକ ଏବଂ ବାତାବରଣକୁ ସୁସ୍ଥ ରଖେ ଏବଂ ଜୀବାଣୁ ମୁକ୍ତ । ଏହି ଗଛ ଗୁଡ଼ିକ ଯାହା ଆପଣଙ୍କ ପାଇଁ ଶୁଭ ଅଟେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।