Astro Tips:- ଅତ୍ୟଧିକ ଧାର କରଜରେ ବୁଡି ରହିଛନ୍ତି କି ? କରନ୍ତୁ ଏହି ଚମତ୍କାରୀ ଉପାୟ, ସବୁ ଋଣ ସୁଝିଯିବ…

ଶାସ୍ତ୍ରରେ ଋଣ ବା କରଜ ନ କରିବା ପାଇଁ କୁହାଯାଇଛି । ତଥାପି ଆବଶ୍ୟକ ପଡିଲେ ଆଜିକାଲି ପ୍ରାୟ ସମସ୍ତେ ଋଣ କରିଥାଉ । ଅନେକ ସମୟରେ କରଜ ସୁଝିବାକୁ ପରିସ୍ଥିତି ଆମର ସହଯୋଗ କରେନାହିଁ। ତେଣୁ ଶୀଘ୍ର ସୁଝିଦେବେ ଭାବି ଆଣିଥିବା ଋଣ ପରିଶୋଧ କରିବାକୁ ଅନେକ ସମୟ ଲାଗିଯାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ଶାସ୍ତ୍ର ଅନୁସାରେ ଏକ ଉପାୟ ନେଇ ଆସିଛୁ, ଯାହାର ପ୍ରୟୋଗ କରି ଆପଣ କରଜରୁ ମୁକ୍ତି ପାଇ ପାରିବେ ।

କରିଥିବା ଋଣ ନ ସୁଝି ମୃତ୍ୟୁବରଣ କରିବା ଦ୍ଵାରା ପରଜନ୍ମରେ ମଧ୍ୟ ଆମକୁ ସେହି ଋଣ ଭାର ସୁଝିବାକୁ ପଡିଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି । ତେଣୁ ଆପଣଙ୍କ ମୁଣ୍ଡରେ ଯଦି ଅତ୍ୟଧିକ ଋଣ ଭାର ରହିଛି ତେବେ ଆପଣ ପ୍ରତି ମଙ୍ଗଳବାର ଦିନ ନିମ୍ନଲିଖିତ ଉପାୟ କରି ଦେଖନ୍ତୁ । ଆପଣ ଏକ ନଡିଆ ନିଅନ୍ତୁ ଯେଉଁଥିରେ ପାଣି ଥିବ । ଏହାସହ କିଛି ସିନ୍ଦୂର ଏବଂ ଚମେଲି ତେଲ ମଧ୍ୟ ନିଅନ୍ତୁ । ଏହି ଚମେଲି ତେଲ ଆପଣଙ୍କୁ ମାର୍କେଟ ବା ପୂଜା ସାମଗ୍ରୀ ଦୋକାନରେ ସହଜରେ ଉପଲବ୍ଧ ହେବ ।

ଚମେଲି ତେଲରେ ସିନ୍ଦୂର ମିଶାଇ ଦିଅନ୍ତୁ ଓ ନଡିଆ ଉପରେ ଏହି ତେଲ ସିନ୍ଦୂର ମିଶ୍ରଣର ଏକ ସ୍ଵସ୍ତିକ ଆଙ୍କି ଦିଅନ୍ତୁ । ଏହାପରେ ଉକଟ ନଡିଆକୁ ନେଇ ମହାବୀରଙ୍କ ମନ୍ଦିରକୁ ଯାଇ ତାଙ୍କ ଚରଣ ତଳେ ଅର୍ପଣ କରି ଦିଅନ୍ତୁ । ଏହାସହ କିଛି ବୁନ୍ଦି ଲଡୁ, ବେସନ ଲଡୁ କିମ୍ବା ଚଣା ଗୁଡ ଲଡୁ ମହାବୀରଙ୍କୁ ଚଢାନ୍ତୁ ଓ ତାଙ୍କ ନିକଟରେ ଆପଣଙ୍କ ଋଣ ଭାର ସୁଝିବା ପାଇଁ ସାହାଯ୍ୟ କରିବାକୁ ପ୍ରାର୍ଥନା କରନ୍ତି । ଏହିପରି ୫ଟି ମଙ୍ଗଳବାର କରନ୍ତୁ ଦେଖିବେ କରଜ ସୁଝିବାର ମାର୍ଗ ଆପଣଙ୍କ ପାଇଁ ଆପେ ଆପେ ଖୋଲିଯିବ ।

ସେହିପରି ଋଣ ପରିଶୋଧ କରିବାର ଆଉ ଏକ ମଧ୍ୟ କରିପାରିବେ । ଆପଣ ସୋମବାର ଦିନ ପ୍ରାତଃ ସମୟରେ ସ୍ନାନାଦି ନିତ୍ୟକର୍ମ ସାରି ଏକ ଢାଳରେ ପାଣି ନେଇ ଯେକୌଣସି ବରଗଛ ମୂଳକୁ ଯାଆନ୍ତୁ । ସେହି ପାଣିକୁ ଆପଣ ବରଗଛ ମୂଳରେ ସେହି ପାଣିକୁ ଅର୍ପଣ କରନ୍ତୁ ଓ ମନରେ ବଟକେଶ୍ଵର ମହାଦେବଙ୍କୁ ଆପଣ ସ୍ମରଣ କରନ୍ତୁ । ତାଙ୍କୁ କୁହନ୍ତୁ କି ହେ ବଟକେଶ୍ଵର ମହାଦେବ ମୁଁ ଯେଉଁ ଧାର କରଜ କରିଛି ତାକୁ ସୁଝିବା ପାଇଁ ମୋ ପାଖେ ମାର୍ଗ ନାହିଁ ମୋତେ  ମାର୍ଗ ଦେଖାନ୍ତୁ ।

ଏହିପରି ୫ଟି ସୋମବାର ପର୍ଯ୍ୟନ୍ତ କରନ୍ତୁ । ପଞ୍ଚମ ସୋମବାର ଦିନ ଯେଉଁ ସ୍ଥାନରେ ପାଣି ଢାଲୁଥିବେ ସେଠାରୁ ବରଗଛର ଏକ ଛୋଟ ସଂଗ୍ରହ କରି ଆଣନ୍ତୁ । ସେହି ଚେରକୁ ଭଲଭାବେ ଗଙ୍ଗା ଜଳରେ ଧୋଇ ଆପଣଙ୍କ ଘରର ପୂଜାସ୍ଥାନ ବା ଠାକୁର ଘରେ ରଖି ଦିଅନ୍ତୁ ।

୭ଦିନ ଯାଏଁ ରଖିବା ପରେ ସେହି ସେହି ଚେରଟିକୁ ଏକ ନାଲି ଫିତାରେ ବାନ୍ଧି ଆପଣଙ୍କ ଅଣ୍ଟା, ବାହୁ କିମ୍ବା ଗଳାରେ ଧାରଣ କରିନେବେ । ମହିଳା ହୋଇଥିଲେ ବାମ ବାହୁ ଏବଂ ପୁରୁଷ ହୋଇଥିଲେ ବାମ ବାହୁରେ ଏହାକୁ ଧାରଣ କରନ୍ତୁ । ଆପଣ ଦେଖିବେ କି ଏହି ବରଗଛର ଚେର ବଢିବାକୁ ଲାଗିବ । ଏହି ଚେରଟି ଯେତେ ବଢିବ ଆପଣଙ୍କ କରଜ ସେତେବେ ସୁଝି ସୁଝି ଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।