ଘରର ଏହି ଜାଗାରେ ଭୁଲରେ ବି ରଖନ୍ତୁ ନାହିଁ ଜୋତା ଚପଲ, ନହେଲେ ଆସିଥାଏ ଦରିଦ୍ରତା – Vastu Shastra

ବାସ୍ତୁଶାସ୍ତ୍ର ଅନୁସାରେ ଘରର ସବୁ ବସ୍ତୁର ରଖିବାର ଏକ ନିର୍ଦିଷ୍ଟ ସ୍ଥାନ ଥାଏ । ସବୁ ବସ୍ତୁର କିଛି ନା କିଛି ନକରାତ୍ମକ ଓ ସକାରାତ୍ମକ ପ୍ରଭାବ ବି ଥାଏ । ସେଥିପାଇଁ ଘରର ସବୁ ବସ୍ତୁକୁ ତାଙ୍କର ନିଜ ସ୍ଥାନରେ ରଖିବା ଉଚିତ । ନଚେତ ତାର କୁ ପ୍ରଭାବ ଘରର ସଦସ୍ୟଙ୍କ ଉପରେ ପଡିଥାଏ । ଯେଉଁ ବସ୍ତୁ ଗୁଡିକ ପଞ୍ଚତତ୍ଵ ସହ ସମ୍ପର୍କ ଅଛି ସେହି ବସ୍ତୁ ଅର୍ଥାତ ଜଳ, ଅଗ୍ନି ଓ ବାୟୁ ସହ ଜଡିତ ବସ୍ତୁକୁ କେବେ ବି ଭୁଲ ଜାଗାରେ ରଖନ୍ତୁ ନାହିଁ । ତେବେ ଆଜି ଆସନ୍ତୁ ଜାଣିବା ଜୋତା ଓ ଚପଲ ରଖିବାର ସଠିକ ସ୍ଥାନ ବିଷୟରେ ।

ପ୍ରଥମ

ବାସ୍ତୁ ଅନୁସାରେ ଯେଉଁ ଘରେ ଜୋତା ଚପଲ ଏପଟ ସେପଟ ହୋଇ ପଡିଥାଏ ସେହି ଘରେ ଶନିଙ୍କ ଖରାପ ପ୍ରଭାବ ପଡିଥାଏ କାହିଁକି ନା ଶନିଙ୍କୁ ଗୋଡର କାରକ କୁହାଯାଏ । ଏଥିପାଇଁ ଗୋଡରେ ପିନ୍ଧିବା ଜିନିଷକୁ ସଠିକ ଜାଗାରେ ରଖିବା ଉଚିତ । ଶନି ଅନୁଶାସନ ପ୍ରିୟ ଦେବତା ଅଟନ୍ତି । ସେଥିପାଇଁ ଘରେ ଜୋତା ଚପଲକୁ ସଠିକ ଜାଗାରେ ରଖିବା ଉଚିତ ।

ଦ୍ଵିତୀୟ

ଘରର ବାହାରେ ଅବ୍ୟବସ୍ଥିତ ଭାବରେ ପଡିଥିବା ଜୋତା ଚପଲ ନକରାତ୍ମକ ବାତାବରଣ ସୃଷ୍ଟି କରିଥାଏ । ଏହା ସହ ଓଲଟା ହୋଇ ପଡିଥିବା ଜୋତା ଚପଲ ବ୍ୟକ୍ତି ପାଇଁ ଅଶୁଭ ହୋଇଥାଏ । ଏଥିପାଇଁ ଜୋତା ଚପଲକୁ ସବୁ ବେଳେ ସିଧା ଓ ସଜାଡି ରଖନ୍ତୁ ।

ତୃତୀୟ

ଘରେ ଥିବା ପୁରୁଣା ଜୋତା ଚପଲକୁ ଘର ଭିତରେ ରଖନ୍ତୁ ନାହିଁ । ଯଦି କୌଣସି ପୁରୁଣା ଚପଲକୁ ବ୍ୟବହାର କରୁ ନାହାନ୍ତି ତେବେ ଏହାକୁ ଗରିବ ଲୋକଙ୍କୁ ଦାନ କରିଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଉପରେ ଶନିଦେବତାଙ୍କର କୃପା ରହିବ । ପୁରୁଣା ଜୋତା ଚପଲକୁ ଘରେ ରଖିଲେ ନକରାତ୍ମକ ପ୍ରଭାବ ପଡିଥାଏ ।

ଚତୁର୍ଥ

ଜୋତାର ଆଲମାରି ଘରେ ପୂଜା ଘର ଓ ରୋଷେଇ ଘର ସହ ଲଗାଇ ରଖିଲେ ଅଶୁଭ ହୋଇଥାଏ । ଘରର ପୂର୍ବ, ଉତ୍ତର ଐଶାନ୍ୟ ଓ ଆଗ୍ନେୟ କୋଣରେ ଜୋତାର ଆଲମାରି ରଖନ୍ତୁ ନାହିଁ । ଏହା ଦ୍ଵାରା ଘର ପରିବାର ସଦସ୍ୟଙ୍କ ମଧ୍ୟରେ ମନାନ୍ତର ହୋଇଥାଏ ଓ ସମସ୍ତ କାର୍ଯ୍ୟରେ ବାଧା ଆସିଥାଏ । ଜୋତା ଆଲମାରିକୁ ବାୟବ୍ୟ ଅର୍ଥାତ ଉତ୍ତର ପଶ୍ଚିମ ଦିଗ ଓ ନୈରୁତ୍ୟ ଅର୍ଥାତ ଦକ୍ଷିଣ ପଶ୍ଚିମ କୋଣରେ ରଖିବା ଉଚିତ ।

ପଞ୍ଚମ

ଦେବୀ ଦେବତାଙ୍କ ପୂଜା କରିବା ମନୁଷ୍ୟକୁ ଚମଡାର ଜୋତା ପିନ୍ଧିବା ଉଚିତ ନୁହେଁ । କାହିଁକି ନା ଏହାକୁ ପଶୁର ମୃତ୍ୟୁ ପରେ ତିଆରି କରାଯାଇଥାଏ ଏହା ଏକ ପାପ ଅଟେ । ସେଥିପାଇଁ ଦେବୀ ଦେବତାଙ୍କୁ ପୂଜା କରିବା ବ୍ୟକ୍ତିଙ୍କୁ ଚମଡାର ଜୋତା ପିନ୍ଧିବା ଉଚିତ ନୁହେଁ ।

ଷଷ୍ଠ

କଳା ରଙ୍ଗର ଜୋତାକୁ କୌଣସି ମହତ୍ଵ ପୂର୍ଣ କାର୍ଯ୍ୟରେ ଯିବା ବେଳେ ପିନ୍ଧି ଯିବା ଶୁଭ ହୋଇଥାଏ । ଏହା ଦ୍ଵାରା ଶନିଦେବଙ୍କ କୃପା ହୋଇଥାଏ ଓ ଏହା ଦ୍ଵାରା କାର୍ଯ୍ୟରେ ସଫଳତା ମିଳିଥାଏ । କଳା ରଙ୍ଗର ଜୋତା ଦାନ କରିବା ଅତ୍ୟନ୍ତ  ଲାଭ ଦାୟକ ହୋଇଥାଏ । ଏହା ଦ୍ଵାରା ଅଟକିଥିବା କାମ ବି ସଫଳ ହୋଇଯାଏ ।

ସପ୍ତମ

ଆପଣ ଯେଉଁ ଖଟରେ ଶୟନକରୁଛନ୍ତି ତେବେ ସେହି ଖଟ ତଳେ ଜୋତା ରଖନ୍ତୁ ନାହିଁ ଏହା ଦ୍ଵାରା ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ରୋଗୀଙ୍କ ଖଟ ତଳେ ମଧ୍ୟ ଜୋତା ରଖନ୍ତୁ ନାହିଁ ।

ଅଷ୍ଟମ

ଘରର ମୁଖ୍ୟ ଦ୍ଵାର ପାଖରେ ବି ଜୋତା ରଖନ୍ତୁ ନହିଁ । ଏହା ଦ୍ଵାରା ଦେବା ଦେବୀଙ୍କ ଗୃହରେ ପ୍ରବେଶ କରନ୍ତି ନାହିଁ । ଜୋତାକୁ ଏପରି ରଖନ୍ତୁ ଯାହାକି ଜୋତା ବାହାରକୁ ଦେଖା ନ ଯାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।