Jyotisha Shastra- ଏମିତି ପୋଷାକ ପିନ୍ଧୁଥିବା ଲୋକ ସାରା ଜୀବନ ରହିଥାନ୍ତି ଗରିବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରଙ୍ଗର ବସ୍ତ୍ର ବ୍ୟବହାର କଲେ ଦରିଦ୍ରତାର ସାମ୍ନା କରିବାକୁ ପଡ଼ିଥାଏ । ସମସ୍ତ ମଣିଷ ପିନ୍ଧିବାର ଢ଼ଙ୍ଗ, କଥା ହେବାର ଶୈଳୀ, ଚାଲି ଚଳନୀ ଏବଂ ନିଜ ବ୍ୟକ୍ତିତ୍ଵ ଇତ୍ୟାଦି କାରଣ ପାଇଁ ଜଣା ଯାଏ । ସମସ୍ତ ଲୋକେ ଅଲଗା ଅଲଗା ପ୍ରକାରର ବସ୍ତ୍ର ପିନ୍ଧନ୍ତି ଏବଂ ନିଜ ଚରିତ୍ର ଓ ବ୍ୟବହାରର ନିର୍ମାଣ ନିଜେ କରିଥାନ୍ତି ।

ଆଜି ଆମେ ଏହି ବିଷୟରେ କହିବୁ କି ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେଉଁ କପଡା ଆପଣଙ୍କ ଭାଗ୍ୟ ସ୍ଥିର କରେ । କପଡା ସମସ୍ତେ ପିନ୍ଧନ୍ତି ହେଲେ ସବୁ କପଡା ସମସ୍ତଙ୍କ ପାଇଁ ଠିକ୍ ହୋଇ ନଥାଏ । କାହିଁକି ନା କପଡା ସହିତ ବ୍ୟକ୍ତିର ଭାଗ୍ୟ ଯୋଡ଼ି ହୋଇ ଥାଏ । ଶୁଭ ଅଶୁଭ ସବୁ ପ୍ରକାର କଥା ବ୍ୟକ୍ତିର କପଡା ଉପରେ ନିର୍ଭର କରେ । ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେଉଁ ବସ୍ତ୍ରର କି ପ୍ରଭାବ ବ୍ୟକ୍ତିର ଜୀବନରେ ପଡ଼ିଥାଏ ।

୧-ସର୍ବ ପ୍ରଥମେ ବ୍ୟକ୍ତି ଜଣଙ୍କ ଫଟା କପଡା କେବେବି ପିନ୍ଧିବା କଥା ନୁହେଁ । ବହୁତ ଲୋକ ପୁରୁଣା କପଡା ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ । ତେବେ କିଛି ଲୋକ କପଡା ଫାଟିଗଲେ ବି ଫୋପାଡନ୍ତି ନାହିଁ । ଆଉ ଏମିତି କରିକି ନିଜର ହିଁ କ୍ଷତି କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଦି ବ୍ୟକ୍ତି ଫଟା କପଡା ପିନ୍ଧନ୍ତି ତାହେଲେ ତାଙ୍କ ଶରୀରି ଅସୁସ୍ଥ ହୋଇ ଯାଇଥାଏ । ବିଭିନ୍ନ ପ୍ରକାରର ରୋଗରୁ ରକ୍ଷା ପାଇବା ପାଇଁ ଫଟା କପଡା ନ ପିନ୍ଧିବାକୁ କୁହାଯାଇଛି ।

୨-ଗାଧୋଇବା ପରେ କେବେ ନୂଆ ବସ୍ତ୍ର ପିନ୍ଧନ୍ତୁ ନାହିଁ । ଜ୍ୟୋତିଷ ଶାସ୍ତ୍ର କୁହେ ସେହି ଲୋକ ନୂଆ ବସ୍ତ୍ର ପିନ୍ଧନ୍ତି ଯିଏ ଅନ୍ତିମ ସଂସ୍କାର କ୍ରିୟାପରେ ପୁରୁଣା ବସ୍ତ୍ରକୁ କାଢି ନୂଆ ବସ୍ତ୍ର ପିନ୍ଧନ୍ତି । ସେଥିପାଇଁ ଗାଧୋଇବା ପରେ କେବେ ନୂଆ ବସ୍ତ୍ର ପିନ୍ଧିବା କଥା ନୁହେଁ । ଆପଣ କପଡାକୁ ଶୁଖାଇ କରି ପିନ୍ଧି ପାରିବେ ।

୩- କଳା ରଙ୍ଗର କପଡା ପିନ୍ଧନ୍ତୁ ନାହିଁ । ଏହି ରଙ୍ଗରେ ଖରାପ୍ ଶକ୍ତିର ପ୍ରଭାବ ପଡିଥାଏ । ଜଦି ଆପଣଙ୍କର ଶନି ଦଶା ଥାଏ ତେବେ ଶନିବାର ଦିନ ପିନ୍ଧନ୍ତୁ । ଅନ୍ୟଥା ଶନିବାର ଦିନ ବି ପିନ୍ଧନ୍ତୁ ନାହିଁ । ଯାହାକୁ ଆପଣ ଭଲ ପାଉଛନ୍ତି ତାଙ୍କୁ ମଧ୍ୟ କଳା ରଙ୍ଗର ବସ୍ତ୍ର ଉପହାର ଦିଅନ୍ତୁ ନାହିଁ ।

୪- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅନ୍ୟ ମାନଙ୍କର କପଡା ପିନ୍ଧନ୍ତୁ ନାହିଁ । ସେହି ବସ୍ତ୍ର ନୂଆ ହେଉ କି ପୁରୁଣା ତଥାପି ବ୍ୟକ୍ତିଙ୍କୁ ଏହା ପ୍ରୟାସ କରିବାକୁ ପଡ଼ିବ ଯେ ସେ ତାଙ୍କ ନିଜ ବସ୍ତ୍ର ପିନ୍ଧନ୍ତୁ । ଏହା ପଛର କାରଣ ଅନ୍ୟ ଲୋକର ଭାଗ୍ୟ, ଦୋଷ, ଗୁଣ ଏବଂ ଆପଣଙ୍କ ଭାଗ୍ୟ, ଦୋଷ, ଗୁଣ ଠାରୁ ଭିନ୍ନ ଅଟେ । ଅନ୍ୟ ବ୍ୟକ୍ତିଙ୍କ ଚିନ୍ତାଧାରା ତୁମ ଚିନ୍ତାଧାରା ଅଲଗା । ହୋଇପାରେ ସେମାନଙ୍କର ଖରାପ ଗୁଣ ତାଙ୍କ କପଡା ବାରମ୍ବାର ବ୍ୟବହାର କଲେ ଆସି ଯାଇ ପାରେ ।

୫- ଜଳା ହୋଇ ଥିବା କପଡାରୁ ବଞ୍ଚନ୍ତୁ । ଯଦି ଆପଣଙ୍କ କପଡା ଜଳି ଯାଇଛି ଆଉ ଆପଣ ତାକୁ କୈାଣସି କାରଣ ପାଇଁ ପିନ୍ଧୁଛନ୍ତି ତେବେ ଜାଣି ରଖନ୍ତୁ ଏମିତି କରିବା ଦ୍ବାରା ରାହୁର ଅଶୁଭ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିପାରେ । ସେଥିପାଇଁ ଜଳା ହୋଇ ଥିବା କପଡାରୁ ବଞ୍ଚନ୍ତୁ ।

୬- ପୁରୁଣା ବସ୍ତ୍ରକୁ ଦାନ କରନ୍ତୁ । ଯଦି ଆପଣଙ୍କର ଶନି ଦଶା ଚାଲିଥାଏ ତାହେଲେ ଗରିବ ଲୋକଙ୍କୁ କପଡା ଦାନ କରି ଦିଅନ୍ତୁ । ଏପରି କଲେ ଶନି ଦଶା କମିଯାଏ ।

୭-ସଫା କପଡା ପିନ୍ଧନ୍ତୁ । ସଫା କପଡା ସ୍ବଚ୍ଛ ବିଚାର ଉତ୍ପନ୍ନ କରେ । ଜ୍ୟୋତିଷଙ୍କ ଅନୁଯାୟୀ ଅପରିଷ୍କାର ବସ୍ତ୍ର ପିନ୍ଧିବା ଦ୍ବାରା ଆପଣ ଗରିବ ହୋଇପାରନ୍ତି । ମା ଲକ୍ଷ୍ମୀ ତାଙ୍କ ଉପରେ ରାଗିଯାଇ ଥାନ୍ତି । ସେଥିପାଇଁ କେବେବି ଅପରିଷ୍କାର ବସ୍ତ୍ର ପିନ୍ଧିବା କଥା ନୁହେଁ ।

୮-ଗୋଲାପୀ ଅଥବା ଲାଲ୍ ରଙ୍ଗର କପଡା ପିନ୍ଧନ୍ତୁ । ଯଦି ଆପଣଙ୍କର କଥା କଥାରେ ରାଗ ଆସୁଥାଏ ଆଉ ଆପଣଙ୍କ ରାଗକୁ ଚାହିଁକି ବି ରୋକି ପାରୁନାହାଁନ୍ତି, ଯେଉଁ କାରଣ ପାଇଁ ଲୋକମାନେ ଦୂରେଇ ଯାଉଛନ୍ତି ତେବେ ଆପଣ ଗୋଲାପି ଅଥବା ଲାଲ୍ ରଙ୍ଗର କପଡା ପିନ୍ଧନ୍ତୁ । ଏହି ରଙ୍ଗର କପଡା ପିନ୍ଧିବା ଦ୍ବାରା ଆପଣଙ୍କ ଠାରୁ ନାକାରାତ୍ମକ ଚିନ୍ତାଧାରା ଦୁରେଇ ଯାଏ ଏବଂ ସାକାରାତ୍ମକ ଚିନ୍ତାଧାରା ଉତ୍ପନ୍ନ କରେ ।

୯- ବିଦ୍ୟାର୍ଥୀ ମାନେ ନୀଳ ରଙ୍ଗର ବସ୍ତ୍ର ପିନ୍ଧିବା ଦରକାର । ନୀଳ ରଙ୍ଗ ବୁଦ୍ଧଙ୍କ ରଙ୍ଗ ହୋଇଥାଏ । ବୁଦ୍ଧରୁ ବିଦ୍ୟା, ବୁଦ୍ଧି, ଓ ପ୍ରସିଦ୍ଧି ଲାଭ ହୁଏ । ଯଦି ଆପଣ ବିଦ୍ୟାର୍ଥୀ ଅଟନ୍ତି ତେବେ ନୀଳ ବସ୍ତ୍ରର ପିନ୍ଧନ୍ତୁ । ନିଜ ବିଦ୍ୟାରେ ମନ ଲଗାଇବାକୁ ସକ୍ଷମ ହେବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣ ଏହି ନିୟମ ପାଳନ କରୁଛନ୍ତି ତେବେ ଭବିଷ୍ୟତରେ ଆପଣ ସଂକଟ ମୁକ୍ତ ହୋଇ ପାରନ୍ତି । ଏବଂ ଆପଣଙ୍କ ଜୀବନରେ ଉନ୍ନତି ମଧ୍ୟ କରିପାରିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।