ଭିଡିଓ ଜାରି କରି ପତ୍ନୀ Varsha ଙ୍କ ସବୁ ସତ ସାମ୍ନାକୁ ଆଣିଲେ Anubhav Mohanty, ସେ କଣ କହୁଛନ୍ତି ଥରେ ଶୁଣନ୍ତୁ

ବର୍ତ୍ତମାନ ସୋସିଆଲ ମିଡିଆରେ ସାଂସଦ ଅନୁଭବ ମହାନ୍ତିଙ୍କ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ତାଙ୍କ ବୈବାହିକ ଜୀବନର ବିବାଦ ଏବେ ସୋସିଆଲ ମିଡିଆରେ ମଧ୍ୟ ଝଡ ସୃଷ୍ଟି କରୁଛି । ବିଗତ ଦୁଇ ବର୍ଷ ହେଲା ଅନୁଭବ ଓ ବର୍ଷାଙ୍କ ବିବାଦରେ ପୂର୍ଣ୍ଣଚ୍ଛେଦ ପଡୁନାହିଁ । ଅନୁଭବ ବର୍ଷାଙ୍କୁ ଛାଡପତ୍ର ଦେବାକୁ ଚାହୁଁଥିବା ବେଳେ ବର୍ଷା କିନ୍ତୁ କହୁଛନ୍ତି କି ତାଙ୍କର ଶେଷ ନିଃଶ୍ଵାସ ପର୍ଯ୍ୟନ୍ତ ସେ ଶ୍ବଶୁରୁ ଘରେ ରହିବାକୁ ଚାହାନ୍ତି ।

ଅନୁଭବ ଭିଡିଓ ଜାରି କରି ବର୍ଷାଙ୍କ ସହ ତାଙ୍କର ବିବାଦର ସବୁ କଥା ଗୋଟି ଗୋଟି କରି ବଖାଣିଛନ୍ତି । ବର୍ଷାଙ୍କୁ ଛାଡପତ୍ର ଦେବାର ପ୍ରଥମ କାରଣ ସେ କହିଛନ୍ତି କି, ବର୍ଷା ତାଙ୍କୁ ବିବାହର ୮ ବର୍ଷ ପର୍ଯ୍ୟନ୍ତ ସ୍ବାମୀର ଅଧିକାର ଦେଇ ନାହାନ୍ତି । ସେମାନଙ୍କ ମଧ୍ୟରେ ସ୍ଵାମୀ ସ୍ତ୍ରୀର କୌଣସି ସମ୍ପର୍କ ନାହିଁ । ଦୀର୍ଘ ୮ ବର୍ଷ ଧରି ସେ କଷ୍ଟ ପାଇ ବଞ୍ଚି ଆସୁଛନ୍ତି । କିନ୍ତୁ ତାଙ୍କୁ ଗଣମାଧ୍ୟମ ଏବଂ କେହିବି ବୁଝିବାକୁ ଚେଷ୍ଟା କରି ନାହାନ୍ତି ।

ବର୍ଷାଙ୍କ ତାଙ୍କର ଘରେ ରହିବା କଥାକୁ ନେଇ ସେ କହିଛନ୍ତି, ସ୍ବାମୀ, ଶାଶୁ ଓ ଶ୍ଵଶୁର ଯେଉଁଠି ରୁହନ୍ତି ତାକୁ ଶ୍ଵଶୁର ଘର କୁହନ୍ତି ନା କେବଳ ଶ୍ଵଶୁରଙ୍କ ସମ୍ପତ୍ତିକୁ ହାତେଇ ବସିବାକୁ ଶ୍ଵଶୁର ଘର କୁହନ୍ତି । ଆଗକୁ ସାବିତ୍ରୀ ବ୍ରତ ଆସୁଛି, ଆଉ ଲୋକ ଦେଖାଇବା ପାଇଁ ବର୍ଷା ମଥାରେ ଆଣ୍ଠେ ମୋଟର ସିନ୍ଦୂର ଲଗେଇ ମା ସାବିତ୍ରୀଙ୍କୁ ପୂଜା କରିବେ । ବର୍ଷା ଯେଉଁ ଟେବୁଲରେ ନିଜ ଜୋଟା ଚପଲ ରଖନ୍ତି ଓ କେବେ ସଫା ମଧ୍ୟ କରନ୍ତି ନାହିଁ ସେଇଠି ମା ସାବିତ୍ରୀଙ୍କୁ ରଖି ପୂଜା କରନ୍ତି ।

ସାବିତ୍ରୀ ବ୍ରତ ସ୍ଵାମୀଙ୍କ ପାଇଁ ରଖାଯାଏ, ହେଲେ ସ୍ଵାମୀ କେଉଁଠି ଅଛନ୍ତି ସେ ଜାଣନ୍ତିନି । ଦେଢ ବର୍ଷ ହେଲା ଅନୁଭବ ଓ ତାଙ୍କ ପରିବାର ନିଜ ପୈତୃକ ସମ୍ପତ୍ତି ଛାଡି ବାହାରେ ଘରଭଡା ନେଇ ରହୁଛନ୍ତି । ସେମାନଙ୍କ କଷ୍ଟକୁ ବର୍ଷା କେବେବି ବୁଝିବାକୁ ଚାହିଁ ନାହାନ୍ତି । କିନ୍ତୁ କେବଳ ଲୋକ ଦେଖାଣିଆ ସମସ୍ତଙ୍କ ଆଗରେ ନିଜକୁ ଭଲ ଦେଖାଉଛନ୍ତି । ଅନୁଭବ ଏକ ପ୍ରକାର ବର୍ଷାଙ୍କ ନିର୍ଯ୍ୟାତନାର ଶିକାର ହେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ।

ତଥାପି ବର୍ଷା ତାଙ୍କ ଘରେ ଏକୁଟିଆ ତାଲା ପକାଇ ରହୁଛନ୍ତି ଓ ତାଙ୍କ ସୁରକ୍ଷା ପାଇଁ ପୋଲିସ କର୍ମୀ ମଧ୍ୟ ଅଛନ୍ତି । କେହି ନଥିବା ବେଳେ କିଏ ତାଙ୍କ ଅତ୍ୟାଚାର କରୁଛି କେଜାଣି ବୋଲି ଅନୁଭବ କହିଛନ୍ତି । ତେବେ ଅନେକ ଅନୁଭବଙ୍କୁ ସମବେଦନା ଜଣାଇବା ସହ ଧୈର୍ଯ୍ୟ ଧରିବାକୁ କହୁଥିବା ଦେଖିବାକୁ ମିଳିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।