Vastu Shastra- ଘରର ଏହି 3 ଜାଗାରେ ରଖି ଦିଅନ୍ତୁ ମୟୂର ପର, ଶୀଘ୍ର 10 ଗୁଣ ବଢିଯିବ ପଇସା ଇନକମ

ମୟୂର ପର କୁ ବହୁତ ଶକ୍ତିଶାଳୀ ଓ ଚମତ୍କାର ଯନ୍ତ୍ର କହିଲେ ଚଳେ । ଶାସ୍ତ୍ରାନୁସାରେ ସନ୍ଧ୍ୟା ନାମକ ଏକ ଅସୁର ସ୍ଵର୍ଗରେ ଆଧିପତ୍ୟ କରି ସମସ୍ତ ଦେବାଦେବୀଙ୍କୁ ବନ୍ଦୀ କରି ନେଇଥିଲା । ସେତେବେଳେ ଦେବାଦେବୀଗଣ ଅସୁରକୁ ମାରିବାର ଏକ ଯୋଜନା କଲେ । ଯୋଜନାନୁସାରେ ସମସ୍ତ ଦେବାଦେବୀ ଓ ନଅ ଗ୍ରହ ଏକ ମୟୂର ପରରେ ବିରାଜିତ ହୋଇଗଲେ । ସେଥି ଯୋଗୁଁ ମୟୂର ବହୁତ ଶକ୍ତିଶାଳୀ ହୋଇ ସନ୍ଧ୍ୟା ଅସୁରର ବଧ କଲା । ସେବେ ଠୁ ମୟୂରକୁ ଆହୁରି ଅଧିକ ପୂଜନୀୟ ଓ ପବିତ୍ର ମାନା ଗଲା ।

ଭଗବାନ ଶ୍ରୀକଷ୍ଣଙ୍କୁ ମଧ୍ୟ ମୟୂର ପର ବିନା ଅଧୁରା ବୋଲି କୁହାଯାଏ । ତାଙ୍କ ଉପରେ କାଳସର୍ପ ଦୋଷ ଥିବାରୁ ତାଙ୍କ ମାତା ତାଙ୍କୁ ଛୋଟ ବେଳୁ ମୟୂର ପର ପିନ୍ଧାଉଥିଲେ । କାରଣ ମୟୂର ପର କାଳସର୍ପ ଦୋଷ ଦୂର କରିଥାଏ । କେବଳ ଆମ ଦେଶରେ ନୁହେଁ, ଏସିଆର ଅନେକ ଦେଶରେ ମୟୂର ପର କୁ ଆଧ୍ୟାତ୍ମିକ ରୂପେ ଯୋଡ଼ା ଯାଏ ।

ବୌଦ୍ଧ ଧର୍ମାନୁସାରେ ମୟୂର ତାର ପକ୍ଷ କୁ ଖୋଲି ରଖିଥାଏ, ସେଥିପାଇଁ ତାକୁ ବିଚାର ଓ ମାନ୍ୟତା ରେ ଖୋଲାପଣର ପ୍ରତୀକ ବୋଲି ମାନିଥାନ୍ତି । ସେହିପରି ଗ୍ରୀସର ଲୋକମାନେ ମୟୂର ପରକୁ ସ୍ବର୍ଗ ଓ ତାରାଗଣର ଚକ୍ଷୁ ସହ ତୁଳନା କରନ୍ତି । ଆମ ଧର୍ମରେ ମୟୂର ପରକୁ ଧନ ଦେବୀ ମା ଲକ୍ଷ୍ମୀ, ବିଦ୍ୟାଦାତ୍ରୀ ମା ସରସ୍ବତୀ, ଭଗବାନ ଶ୍ରୀକୃଷ୍ଣ, ପ୍ରଭୁ ଗଣେଶ ଓ କାର୍ତ୍ତିକ ସମସ୍ତଙ୍କ ସହ ଯୋଡ଼ି ଦେଖାଯାଏ ।

ଆମ ଗୃହ ଓ ବ୍ୟକ୍ତିଗତ ଜୀବନରେ ମୟୂର ପରର ସଠିକ୍ ବ୍ୟବହାର ଆମକୁ ନାନା ପ୍ରକାର ବିପଦ ଓ ସମସ୍ୟାରୁ ମୁକ୍ତ କରିବାରେ ସାହାଯ୍ୟ କରେ । ତେବେ ଆସନ୍ତୁ ଜାଣିବା କେଉଁ ଘରର ୩ଟି କୋଣରେ ମୟୂର ପର ରଖିବା ଦ୍ଵାରା ତାହା ଆମ ଆମଦାନୀ କୁ ୧୦ଗୁଣ ବୃଦ୍ଧି କରିବ ।

୧- ଘରର ଆଲମାରୀ/ତିଜୋରି

ଘରେ ଯେଉଁ ସ୍ଥାନରେ ଆପଣ ସବୁଠୁ ଅଧିକ ଅର୍ଥ ରଖନ୍ତି, ସେହି ସ୍ଥାନରେ ହିଁ ଆପଣଙ୍କୁ ମୟୂର ପର ରଖିବା ଉଚିତ୍ ଅଟେ । ଏହାଦ୍ବାରା ଆପଣଙ୍କ ତିଜୋରି ଓ ଧନ ବୃଦ୍ଧି ପାଇବ । ତା ସହ ପୂର୍ବରୁ ରଖା ଯାଇଥିବା ଧନ ଧୀରେ ଧୀରେ ଖର୍ଚ୍ଚ ହେବ । ଆପଣ ନିଜେ ଦେଖି ପାରିବେ ଆପଣଙ୍କ ସଞ୍ଚୟ ଓ ସଫଳତା ବଢ଼ିବାକୁ ଲାଗିବ । ଆଉ ଦିନକୁ ଦିନ ଧନ ବଢ଼ି ଚାଲିବ ।

୨- ଘରର ମନ୍ଦିର ବା ଉତ୍ତର-ପୂର୍ବ କୋଣ

ଦ୍ଵିତୀୟ ମୟୂର ପର ଆପଣ ଘରର ପୂଜା ଘରେ, ଅବା ଘରର ଉତ୍ତର-ପୂର୍ବ କୋଣରେ, ଅବା ଯେଉଁଠାରେ ଆପଣ ଭଗବାନଙ୍କୁ ସ୍ଥାପନ କରିଛନ୍ତି ସେହିଠାରେ ରଖି ଦିଅନ୍ତୁ । ଆପଣ ଏହାର ଏକ ଗୁଚ୍ଛ ବନାଇ ରଖି ପାରିବେ କିମ୍ବା ଭଗବାନ ଶ୍ରୀକୃଷ୍ଣ ଙ୍କ ମୁକୁଟରେ ଧାରଣ କରାଇ ରଖି ପାରିବେ । ଆଉ ପ୍ରତିଦିନ ଭଗବାନଙ୍କ ପୂଜା କରିବା ସମୟରେ ଏହି ମୟୂର ପରର ମଧ୍ୟ ପୂଜା କରନ୍ତୁ । ଏହାଦ୍ବାରା ଆପଣ ଦେଖିବେ ଅର୍ଥ ମାମଲାରେ ଭାଗ୍ୟ ଖୋଲାଯିବ ଓ ଧନ ଆଗମନର ନୂତନ ଦ୍ଵାରା ଆପଣଙ୍କ ପାଇଁ ଖୋଲି ଚାଲିବ ।

୩- ଶୋଇବା ଘରର ବିଛଣା ତଳେ

ତୃତୀୟ ମୟୂର ପରକୁ ଆପଣ ଶୋଉଥିବା ବିଛଣା ତଳେ ରଖି ଦିଅନ୍ତୁ । ଏପରି କରିବା ଦ୍ବାରା ଆପଣ ଶୋଇବା ସମୟରେ ଆପଣଙ୍କ ମଧ୍ୟରେ ସକାରାତ୍ମକ ଉର୍ଜା ପ୍ରବେଶ କରିଥାଏ ଓ ଏହା ଆପଣଙ୍କୁ ସଠିକ୍ ନିର୍ଣ୍ଣୟ ନେବାରେ ଓ କାର୍ଯ୍ୟରେ ଲୟ ଲଗାଇବାରେ ସାହାଯ୍ୟ କରେ । ଆପଣଙ୍କ ଜୀବନରେ ସଫଳତା ଆସିବା ସହ ଧନ ମଧ୍ୟ ବୃଦ୍ଧି ପାଇବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।