ଜାଣନ୍ତୁ ରାତିରେ ସ୍ଵପ୍ନରେ ଦେଖାଦେଲେ ମୃତ ବ୍ୟକ୍ତି ଏହାର କାରଣ ଓ ଏହାର କଣ ପ୍ରଭାବ ପଡେ ଆପଣଙ୍କ ଜୀବନରେ

ମୃତ୍ୟୁ ଜୀବନର ଏକ କଟୁ ସତ୍ୟ ଅଟେ । ଜୀବିତ ଜିନିଷ ଏହା ଠାରୁ ବଞ୍ଚି ପାରିବ ନାହିଁ । ନିଜର ଲୋକମାନଙ୍କ ଠାରୁ ଦୂରେଇ ଯିବାର ଯନ୍ତ୍ରଣା ବହୁତ ଦୁଃଖ ଦେଇଥାଏ । ଏହାର ପ୍ରଭାବ ଆମ ଜୀବନର ଗୋଟ ଅଂଶ ହୋଇ ରହି ଯାଏ।  ଯଦି ଆମର କୌଣସି ବ୍ୟକ୍ତି ସହିତ କିଛି ନିବିଡ ସମ୍ପର୍କ ଥାଏ ତେବେ ତାଙ୍କର ମୃତ୍ୟୁ ପରେ ମଧ୍ୟ ଆମେ ତାଙ୍କୁ ସ୍ଵପ୍ନରେ ଦେଖି ଥାଉ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ କୌଣସି ମୃତ ବ୍ୟକ୍ତିକୁ ସ୍ଵପ୍ନରେ ଦେଖିବା ଶୁଭ ହୋଇଥାଏ କି ଅଶୁଭ ହୋଇଥାଏ ।

ତେବେ ଚାଲନ୍ତୁ ସେହି ସ୍ଵପ୍ନ ସହିତ ଜଡିତ କିଛି ପ୍ରକାର ରୋଚକ ତଥ୍ୟ ଆମେ ସମସ୍ତେ ଜାଣିବା ।

ଏହି ପ୍ରଭାବ ଆପଣଙ୍କର ଜୀବନରେ ପଡିଥାଏ

·    ଯେତେବେଳେ କୌଣସି ମୃତ ବ୍ୟକ୍ତି ଆପଣଙ୍କର ସ୍ଵପ୍ନରେ ଆସିଥାଏ ତେବେ ସେ ଆପଣଙ୍କୁ ବାସ୍ତବିକତାର ଅନୁଭବ କରାଇଥାଏ କାରଣ ନା ସେହି ସମୟରେ ଆପଣଙ୍କର ଭାବନା ଉତ୍ତେଜିତ ହୋଇଯାଏ । ଯାହାଦ୍ଵାରା ଆପଣ ଜାଣି ପାରନ୍ତି ନାହିଁ କି ତାହା ସ୍ଵପ୍ନ ଅଟେ କି ସତ ।

·    ଯଦି କୌଣସି ବ୍ୟକ୍ତି ଆପଣଙ୍କର ବହୁତ ପାଖ ଲୋକ ଅଟେ ଏବଂ ତାହାର ମୃତ୍ୟୁ ହୋଇଯାଉଛି ତେବେ ସେମାନେ କିଛିଦିନ ପର୍ଯ୍ୟନ୍ତ ଆପଣଙ୍କର ସ୍ଵପ୍ନରେ ଆସିଥାନ୍ତି । ସେହି ବ୍ୟକ୍ତି ସ୍ଵପ୍ନରେ ଆସିବା ଅର୍ଥ ସେମାନେ ଆମକୁ ଆଶ୍ଵାସନା ଦେଇଥାନ୍ତି କି ଏହି ଦୁଃଖକୁ ଛାଡି ଆଗକୁ ବଢ, ଏବଂ ନିଜ ଜୀବନରେ ସୁଖକୁ ପ୍ରାପ୍ତ କର ।

·    ସ୍ଵପ୍ନରେ କୌଣସି ମୃତ ପରିଜନଙ୍କୁ ଦେଖିବାର ଅର୍ଥ ଆପଣଙ୍କୁ ସେ ଜୀବନରେ ଆସିବାକୁ ଥିବା ଅସୁବିଧାରୁ ବାହାରିବା ପାଇଁ ରାସ୍ତା ଦେଖାଇବା ହୋଇଥାଏ, ଯାହାଫଳରେ ଆପଣ ନିଜ ଜୀବନରେ ଆସୁଥିବା ସମସ୍ୟାରୁ ମୁକ୍ତି ପାଇ ପାରିବେ।

·    ସ୍ଵପରେ ଯେତେବେଳେ କୌଣସି ମୃତ ପରିଜନ ଆସନ୍ତି ତେବେ ସେମାନେ ଆପଣଙ୍କର ଭିବିଷ୍ୟତ ବିଷୟରେ କିଛି ଜଣାଇବାକୁ ଆସନ୍ତି । ଆପଣ ଦେଖିଥିବେ ଏମିତି କିଛି ସ୍ଵପ୍ନ ଦେଖିବା ପରେ ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିଥାଏ।

·    ଯେଉଁ ବ୍ୟକ୍ତି ଜୀବିତ ରହିଥିବା ସମୟରେ ଆପଣଙ୍କର ସବୁ ସୁଖ ଦୁଃଖରେ ସାଥ ଦେଇଥାଏ ଏବଂ ମୃତ୍ୟୁ ପରେ ସେହି ବ୍ୟକ୍ତି ଆପଣଙ୍କ ସ୍ଵପରେ ନିଶ୍ଚିତ ଆସିଥାନ୍ତି ଏବଂ ଆପଣଙ୍କୁ ସବୁ ପ୍ରକାରର ସମସ୍ୟାରୁ ବାହାର କରିବା ପାଇଁ ଚେଷ୍ଟା କରିଥାନ୍ତି ।

·    କେତେ ଥର କୌଣସି ମୃତ ପରିଜନଙ୍କ ସ୍ଵପ୍ନରେ ଆସିବା ପରେ ମଣିଷର ଜୀବନ ପୁରାପୁରୀ ବଦଳି ଯାଏ ଏବଂ ତାଙ୍କର ଜୀବନରେ ବହୁତ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳେ ।