୯୯% ଲୋକ ବୈଷ୍ଣୋ ଦେବୀ ମନ୍ଦିର ର ଏହି ରହସ୍ୟ ବିଷୟରେ ଆଜି ବି ଅଗୋଚର, ଜାଣନ୍ତୁ ଏହି ମନ୍ଦିରର କିଛି ଗୁପ୍ତ ରହସ୍ୟ ବିଷୟରେ

ଭାରତ ଦେଶକୁ ପରମ୍ପରା ଏବଂ ସଂସ୍କାରର ଦେଶ ବୋଲି କୁହାଯାଏ । ଏଠାକାର ଲୋକମାନେ ଭଗବାନ ଏବଂ ତାଙ୍କ ଆସ୍ଥା ଉପରେ ବିଶ୍ଵାସ କରିଥାନ୍ତି । ସେଥିପାଇଁ ଭାରତକୁ ଦେବା ଦେବୀଙ୍କର ଦେଶ ବୋଲି କୁହାଯାଏ । ଏଠି ବହୁତ ଗୁରୁଦ୍ଵାର, ମନ୍ଦିର ଏବଂ ମସଜିଦ ଅଛି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ହିନ୍ଦୁ ଧାର୍ମିକ ସ୍ଥଳ ବିଷୟରେ କହିବାକୁ ଯାଉଛୁ ଯାହାର ନାମ ବୈଷ୍ଣୋ ଦେବୀ ମନ୍ଦିର ଅଟେ । ଏହି ମନ୍ଦିର ଜମ୍ମୁର ଟିକେ ଆଗରେ କଟରା ନଗରର ପାହାଡର ମଝିରେ ଅବସ୍ଥିତ ।

ହିନ୍ଦୁ ଧର୍ମରେ ବୈଷ୍ଣୋ ଦେବୀଙ୍କୁ ମାତା ରାଣୀ ଏବଂ ବୈଷ୍ଣବୀଙ୍କ ରୂପରେ ବି ଜଣା ଯାଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏହି ମନ୍ଦିର ସହିତ ଜଡିତ କିଛି ରହସ୍ୟ ବିଷୟରେ କହିବାକୁ ଯାଉଛୁ ।

କୁହାଯାଏ କି କଟରାର ଅଳ୍ପ ଦୂରରେ ହଂସାଲୀ ଗ୍ରାମରେ ମାତଙ୍କର ପରମ ଭକ୍ତ ଶ୍ରୀଧର ରହୁଥିଲେ । ଶ୍ରୀଧରଙ୍କର କୌଣସି ସନ୍ତାନ ନଥିବାରୁ ସେ ଦୁଃଖୀ ରହୁଥିଲେ । ଥରେ ସେ ନବରାତ୍ରି ସମୟରେ କନ୍ୟା ପୂଜା କରିବା ପାଇଁ ଚିନ୍ତା କଲେ ଏବଂ କୁଆଁରୀ କନ୍ୟାଙ୍କୁ ଡାକି ନିଜ ଘରେ ବସାଇଲେ । ମା ବୈଷ୍ଣୋ ଦେବୀ ଏହି କନ୍ୟାଙ୍କ ମଧ୍ୟରୁ ଗୋଟିଏ କନ୍ୟାର ରୂପ ଧାରଣ କରି ତାଙ୍କ ମଧ୍ୟରେ ଆସି ବସିଗଲେ । ପୂଜା ପରେ ସମସ୍ତେ ନିଜ ନିଜ ଘରକୁ ଚାଲିଗଲେ କିନ୍ତୁ ମାତା ବୈଷ୍ଣୋ ଦେବୀ ସେଠି ବସି ରହିଲେ । ସେ ଶ୍ରୀଧରଙ୍କୁ କହିଲେ କି ସେ ସମସ୍ତଙ୍କୁ ନିଜ ଘରକୁ ଭୋଜନ କରିବା ପାଇଁ ନିମନ୍ତ୍ରଣ ଦେଇ ଆସନ୍ତୁ।

ପ୍ରଥମେ ଶ୍ରୀଧର ସେହି କନ୍ୟାଙ୍କର କଥା ଶୁଣି ଆଚମ୍ବିତ ହୋଇଗଲେ କିନ୍ତୁ ପରେ ତାଙ୍କର କଥାକୁ ମାନିନେଲେ । ସେ ଆଖପାଖ ସମସ୍ତଙ୍କୁ ଡାକି ଦେଇ ଆସିଲା । ଫେରିବା ସମୟରେ ସେ ଗୋରଖ ନାଥ ଏବଂ ଭୈରବନାଥଙ୍କୁ ମଧ୍ୟ ଡାକିଲେ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଲା କି ଇଏ କେଉଁ କନ୍ୟା ଅଟେ ଯିଏକି ଏତେ ଲୋକମାନଙ୍କୁ ଭୋଜନ କରାଇବାକୁ ଚାହୁଞ୍ଛି ।

ସମସ୍ତେ ଭୋଜନ କରିବା ପାଇଁ ପହଞ୍ଚିଲେ । ଏହା ପରେ ସମସ୍ତଙ୍କୁ ଭୋଜନ ଦିଆଗଲା । ଯେତେବେଳେ କନ୍ୟାଟି ଭୈରବଙ୍କ ପାଖକୁ ପହଞ୍ଚିଲେ ସେ ତାଙ୍କୁ ମାଂସ ଏବଂ ମଦ ମାଗିଲେ । ଯାହା ଉପରେ ସେହି କନ୍ୟା ଜଣଙ୍କ କହିଲେ କି ଏହା ଏକ ବ୍ରାହ୍ମଣ ଘର ଅଟେ ଏଠି ସେଗୁଡିକ କିଛି ମିଳି ପାରିବ ନାହିଁ । ଗୋରଖ ନାଥ ଜିଦି କରିଲେ କି ତାଙ୍କୁ ମଦ ଏବଂ ମାଂସ ଦରକାର । କିନ୍ତୁ ମା ବୈଷ୍ଣବୀ ତାଙ୍କର ଚାଲ ବୁଝି ପାରିଲେ ଏବଂ ସେ ପବନ ରୂପ ଧାରଣ କରି ତ୍ରିକୂଟ ପର୍ବତ ଆଡକୁ ଚାଲିଗଲେ ।

ଭୈରବନାଥ ସେହି ପବନ ପଛରେ ଯିବାକୁ ଲାଗିଲେ । ଏହା ପରେ ବୈଷ୍ଣୋ ଦେବୀ ଗୋଟିଏ ଗୁମ୍ଫାରେ ୯ ମାସ ପର୍ଯ୍ୟନ୍ତ କଠିନ ତପସ୍ୟା କରିଲେ । ଭୈରବନାଥ ସେହି ରାସ୍ତାରେ ଯାଉଥିବା ସମୟରେ ଏକ ସାଧୁ ସହିତ ଦେଖାକଲେ ଏବଂ ସେହି ସାଧୁ ତାଙ୍କୁ ସେହି କନ୍ୟାର ମହାଶକ୍ତି ବିଷୟରେ କହିଲେ ।

ଭୈରବନାଥ ସାଧୁଙ୍କର କଥାକୁ ନ ଶୁଣି ମାତାଙ୍କୁ ଖୋଜିବା ପାଇଁ ଚାଲିଗଲେ । ସେପଟେ ମାତା ଗୁମ୍ଫାର ଅନ୍ୟ ପଟେ ରାସ୍ତା କରି ବାହାରି ଗଲେ । ଏହି ଗୁମ୍ଫାକୁ ଆଜି ଗର୍ଭଜୁନ ନାମରେ ଜଣା ଯାଇଥାଏ । ଭୈରବଙ୍କୁ ମା ଫେରିଯିବା ପାଇଁ କହିଲେ କିନ୍ତୁ ସେ ମାତାଙ୍କର କଥାକୁ ଶୁଣିଲା ନାହିଁ ।

ଯେତେବେଳ ମାତା ସେହି ଗୁମ୍ଫାରୁ ବାହାରି ଆଗକୁ ପ୍ରସ୍ଥାନ କଲେ ଭୈରବ ତାଙ୍କ ସାମ୍ନାକୁ ଆସି ଅଟକାଇ ଦେଲା ଏବଂ ଯୁଧ୍ୟ ପାଇଁ ଆହ୍ଵାନ କରିଲେ । ସେହି ସମୟରେ ବୈଷ୍ଣବୀ ଦେବୀ ମା ଚଣ୍ଡୀଙ୍କ ରୂପ ଧାରଣ କରି ନେଲେ ଏବଂ ଭୈରବଙ୍କର ମୁଣ୍ଡକୁ ଶରୀରରୁ ଅଲଗା କରିଦେଲ ଯାହାକି ଉପର ଘାଟିରେ ଯାଇ ପଡିଲା । ଏହି ଘାଟିକୁ ଲୋକମାନେ ଭୈରୋ ଘାଟି ନାମରେ ଜାଣନ୍ତି ।

କୁହାଯାଏ କି ମୁଣ୍ଡ କାଟିବା ପରେ ଭୈରବ ମାତାଙ୍କୁ କ୍ଷମା ପ୍ରାର୍ଥନା କରିଲେ । ମାତା ପ୍ରସନ୍ନ ହୋଇ ତାଙ୍କୁ ବରଦାନ ଦେଲେ କି ଯେଉଁ ଭକ୍ତ ମୋର ଦର୍ଶନ କରିବା ପରେ ତୁମର ଦର୍ଶନ କରିବ ତାହାର ଯାତ୍ରା ସବୁଦିନ ପାଇଁ ସଫଳ ହୋଇଯିବ । ସେଥିପାଇଁ ସମସ୍ତେ ବୈଷ୍ଣୋ ଦେବୀଙ୍କର ଦର୍ଶନ କରିବା ପରେ ଭୈରବଙ୍କର ଦର୍ଶନ କରିଥାନ୍ତି । ଏମିତି ମାନ୍ୟତା ଅଛି କି ଆଜି ବି ମା ବୈଷ୍ଣୋ ଦେବୀ ପିଣ୍ଡ ରୂପରେ ସେହି ଗୁମ୍ଫାରେ ବିରଜାମାନ ଅଛନ୍ତି ।