Vastu Shastra- ଘରର ମୁଖ୍ୟ ଦ୍ଵାରରେ ବନେଇଦିଅନ୍ତୁ ଏହି ଚିହ୍ନ, ମା ଲକ୍ଷ୍ମୀଙ୍କ ବର୍ଷିବ କୃପା, କିନ୍ତୁ ଏହି ଭୁଲ କେବେବି କରିବେ ନାହିଁ

ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ରରେ କୁହାଯାଇଥିବା ମୁଖ୍ୟ ଦ୍ଵାର ସହିତ ଜଡ଼ିତ କିଛି ଏମିତି ନିୟମ ଯାହା ଆପଣଙ୍କ ଜାଣିବା ନିହାତି ଆବଶ୍ୟକ । କେତେଥର ଆମେ ଘରର ମୁଖ୍ୟ ଦ୍ଵାରରେ ଏମିତି କିଛି ଲେଖିଥାଉ ବା କିଛି ଏମିତି ଚିତ୍ର ଲାଗିଥାଉ ଯାହା ଆମ ପାଇଁ ଅଶୁଭ ହୋଇଥାଏ ଏବଂ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ । ଏହା ଦ୍ଵାରା ଘରେ ନକାରାତ୍ମକ ଉର୍ଯା ସୃଷ୍ଟି ହୋଇଥାଏ । ଯଦି ଆପଣ ଠିକ ଭାବରେ ବାସ୍ତୁ ତ ନିୟମର ପାଳନ କରୁଛନ୍ତି ତେବେ ଆପଣ ନିଜ ଘରର ସମୃଦ୍ଧି ବଢ଼ାଇପରିବେ ।

ଘରର ମୁଖ୍ୟ ଦ୍ଵାରା ସବୁ ପ୍ରକାରର ଉର୍ଜାର ପ୍ରବେଶ ଦ୍ଵାର ହୋଇଥାଏ ସେଥିପାଇଁ ଏହାର ଖାସ ଧ୍ୟାନ ଦେଖିବାର ଆବଶ୍ୟକ ହୋଇଥାଏ । ଆମକୁ ଏହାର ପ୍ରୟାସ କରିବ ଉଚିତ କି ସବୁବେଳେ ଏହି ଦ୍ଵାର ରୁ ଘରକୁ ସକାରାତ୍ମକ ଉର୍ଜା ପ୍ରବେଶ କରିବା ଉଚିତ ଏବଂ ନକାରାତ୍ମକ ଉର୍ଜା ଦୂରେଇ ଯାଉ । ଏଥିପାଇଁ ବାସ୍ତୁ ନିୟମ ଜାଣିବା ଆବଶ୍ୟକ । ଆଜି ଆମେ ଆପଣଙ୍କୁ ଏମିତି କିଛି ନିୟମ ବିଷୟରେ କହିବୁ ଯାହା ଦ୍ଵାରା ଆପଣଙ୍କ ଘରେ ସକରାତ୍ମକ ଉର୍ଜା ଭରିଯିବ । ତେବେ ଚାଲନ୍ତୁ ଜାଣିବା ।

୧:- ଘରେ ଥିବା ସବୁ ଦ୍ଵାରା ବା କବାଟ ର ସଂଖ୍ୟା କେବେ ମଧ୍ୟ ବିଷମ ସଂଖ୍ୟାରେ ହେବା ଉଚିତ ନୁହେଁ କବାଟ ସବୁବେଳେ ସମ ସଂଖ୍ୟାରେ ହେବା ଉଚିତ । ଅର୍ଥାତ ଘରର କବାଟ ସବୁବେଳେ ୨, ୪, ୬, ୮ ସଂଖ୍ୟାର କବାଟ ହେବା ଉଚିତ ନହେଲେ ଘରେ ଅଶାନ୍ତି ଦେଖା ଦେଇଥାଏ । ବିଷମ ସଂଖ୍ୟାରେ କବାଟ ଥିଲେ ଘରେ ବାସ୍ତୁ ଦୋଷ ଦେଖାଦେଇଥାଏ । ଏହା ଦ୍ଵାରା ଘରେ ସବୁବେଳେ କଳହ ସୃଷ୍ଟି ହୋଇଥାଏ ।

୨:- ଘରର ମୁଖ୍ୟ ଦ୍ଵାରରେ ଯଦି କୌଣସି କାଚର ପାତ୍ରରେ ପାଣି ଭରିକି ରଖୁଛନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ଏମିତି ହେବା ଦ୍ଵାରା ଆପଣଙ୍କ ଘରେ ସୁଖ ଶାନ୍ତି ରହିଥାଏ । ଆପଣଙ୍କୁ ସବୁ ପ୍ରକାରର ସଫଳତା ମିଳିଥାଏ । ଆପଣଙ୍କୁ କୌଣସି ଜିନିଷର ଅଭାବ ହୋଇନଥାଏ ।

୩:- ବରଗଛ ପତ୍ର, ଆମ୍ବ ପତ୍ର, ଅଶୋକ ପତ୍ର ର ମାଳ ତିଆରି କରି ନିଜ ଘରର ଦୁଆରବନ୍ଧ ରେ ଲଗାନ୍ତୁ ଏହା ଦ୍ଵାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିପାରିନାହିଁ ଏବଂ ଆପଣଙ୍କ ଘରେ କୌଣସି ସମସ୍ୟା ଦେଖା ଦିଏ ନାହିଁ ।

୪:-ଘରର ମୁଖ୍ୟ ଦ୍ଵାରରେ କେବେ ମଧ୍ୟ ମାତା ଲକ୍ଷ୍ମୀ ଙ୍କ ଷ୍ଟିକର ଲଗାନ୍ତୁ ନାହିଁ କରନ ଏମିତି କରିବା ଦ୍ୱାରା ଆପଣଙ୍କ ଘରକୁ ଆସୁଥିବା ବ୍ୟକ୍ତିମାନଙ୍କ ପାଦ ସେହି ଷ୍ଟିକର ଉପରେ ପଡ଼ିଥାଏ ଏବଂ ଏହା ଦ୍ଵାରା ମାତା ଲକ୍ଷ୍ମୀ ଙ୍କ ଅପମାନ ହୋଇଥାଏ । ଏବଂ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ହୋଇଥାନ୍ତି । ଏବଂ ଆପଣଙ୍କୁ ଅର୍ଥ ଅଭାବର ସମ୍ମୁଖୀନ ହେବାକୁ ପଡିଥାଏ ।

୫:- ଘରର ମୁଖ୍ୟ ଦ୍ଵାରରେ ସ୍ଵସ୍ତିକ ଚିହ୍ନ ବନାଇବା ବହୁତ ଲାଭଦାୟକ ହୋଇଥାଏ । ଶାସ୍ତ୍ର ଅନୁସାରେ ଘରର ଦ୍ଵାରରେ ସ୍ଵସ୍ତିକ ଚିହ୍ନ ଥିଲେ ଏହା ଆପଣଙ୍କ ଘର ପାଇଁ ବହୁତ ଶୁଭ ଫଳଦାୟକ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ଘରେ କେବେ ମଧ୍ୟ ଧନର ଅଭାବ ହୋଇନଥାଏ । ଆପଣଙ୍କ ସବୁ ଦୁଃଖ କଷ୍ଟ ଦୁର ହୋଇଥାଏ । ଘରେ ରହୁଥିବା ବ୍ୟକ୍ତି କେବେ ମଧ୍ୟ ରୋଗଗ୍ରସ୍ତ ହେବେ ନାହିଁ । ଆପଣଙ୍କୁ କେବେ ମଧ୍ୟ କୌଣସି ଅସୁବିଧା ହେବନାହିଁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।